News18 Odia Digital
ମୁମ୍ବାଇ: ଜାନୁଆରୀରେ ଦର୍ଶକ 'ପୁଷ୍ପା: ଦି ରାଇଜ୍' ଓ '୮୩' ପରି ଫିଲ୍ମ ଉପଭୋଗ କରିଥିଲେ ଏଥି ସହିତ, ବର୍ତ୍ତମାନ ଦର୍ଶକ ଫେବୃଆରୀ ମାସରେ ଫିଲ୍ମ ଓ ୱେବ୍ ସିରିଜ୍ ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫେବୃଆରୀ ମାସରେ ମଧ୍ୟ ଅନେକ ଫିଲ୍ମ ଓ ସିରିଜ୍ ରିଲିଜ୍ ପାଇଁ ପ୍ରସ୍ତୁତ ଅଛି। ସେଥିମଧ୍ୟରୁ କିଛି ପ୍ରେକ୍ଷାଳୟରେ ଓ ଆଉ କିଛି OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ଆଜି ଆମେ ଆପଣଙ୍କୁ ଏହି ମାସରେ ରିଲିଜ୍ ହେଉଥିବା ଫିଲ୍ମର ଏକ ତାଲିକା ବିଷୟରେ କହିବାକୁ ଯାଉଛି, ଯାହାକୁ ଆପଣ ହାତଛଡ଼ା କରିପାରିବେ ନାହିଁ।
ଲୁପ୍ ଲପେଟା: ନିର୍ଦ୍ଦେଶକ ଆକାଶ ଭାଟିଆଙ୍କ ଏହି ଫିଲ୍ମ ଫେବୃଆରୀ ୪ରେ ନେଟଫ୍ଲିକ୍ସରେ ରିଲିଜ ହେବ। ଏହି ଫିଲ୍ମରେ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଓ ତାହିର ରାଜ ଭାସିନ ମୁଖ୍ୟ ଭୂମିକାରେ ନଜର ଆସିବେ।
ଗହରାୟାଂ: ଦୀପିକା ପାଦୁକୋନ, ଅନନ୍ୟା ପାଣ୍ଡେ, ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଏହି ଫିଲ୍ମର ଟ୍ରେଲର ଓ ଗୀତଗୁଡ଼ିକ ଦର୍ଶକଙ୍କ ମନ କିଣିଥିଲା। ଏହି ଫିଲ୍ମଟି ଫେବୃଆରୀ ୧୧ରେ ଆମାଜନ ପ୍ରାଇମ ଅରିଜିନାଲରେ ଷ୍ଟ୍ରିମ୍ ହେବାକୁ ଯାଉଛି।
ବଧାଇ ଦୋ: ଏହି ଫିଲ୍ମର ଟ୍ରେଲର ମୁଖ୍ୟ ଭୂମିକାରେ ରାଜକୁମାର ରାଓ ଓ ଭୂମି ପେଡନେକରଙ୍କ ଅଭିନୀତ ଦର୍ଶକଙ୍କ ହୃଦୟ ଜିତିଥିଲା। ଏହି ଫିଲ୍ମଟି ଫେବୃଆରୀ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ଅଛି।
ଗଙ୍ଗୁବାଇ କାଥିଆୱାଡି: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ 'ଗଙ୍ଗୁବାଇ କାଥିଆୱାଡି'ର ମୁକ୍ତିଲାଭ ଦୀର୍ଘ ଦିନ ଧରି ଅଟକି ରହିଛି। ଦର୍ଶକ ଏହାର ମୁକ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ଅଛନ୍ତି। ଆଲୟାଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ଫେବୃଆରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ଦ ଫେମ୍ ଗେମ୍: ଏହି ୱେବ୍ ସିରିଜରେ ମାଧୁରୀ ଦୀକ୍ଷିତ ଓ ସଞ୍ଜୟ କପୁର ମୁଖ୍ୟ ଭୂମିକାରେ ଅଛନ୍ତି। ବହୁତ ସମୟ ପରେ ମାଧୁରୀ ଓ ସଞ୍ଜୟ ପୁଣି ଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଫେବୃଆରୀ ୨୫ରେ ଏହି ସିରିଜ୍ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।