ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ପ୍ରଥମ ଥର ମିଳିବ ଏହି ୧୦ଟି ଅଧିକାର; ବଦଳିଯିବ ବିଲ୍ ପେମେଣ୍ଟରୁ ନେଇ ସବୁକିଛି

କେନ୍ଦ୍ର ସରକାର ପ୍ରଥମ ଥର ଗ୍ରାହକଙ୍କ ଅଧିକାରର (Rights of Consumers) ସୁରକ୍ଷା ପାଇଁ ଏକ ନୂତନ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ମନ୍ତ୍ରଣାଳୟ କହିଛି ଯେ ବିଦ୍ୟୁତ୍ ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ନିୟମ ଲାଗୁ ହେବ ।

ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ପ୍ରଥମ ଥର ମିଳିବ ଏହି ୧୦ଟି ଅଧିକାର; ବଦଳିଯିବ ବିଲ୍ ପେମେଣ୍ଟରୁ ନେଇ ସବୁକିଛି
ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳିବ ଏହି ୧୦ଟି ଅଧିକାର
  • News18 Odia
  • Last Updated: September 17, 2020, 4:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ (Ministry of Power) ପ୍ରଥମ ଥର ପାଇଁ ଭାରତରେ ବିଦ୍ୟୁତ ଉପଭୋକ୍ତାଙ୍କ ଅଧିକାର Electricity Consumer Rights in India) ନିୟମ ପ୍ରସ୍ତୁତ କରିଛି । ବିଦ୍ୟୁତ୍ ଉପଭୋକ୍ତାମାନେ ବିଦ୍ୟୁତ୍ କ୍ଷେତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟନ୍ତି । ସେମାନଙ୍କ ଯୋଗୁଁ ଏହି କ୍ଷେତ୍ର ବିଦ୍ୟମାନ ଅଛି । ସମସ୍ତ ନାଗରିକଙ୍କୁ ବିଦ୍ୟୁତ୍ ଯୋଗାଇବା ଓ ଉପଭୋକ୍ତାଙ୍କ ସନ୍ତୁଷ୍ଟି ଉପରେ ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ପ୍ରମୁଖ ସେବାଗୁଡିକ ଚିହ୍ନଟ କରିବା, ଏହି ସେବାଗୁଡିକ ସମ୍ବନ୍ଧରେ ସର୍ବନିମ୍ନ ସେବା ସ୍ତର ଓ ମାନକ ସ୍ଥିର କରିବା ଓ ଗ୍ରାହକଙ୍କ ଅଧିକାରକୁ ଚିହ୍ନଟ କରିବା ଅନିବାର୍ଯ୍ୟ ଅଟେ ।

ଏହି ଉଦ୍ଦେଶ୍ୟ ସହିତ ସରକାର ପ୍ରଥମ ଥର ପାଇଁ ବିଦ୍ୟୁତ୍ ଉପଭୋକ୍ତା ଅଧିକାର ନିୟମର (Consumer Rights Act) ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଶକ୍ତି ମନ୍ତ୍ରଣାଳୟ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଗ୍ରାହକଙ୍କ ଠାରୁ ପରାମର୍ଶ, ବିଚାର, ମନ୍ତବ୍ୟ ଲୋଡ଼ିଛି । ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ଦ୍ୱାରା ୯ ସେପ୍ଟେମ୍ବର ୨୦୨୦ ରେ ଏହି ଡ୍ରାଫ୍ଟ ପ୍ରକାଶ ପାଇଥିଲା । ଆଗାମୀ ସମସ୍ତ ପରାମର୍ଶ ଓ ପ୍ରସ୍ତାବକୁ ଧ୍ୟାନରେ ରଖି ସେଗୁଡିକ ଚୂଡାନ୍ତ ହେବ ।

ପ୍ରଥମ ଥର ପାଇଁ ଉପଲବ୍ଧ ହେବ ଏହି ୧୦ଟି ଅଧିକାର

> ସେବାର ବିଶ୍ୱସନୀୟତା: ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡିକର ଡିସ୍କମ ପାଇଁ ପ୍ରତି ବର୍ଷ ଉପଭୋକ୍ତାଙ୍କ ହାରାହାରି ସମୟ ସୀମା ସ୍ଥିର କରିବାକୁ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (SERC) ନିଷ୍ପତି ।

> ସଂଯୋଗ ପାଇଁ ସମୟାନୁବର୍ତ୍ତୀ ଓ ସରଳୀକୃତ ପ୍ରଣାଳୀ: ୧୦ କିଲୋୱାଟ ଲୋଡ୍ ପର୍ଯ୍ୟନ୍ତ ବୈଦ୍ୟୁତିକ ସଂଯୋଗ ପାଇଁ କେବଳ ଦୁଇଟି ଡକ୍ୟୁମେଣ୍ଟ୍ ଓ ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ୧୫୦ କିଲୋୱାଟ ପର୍ଯ୍ୟନ୍ତ ଲୋଡ୍ ପାଇଁ କୌଣସି ଆନୁମାନିକ ଶୁଳ୍କ ଦେୟ ନାହିଁ ।

> ନୂତନ ସଂଯୋଗ ପ୍ରଦାନ ଓ ବିଦ୍ୟମାନ ସଂଯୋଗକୁ ପରିବର୍ତ୍ତନ କରିବାର ସମୟର ଅବଧି ମେଟ୍ରୋ ସହରରେ ୭ ଦିନ, ଅନ୍ୟ ପୌରସଂସ୍ଥାରେ ୧୫ ଦିନ ଓ ଗ୍ରାମାଞ୍ଚଳରେ ୩୦ ଦିନରୁ ଅଧିକ ହେବ ନାହିଁ ।

> ଷାଠିଏ ଦିନ କିମ୍ବା ତା’ଠାରୁ ଅଧିକ ବିଳମ୍ବ ସହିତ ବିଲ୍ ସେବା ଉପରେ ୨ ରୁ ୫ ପ୍ରତିଶତ ରିହାତି ।

> ନଗଦ, ଚେକ୍, ଡେବିଟ୍ କାର୍ଡ ଓ ନେଟ୍ ବ୍ୟାଙ୍କିଙ୍ଗ୍ ଇତ୍ୟାଦି ଦ୍ୱାରା ବକେୟା ବିଲ୍ ଦେବାର ବିକଳ୍ପ କିନ୍ତୁ ୧୦୦୦ କିମ୍ବା ତା’ଠାରୁ ଅଧିକ ବିଲ୍ ଅନ୍ଲାଇନ୍ରେ ପ୍ରଦାନ କରାଯାଇ ପାରିବ ।

> ବିଚ୍ଛିନ୍ନତା, ପୁନଃସଂଯୋଗ, ମିଟର ପରିବର୍ତ୍ତନ, ବିଲିଂ ଓ ଦେୟ ଇତ୍ୟାଦି ସମ୍ବନ୍ଧୀୟ ବ୍ୟବସ୍ଥା ।

> ଉପଭୋକ୍ତା ଉଦୀୟମାନ ବର୍ଗକୁ "ବୃତ୍ତିଗତ" ଭାବରେ ମାନ୍ୟତା ଦେବା । ଏମାନେ ଏପରି ବ୍ୟକ୍ତି ଅଟନ୍ତି ଯେଉଁମାନେ ବିଦ୍ୟୁତ୍ ଉପଭୋକ୍ତା ତଥା ସେମାନେ ନିଜ ଛାତରେ ସୌର ବିଦ୍ୟୁତ୍ ୟୁନିଟ୍ ସ୍ଥାପନ କରିଛନ୍ତି କିମ୍ବା ସେମାନଙ୍କର ଜଳସେଚନ ପମ୍ପକୁ ସୌରୀକରଣ କରିଛନ୍ତି । ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (SERC) ଦ୍ୱାରା ଧାର୍ଯ୍ୟ ହୋଇଥିବା ସମାନ ସଂଯୋଗକୁ ବ୍ୟବହାର କରି ସ୍ୱୟଂ ବ୍ୟବହାର ପାଇଁ ବିଦ୍ୟୁତ୍ ଉତ୍ପାଦନ କରିବାର ଅଧିକାର ସେମାନଙ୍କର ରହିବ । ସେମାନେ ମଧ୍ୟ ଗ୍ରୀଡ୍କୁ ଅବଶିଷ୍ଟ ଶକ୍ତି ଯୋଗାଇ ପାରିବେ ।

> ବିଦ୍ୟୁତ୍ ବିତରଣ କମ୍ପାନୀ - ଡିସକମ୍ ଦ୍ୱାରା ସେବାରେ ବିଳମ୍ବ ପାଇଁ କ୍ଷତିପୂରଣ କିମ୍ବା ଦଣ୍ଡ ପ୍ରଦାନ ଓ ଯଥାସମ୍ଭବ ବିଲରେ କ୍ଷତିପୂରଣ ପ୍ରଦାନ କରାଯିବା ଉଚିତ୍ ।

> ୨୪x୭ ଟୋଲ୍ ଫ୍ରି କଲ୍ ସେଣ୍ଟର, ୱେବ୍ ଆଧାରିତ ସମର୍ଥନ ଓ ସାଧାରଣ ସେବା ପାଇଁ ମୋବାଇଲ୍ ପ୍ରୟୋଗ ଯେପରିକି ନୂତନ ସଂଯୋଗ, ବିଚ୍ଛିନ୍ନତା, ପୁନଃସଂଯୋଗ, ସଂଯୋଗ ଅବସ୍ଥାନରେ ପରିବର୍ତ୍ତନ, ନାମ ଓ ବର୍ଣ୍ଣନାରେ ପରିବର୍ତ୍ତନ, ଭାରରେ ପରିବର୍ତ୍ତନ, ମିଟର ପରିବର୍ତ୍ତନ, ବିଦ୍ୟୁତ୍ ଯୋଗାଣ । ବାଧାପ୍ରାପ୍ତ, ଏସଏମଏସ ଏବଂ ଇ-ମେଲ ଆଲର୍ଟ ସୁବିଧା, ଅନଲାଇନ୍ ଷ୍ଟାଟସ୍ ଟ୍ରାକିଂ ଓ ଏସବୁ ପାଇଁ ସ୍ୱୟଂଚାଳିତ ପ୍ରକ୍ରିୟା ବ୍ୟବସ୍ତା କରାଯିବ ।

> ଉପଭୋକ୍ତା ଅଭିଯୋଗ ସମସ୍ୟାର ସମାଧାନ ପାଇଁ ସବ-ଡିଭିଜନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଗ୍ରାହକଙ୍କ ୨-୩ ପ୍ରତିନିଧୀଙ୍କ ସହିତ ଗ୍ରାହକ ଅଭିଯୋଗ ସମାଧାନ ଫୋରମ୍ ।
Published by: Jagdish Barik
First published: September 17, 2020, 3:55 PM IST
corona virus btn
corona virus btn
Loading