Weight Loss Tips: ଓଜନ ହ୍ରାସ କରିବା ପାଇଁ ଖାଲି ପେଟରେ ପିଅନ୍ତୁ ଏହି ହେଲ୍ଥି ଡ୍ରିଙ୍କ୍

ଆଜିକାଲି ଓଜନ ବୃଦ୍ଧି ହେତୁ ଅନେକ ଲୋକ ଚିନ୍ତିତ ଅଛନ୍ତି। ଏହି କାରଣରୁ ଅନ୍ୟାନ୍ୟ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। ଏଥିରେ ଉଚ୍ଚ ରକ୍ତଚାପ, ଗ୍ୟାଷ୍ଟ୍ରିକ୍ ସମସ୍ୟା ଭଳି ଇତ୍ୟାଦି ରୋଗର ସାମ୍ନା କରିବାକୁ ପଡିଥାଏ। ଏପରି ପରିସ୍ଥିତିରେ ଆପଣ ଓଜନ ହ୍ରାସ ପାଇଁ ଖାଦ୍ୟରେ କିଛି ହେଲ୍ଥି ଡ୍ରିଙ୍କ୍ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ।

ଓଜନ ହ୍ରାସ

ଓଜନ ହ୍ରାସ

  • Share this:
News 18 Odia Digital

Weight Loss Tips:  ଆଜିକାଲି ଓଜନ ବୃଦ୍ଧି ହେତୁ ଅନେକ ଲୋକ ଚିନ୍ତିତ ଅଛନ୍ତି। ଏହି କାରଣରୁ ଅନ୍ୟାନ୍ୟ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। ଏଥିରେ ଉଚ୍ଚ ରକ୍ତଚାପ, ଗ୍ୟାଷ୍ଟ୍ରିକ୍ ସମସ୍ୟା ଭଳି ଇତ୍ୟାଦି ରୋଗର ସାମ୍ନା କରିବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ ଆପଣ ଓଜନ ହ୍ରାସ ପାଇଁ ଖାଦ୍ୟରେ କିଛି ହେଲ୍ଥି ଡ୍ରିଙ୍କ୍ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ।

ଗ୍ରୀନ୍ ଟି - ଶୀଘ୍ର ଓଜନ ହ୍ରାସ କରିବା ପାଇଁ ଗ୍ରୀନ୍ ଟି ସାହାଯ୍ୟ କରିଥାଏ। ଏହା ଉଚ୍ଚ ରକ୍ତଚାପ ଓ ମଧୁମେହ ସମସ୍ୟାରୁ ମୁକ୍ତି ଦେଇଥାଏ। ଆପଣ ସକାଳେ ଓ ସନ୍ଧ୍ୟାରେ ଏକ କପ୍ ଗ୍ରୀନ୍ ଟି ପିଇପାରିବେ।

ଜୁଆଣୀ ଚା': ପ୍ରତିଦିନ ଜୁଆଣୀ ଚା' ପିଅନ୍ତୁ। ଏହା ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ଓ ମେଟାବୋଲିଜିମକୁ ବଢ଼ିଥାଏ। ଏହା ଥଣ୍ଡା ଓ ଫ୍ଲୁ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

ଜିରା ପାଣି - ଜିରା ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଜିରା ପାଣି ଫୁଟାନ୍ତୁ ଓ ଏହାକୁ ପିଅନ୍ତୁ। ଏହା ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ମଧ୍ୟ କାମ କରେ।

ପାନ ମଧୁରୀ ଓ ମେଥି ପାଣି: ଏହି ଜିନିଷଗୁଡ଼ିକୁ ପାଣିରେ ପକାଇ ଫୁଟାନ୍ତୁ। ତାପରେ ଏହି ପାଣି ଫିଲ୍ଟର୍ କରି ପିଅନ୍ତୁ। ଏହି ଡ୍ରିଙ୍କ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
Published by:Soumyashree Mishra
First published: