News 18 Odia Digital
ନୂଆଦିଲ୍ଲୀ; ୨୦୧୬ ବ୍ୟାଚର ଆଇଏଏସ ଅଫିସର (IAS Officer) ଆଇଏଏସ ଟିନା ଡାବୀ ୨୦୧୩ ବ୍ୟାଚର ଆଇଏଏସ ପ୍ରଦୀପ ଗୱାଣ୍ଡେଙ୍କ ସହିତ ଦ୍ଵିତୀୟ ବିବାହ (Second Marriage) କରିଥିଲେ । ତାଙ୍କର ପ୍ରଥମ ବିବାହ ଆଇଏଏସ ଅଥହର ଆମିରଙ୍କ ସହ ହୋଇଥିଲା । ତାଙ୍କୁ ୨୦୨୦ରେ ସେ ଛାଡ଼ପତ୍ର (Divorce) ଦେଇଥିଲେ।
ଆଇପିଏସ ନବାଜୋତ ସେମି ଓ ଆଇଏଏସ ତୁଷାର ସିଂଲାଆଇପିଏସ ନବାଜୋତ ସେମି ୧୪ ଫେବୃଆରୀ ୨୦୨୦ ଅର୍ଥାତ୍ ଭ୍ୟାଲେଣ୍ଡଟାଇନ ଡେ'ରେ (Valentines Day) ଆଇଏଏସ ତୁଷାର ସିଂଲାଙ୍କ ସହ ବିବାହ କରିଥିଲେ। ଦୁହେଁ କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ଯାହା ପରେ ଦୁହେଁ ଚର୍ଚ୍ଚାରେ ରହିଥିଲେ।
ଏହି ଖବର ପଢ଼ନ୍ତୁ -
http://ରିଲାଏନ୍ସ ଉତ୍ତର ପ୍ରଦେଶରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ: ମୁକେଶ ଅମ୍ବାନିଆଇଏଏସ୍ ସୃଷ୍ଟି ଜୟନ୍ତ ଦେଶମୁଖ ଓ ଆଇଏଏସ୍ ଡକ୍ଟର ନାଗାର୍ଜୁନ ବି ଗୌଡାଆଇଏଏସ୍ ସୃଷ୍ଟି ଜୟନ୍ତ ଦେଶମୁଖ ତାଙ୍କ ବ୍ୟାଚ୍ ସାଥୀ ଆଇଏଏସ୍ ଡକ୍ଟର ନାଗାର୍ଜୁନ ବି ଗୌଡାଙ୍କ ସହ ଏକ ପ୍ରେମ ବିବାହ କରିଛନ୍ତି। ସିଭିଲ ସର୍ଭିସ ଟ୍ରେନିଂ ଏକାଡେମୀ LBSNAA ଅର୍ଥାତ୍ ଲାଲ ବାହାଦୂର ଶାସ୍ତ୍ରୀ ଟ୍ରେନିଂ ଏକାଡେମୀରେ ତାଲିମ ସମୟରେ ଉଭୟଙ୍କର ଦେଖା ହୋଇଥିଲା । ଏହି ଦୁଇଜଣ ପରସ୍ପରକୁ ପ୍ରାୟ ଅଢେଇ ବର୍ଷ ଧରି ଡେଟ କରିଥିଲେ। ୨ ଅଗଷ୍ଟ ୨୦୨୧ ରେ ନିର୍ବନ୍ଧ ପରେ ଦୁହେଁ ୨୪ ଏପ୍ରିଲ ୨୦୨୨ରେ ବିବାହ କରିଥିଲେ। ସେମାନଙ୍କର ବିବାହ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।
ଏହି ଖବର ପଢ଼ନ୍ତୁ -
http://ଭାଲେଣ୍ଟାଇନ୍ ସପ୍ତାହରେ ଚର୍ଚ୍ଚା; ମହିଳାଙ୍କୁ ପ୍ରେମ ନିବେଦନ କରି ମାଡ ଖାଇଲେ ଯୁବକଆଇଏଏସ ଦିବ୍ୟା ଏସ ଆୟର ଓ ଏମଏଲଏ କେଏସ ସବ୍ରିନାଥନଙ୍କ ପ୍ରେମ କାହାଣୀଆଇଏଏସ ଦିବ୍ୟା ଏସ ଆୟର ଓ ଏମଏଲଏ କେଏସ ସବ୍ରିନାଥନ ଥିରୁବନନ୍ତପୁରମରେ ପରସ୍ପରକୁ ଭେଟିଥିଲେ, ଯାହା ପରେ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ୨୦୦୭ରେ, କେ.ଏସ୍ ସାବ୍ରିନାଥନ୍ ତାଙ୍କ ଫେସବୁକରେ ସେମାନଙ୍କର ସମ୍ପର୍କକୁ ସ୍ୱୀକାର କରି ଲେଖିଥିଲେ, ଯେତେବେଳେ ଆମେ ନିକଟତର ହୋଇଥିଲୁ, ସେତେବେଳେ ଆମେ ଅନୁଭବ କରିଥିଲୁ ଆମର ଚିନ୍ତାଧାରା, ଦୃଷ୍ଟିକୋଣ ଓ ପସନ୍ଦ ସମାନ, ଯେଉଁଥିପାଇଁ ଆମେ ଆମର ଗୁରୁଜନଙ୍କ ଆଶୀର୍ବାଦ ସହିତ ବିବାହ ପାଇଁ ନିଷ୍ପତ୍ତି ନେଇଥିଲୁ । ପରିବାର ସହଯୋଗରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୁ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।