ଏହି ବାସ୍ତୁ ଟିପ୍ସ ଦ୍ବାରା ସବୁବେଳେ ଆପଣଙ୍କ ପାଖରେ ରହିବ ଟଙ୍କା; ଥରେ ଆପଣାଇକି ଦେଖନ୍ତୁ

Vastu Tips For Money: ଘରର ଯେକୌଣସି ଦିଗର ଅଭିବୃଦ୍ଧି କିମ୍ବା ଭାଙ୍ଗିବା ବିଲ୍ଡିଂରେ ବାସ୍ତୁ ଦୋଷ ସୃଷ୍ଟି କରେ। ଏହି ପ୍ରକାର ବାସ୍ତୁ ଦୋଷ ଆର୍ଥିକ କ୍ଷତି, ଅର୍ଥ ପ୍ରବାହରେ ଅବରୋଧ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା, ଆଇନଗତ ବିବାଦ ଇତ୍ୟାଦି ସୃଷ୍ଟି କରେ।

ଏହି ବାସ୍ତୁ ଟିପ୍ସ ଦ୍ବାରା ସବୁବେଳେ ଆପଣଙ୍କ ପାଖରେ ରହିବ ଟଙ୍କା

ଏହି ବାସ୍ତୁ ଟିପ୍ସ ଦ୍ବାରା ସବୁବେଳେ ଆପଣଙ୍କ ପାଖରେ ରହିବ ଟଙ୍କା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Vastu Tips For Money: ସାଧାରଣତଃ କିଏ ବା ନ ଚାହେଁ ଧନୀ ହେବାକୁ ? ଜୀବନରେ ଧନୀ ହେବା ପାଇଁ ତ ସମସ୍ତଙ୍କ ଇଚ୍ଛା ଥାଏ। କିନ୍ତୁ ବେଳେ ବେଳେ ମଣିଷ କଠିନ ପରିଶ୍ରମ କରିବା ସତ୍ତ୍ବେ ମଧ୍ୟ ତାକୁ ଉଚିତ୍ ଫଳ ମିଳି ନଥାଏ।

ଯେଉଁଥିପାଇଁ ତାକୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କମ୍ ପରିଶ୍ରମ କରି ମଧ୍ୟ ଅଧିକ ସଫଳତା ପାଆନ୍ତି।

ତେବେ ଆପଣ ଭାବୁଥିବେ ଏହା ସମ୍ଭବ କିପରି। ଆପଣ ଯଦି ବାସ୍ତୁ ଶାସ୍ତ୍ର ଉପରେ ବିଶ୍ବାସ ରଖନ୍ତି ତେବେ ଏହା ସମ୍ଭବ। ସାଧାରଣତଃ ଆମେ ରହୁଥିବା ଘରେ କିଛି ନକରାତ୍ମକ ଶକ୍ତିର ବାସ ଥାଏ। ଯହାକି ଆମ ମାନଙ୍କ ଜୀବନରେ ଖରାପ ପ୍ରଭାବ ପକାଇଥାଏ। ବେଳେବେଳେ ଆମର ସବୁ ଥାଇ ମଧ୍ୟ ଘରେ ନକରାତ୍ମକ ଶକ୍ତି କାରଣରୁ ପରିବାରରେ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି ହୋଇଥାଏ।

ନକରାତ୍ମକ ଶକ୍ତି ପାଇଁ ଘରୁ ଲକ୍ଷ୍ମୀ ଗୋଡ଼ କାଢି ଦେଇଥାନ୍ତି। ତେବେ ବାସ୍ତୁ ଶାସ୍ତ୍ରରେ କିଛି ଉପାୟ ଦିଆଯାଇଛି, ଯାହାକୁ ପାଳନ କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇପାରିବ।

