News18 Odia Digital
ନୂଆ ଦିଲ୍ଲୀ: ଏପ୍ରିଲ ମାସ ଶେଷ ହେବାକୁ କେବଳ ଗୋଟିଏ ଦିନ ବାକି ଅଛି । ୧ ମେ' ରୁ (Changes From 1 May) ସାଧାରଣ ଜନତାଙ୍କ ପାଇଁ ଅନେକ ପ୍ରକାର ନୂଆ ନିୟମ ଲାଗୁ ହେବ । ତେଣୁ ମେ' ଆସିବା ପୂର୍ବରୁ ଆପଣ ନିଶ୍ଚିତ ଭାବରେ ଏହି ନିୟମଗୁଡ଼ିକ ବିଷୟରେ ଜାଣିବା ଜରୁରୀ । ଏଥିରେ ବ୍ୟାଙ୍କିଙ୍ଗ୍ (Banking), ଗ୍ୟାସ୍ ସିଲିଣ୍ଡର (LPG Cylinder), କୋଭିଡ୍ ଟିକାକରଣ (Covid Vaccination) ସମ୍ବନ୍ଧୀୟ ଅନେକ ନିୟମ ସାମିଲ ରହିଛି । ଯାହା ସିଧାସଳଖ ଜନସାଧାରଣଙ୍କ ପକେଟକୁ ପ୍ରଭାବିତ କରିବ । ତେଣୁ ଆପଣ ଏହି ସମସ୍ତ ନିୟମ ଜାଣିବା ଜରୁରୀ-
୧. ଆକ୍ସିସ୍ ବ୍ୟାଙ୍କ କାରବକୁ ଯାଉଛି ଏହି ପରିବର୍ତ୍ତନ୧ ମେ'ରୁ ସେଭିଂ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ପାଇଁ ଆକ୍ସିସ୍ ବ୍ୟାଙ୍କ ନିୟମର ପରିବର୍ତ୍ତନ କରିଛି । ୧ ମେ'ରୁ ମାଗଣା ସୀମା ପରେ ଏଟିଏମରୁ ନଗଦ ଟଙ୍କା ପ୍ରତ୍ୟାହାର ବର୍ତ୍ତମାନର ସମୟ ତୁଳନାରେ ଦୁଇଗୁଣ ଦେୟ ଦେବାକୁ ପଡିବ । ଏହା ବ୍ୟତୀତ ବ୍ୟାଙ୍କ ଅନ୍ୟ ସେବା ପାଇଁ ଦେୟ ବଢ଼ାଇ ସାରିଛି । ଆକ୍ସିସ୍ ବ୍ୟାଙ୍କ ସର୍ବନିମ୍ନ ହାରାହାରି ବାଲାନ୍ସ ସୀମା ୧ ମେ' ୨୦୨୧ ରୁ ବୃଦ୍ଧି କରିବାକୁ ଯାଉଛି । ଆକ୍ସିସ୍ ବ୍ୟାଙ୍କ ତରଫରୁ ସହଜ ସେଭିଂ ସ୍କିମ୍ ସହିତ ଏକ ଆକାଉଣ୍ଟ୍ ପାଇଁ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତା ୧୦,୦୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
୨. ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯିବକରୋନା ମହାମାରୀର ବଢୁଥିବା ବିପଦ ମଧ୍ୟରେ ମେ' ୧ ତାରିଖରୁ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏହି ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ । ତୃତୀୟ ପର୍ଯ୍ୟାୟ ଟିକା ଅଭିଯାନରେ ସରକାର ଅନେକ ନିୟମ ପରିବର୍ତ୍ତନ କରିଛନ୍ତି ଓ ଅନେକ ନୂତନ ନିୟମ ମଧ୍ୟ ଆଣିଛନ୍ତି । ଏଥର ଟିକା ପାଇଁ ସରକାର ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରିଛନ୍ତି ।
୩. IRDA ପଲିସି କଭର ପରିମାଣକୁ ଦ୍ୱିଗୁଣିତ କରିଛିକରୋନାର ଦ୍ୱିତୀୟ ଲହର ମଧ୍ୟରେ ବୀମା ନିୟନ୍ତ୍ରକ ଆଇଆରଡିଏ ଆରୋଗ୍ୟ ସଞ୍ଜୀବନୀ ପଲିସିର କଭର ପରିମାଣକୁ ଦ୍ୱିଗୁଣିତ କରିବାକୁ ନିର୍ଦ୍ଦେଶ ଦେଇଛି । ବୀମା କମ୍ପାନୀଗୁଡିକ ୧ ମେ' ସୁଦ୍ଧା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଲିସି ପ୍ରଦାନ କରିବାକୁ ପଡିବ । ଏହା ବ୍ୟତୀତ ଗତ ବର୍ଷ ଏପ୍ରିଲ ୧ ରୁ ଆରୋଗ୍ୟ ସଞ୍ଜୀବନୀ ଷ୍ଟାଣ୍ଡାର୍ଡ ପଲିସିର ସର୍ବାଧିକ କଭରେଜ୍ ସୀମା ମାତ୍ର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା ।
୪. ଗ୍ୟାସ୍ ସିଲିଣ୍ଡର ଦର ପରିବର୍ତ୍ତନ ହେବସରକାରୀ ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଗ୍ୟାସ ସିଲିଣ୍ଡରର ଦର ପରିବର୍ତ୍ତନ କରନ୍ତି । ଗ୍ୟାସ୍ ସିଲିଣ୍ଡରର ନୂତନ ଦର ମଧ୍ୟ ମେ' ୧ ତାରିଖରେ ପ୍ରକାଶ ପାଇବ । ଦର ବୃଦ୍ଧି ହୋଇଛି କିମ୍ବା ପୁନର୍ବାର ହ୍ରାସ ହୋଇଛି ଏହା ୧ ମେ' ରେ ଜାରି ହେବ । ଏଭଳି ପରିସ୍ଥିତିରେ ୧ ମେ'ରୁ ସିଲିଣ୍ଡରର ଦର ବଦଳିପାରେ ।
୫.ବ୍ୟାଙ୍କଗୁଡିକ ୧୨ ଦିନ ପାଇଁ ବନ୍ଦ ରହିବମେ' ମାସରେ ବ୍ୟାଙ୍କଗୁଡିକ ସମୁଦାୟ ୧୨ ଦିନ ବନ୍ଦ (Bank Holidays In May 2021) ରହିବାକୁ ଯାଉଛି । ଅବଶ୍ୟ ଏହି ଦିନଗୁଡିକ ମଧ୍ୟରୁ ଅନେକ ସମୟରେ ଏପରି ହେବ ଯେ ଯେତେବେଳେ ସମଗ୍ର ଦେଶର ଏକାଥରେ ବ୍ୟାଙ୍କ ବନ୍ଦ ହେବ ନାହିଁ । ଏହି ସମରେ କେବଳ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବେ । ଆରବିଆଇ ୱେବସାଇଟରେ ଦିଆଯାଇଥିବା ଛୁଟି ତାଲିକାରେ ଏପରି କିଛି ଛୁଟି ଅଛି ଯାହା କେବଳ ସ୍ଥାନୀୟ ରାଜ୍ୟ ସ୍ତରରେ ପ୍ରଭାବଶାଳୀ ରହିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।