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଘରୁ ସର୍ବଦା ନକରାତ୍ମକ ଶକ୍ତିକୁ ଦୂର କରିବା ଦରକାର। କାରଣ ଏହାଦ୍ୱାରା ଘରେ ଆର୍ଥିକ, ବୈବାହିକ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସାମନା କରିବାକୁ ପଡ଼ିପାରେ। ନକରାତ୍ମକ ଶକ୍ତିକୁ ଘର ଠାରୁ ଦୂରରେ ରଖିବା ପାଇଁ ପାଳନ କରନ୍ତୁ ଏହି ଉପାୟ।

୧. -ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ପ୍ରବେଶ ଦ୍ବାର ମଣିଷ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଧାରଣ କରିଥାଏ। ଏହା ବ୍ରହ୍ମାଣ୍ଡ ଶକ୍ତି ପ୍ରବେଶର ମୁଖ୍ୟ ମାଧ୍ୟମ ହୋଇଥାଏ।

୨. ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ମୁଖ୍ୟ ଦ୍ୱାରରେ ଆମ୍ୱ ପତ୍ର ଟାଙ୍ଗିବା ଦ୍ବାରା ଘରେ ଥିବା ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ। ଏହାସହିତ ଆମ୍ବପତ୍ର ଟାଙ୍ଗାଯାଇଥିବା ଘରର ଦ୍ବାର ଦେଇ ପ୍ରବେଶ କଲେ ସକରାତ୍ମକ ଶକ୍ତି ଘର ମଧ୍ୟକୁ ଆସିଥାଏ।

୩. ଧନ ଲାଭ ପାଇଁ ଉତ୍ତର-ପୂର୍ବ ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଉତ୍ତର-ପୂର୍ବ ଦିଗକୁ ଖାଲି ଏବଂ ପରିଷ୍କାର ରଖିବା ଉଚିତ୍।

୪. ଘରେ ଥିବା ଲକରକୁ ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କାନ୍ଥ ଆଡକୁ ରଖିବା ଉଚିତ୍ ଯାହା ଦ୍ବାର ଏହାକୁ ଖୋଲିଲା ବେଳେ ଏହାର ମୁହଁ ଉତ୍ତର ଆଡକୁ ରହୁଥିବ।

ଘରର ଯେକୌଣସି ଦିଗର ଅଭିବୃଦ୍ଧି କିମ୍ବା ଭାଙ୍ଗିବା ବାସ୍ତୁ ତ୍ରୁଟି ସୃଷ୍ଟି କରେ..

୧. ଏହି ପ୍ରକାର ବାସ୍ତୁ ତ୍ରୁଟି ଆର୍ଥିକ କ୍ଷତି, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା, ଆଇନଗତ ବିବାଦ ଇତ୍ୟାଦି ସୃଷ୍ଟି କରିଥାଏ।

୨. ଉତ୍ତର-ପୂର୍ବରେ ଜଳର ଉପସ୍ଥିତି ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, ତେଣୁ ଏହି ଦିଗରେ ଏକ ୱାଟର ଫାଉଣ୍ଟେନ୍ ସ୍ଥାପନ କରାଯାଇପାରିବ। ମନେରଖନ୍ତୁ ଏହି ୱାଟର୍ ଫାଉଣ୍ଟେନ୍ କ୍ରମାଗତ ଭାବରେ ଚାଲିବା ଉଚିତ୍।

ପଢ଼ନ୍ତୁ ଏହି ଖବର:  Dream Astrology: ସ୍ବପ୍ନରେ ଯଦି ଦେଖୁଛନ୍ତି ଏହି ଜିନିଷ; ତେବେ ମିଳିବ ଖୁସି ଖବର

୩. କୋଠରୀ ଏବଂ କାନ୍ଥର ରଙ୍ଗକୁ ଉତ୍ତର ନୀଳ ରଙ୍ଗରେ ରଖନ୍ତୁ ଏବଂ ନାଲି ରଙ୍ଗର ଜିନିଷକୁ ଏହି ଦିଗରେ ନ ରଖିବାକୁ ଚେଷ୍ଟା କରନ୍ତୁ।

ନ୍ୟୁଜ୧୮ ଡେସ୍କରୁ ରାଜଶ୍ରୀ ନାୟକଙ୍କ ରିପୋର୍ଟ
Published by:Lipina Das
First published: