ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»BYJU’S Young Genius: ସିଜନ ୨ ର ରେଜିଷ୍ଟ୍ରେସନ୍ ସମୟରେ ମିଳିଛି ବହୁ ପ୍ରତିକ୍ରିୟା

BYJU’S Young Genius: ସିଜନ ୨ ର ରେଜିଷ୍ଟ୍ରେସନ୍ ସମୟରେ ମିଳିଛି ବହୁ ପ୍ରତିକ୍ରିୟା

BYJU’S Young Genius ର ସିଜନ୍ ୨ ସହିତ ଆପଣଙ୍କ ପିଲାମାନଙ୍କର କ୍ଷମତା ଓ ପ୍ରତିଭାକୁ ସାରା ଦୁନିଆକୁ ଦେଖାଇବା ପାଇଁ ଆପଣଙ୍କ ପାଖରେ ସୁଯୋଗ ଅଛି । ବର୍ତ୍ତମାନ ଏହି ଅନନ୍ୟ ଶୋ ପାଇଁ ରେଜିଷ୍ଟର୍ କରନ୍ତୁ ।

BYJU’S Young Genius: ସିଜନ ୨ ର ରେଜିଷ୍ଟ୍ରେସନ୍ ସମୟରେ ମିଳିଛି ବହୁ ପ୍ରତିକ୍ରିୟା
BYJU's Young Genius ସେକ୍ସନରେ ରେଜିଷ୍ଟର୍ କରନ୍ତୁ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 15, 2021, 5:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବିଶେଷ ରୂପରେ ଟୋକିଓ ଅଲିମ୍ପିକ୍ସ ପରେ ଯେତେବେଳେ ଆମେ ଅନ୍ୟମାନଙ୍କ ମଧ୍ୟରେ ନୀରଜ ଚୋପ୍ରା ଏବଂ ମିରାବାଇ ଚାନୁଙ୍କ ଭଳି ଖେଳାଳୀଙ୍କର ପ୍ରତିଭାର ସାକ୍ଷୀ ରହିଥିଲୁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସ୍ପଟ ଲାଇଟ, ଶୋ ଷ୍ଟପରମାନଙ୍କଠାରୁ ନେଇ ପ୍ରତିଭା ଆଡ଼କୁ ସ୍ଥାନାନ୍ତରିତ ହୋଇଯାଇଛି। ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ଓ ୱେଟ୍-ଲିଫ୍ଟିଂ ପାଇଁ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ରାଉଣ୍ଡରେ ସେମାନଙ୍କର ଶାନ୍ତ ଧୈର୍ଯ୍ୟ ଏବଂ ଦୃଢ ସଂକଳ୍ପ ଦେଶକୁ ଦେଖାଇଦେଇଛି ଯେ ପ୍ରତିଭା ବଡ଼ ମଞ୍ଚରେ ନ ପହଞ୍ଚିବା ପର୍ଯ୍ୟନ୍ତ ଲୁକ୍କାୟିତ ହୋଇ ରହିଥାଏ।

ଏହା ହିଁ ହେଉଛି ଭାରତର ସର୍ବବୃହତ ନିଉଜ୍ ନେଟୱର୍କ, News 18ର ଲକ୍ଷ୍ୟ ଯାହାକୁ ଏହା BYJU’S Young Genius କାର୍ଯ୍ୟକ୍ରମ ମାଧ୍ୟମରେ ପୂରଣ କରିବାର ଇଚ୍ଛା ରଖିଛି। News18ର ସଂପାଦନା ମଣ୍ଡଳୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ଵାରା ଚୟନୀତ ହୋଇଥିବା ଏହି ଶୋ ଚ୍ୟାନେଲରେ ନିଜର କୌଶଳ ପ୍ରଦର୍ଶନ କରୁଥିବା ଯୁବ ସଫଳତାର ପ୍ରତିଭା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ।

ବର୍ତ୍ତମାନ, ରେଜିଷ୍ଟ୍ରେସନ୍ ପାଇଁ Young Geniusର ଦ୍ଵିତୀୟ ଏଡିସନ୍ ଖୋଲା ହୋଇଥିବାରୁ, କେବଳ ଏତିକି କୁହାଯାଇ ପାରିବ ଯେ ଆବେଦନଗୁଡ଼ିକର ବାସ୍ତବିକ ସଂଖ୍ୟା ଓ ଗୁଣବତ୍ତା ଆଶ୍ଚର୍ଯ୍ୟଜନକ ଅଟେ। କିନ୍ତୁ ତାହା ବିଷୟରେ ଆମେ ଆଲୋଚନା କରିବା ପୂର୍ବରୁ, ଆସନ୍ତୁ BYJU’S Young Genius ର ପ୍ରଥମ ଏଡିସନରେ ଯାହା କିଛି ଦେଖାଯାଇଥିଲା ସେଥି ମଧ୍ୟରୁ କେତେକ ସର୍ବୋତ୍ତମ ପ୍ରସଙ୍ଗର ପୁନରାବୃତ୍ତି କରିବା।

ସିଜିନ ୧ ର ସର୍ବୋତ୍ତମ କାର୍ଯ୍ୟକ୍ରମରେ, ଲାଇଡିଆନ୍ ନାଧାସୱାରାମ (୧୫ ବର୍ଷ) ଙ୍କୁ ପସନ୍ଦ କରାହୋଇଥିଲା, ଯିଏ ପ୍ରତି ମିନିଟରେ ୧୯୦ ବିଟ୍ ବେଗରେ ବନ୍ଦ ଆଖିରେ ପିଆନୋ ବଜାଇପାରୁଥିଲେ ଓ ମେଘାଳୀ ମାଲବିକା (୧୪ ବର୍ଷ) ଯିଏ ନିଜର ଚମତ୍କାର ଆଇକ୍ଯୁ  ପାଇଁ ‘ଭାରତର ଗୁଗୁଲ ଗାର୍ଲ’ ଭାବରେ ଲୋକପ୍ରିୟ ଅଟନ୍ତି। ଶୋ' ରେ ଥିବା ଅନ୍ୟ କେତେକ ଯୁବ ପ୍ରତିଭାମାନଙ୍କ ସହିତ ଋଷି ଶିବ ପି (୬ ବର୍ଷ) ଯାହାଙ୍କ ନିକଟରେ ରହିଛି ଅବିଶ୍ଵସନୀୟ ୧୮୦ ସ୍କୋର ବିଶିଷ୍ଟ IQ ଓ ସେ ମେନସା ସୋସାଇଟିର ଜଣେ ସଦସ୍ୟ ହେବା ସହିତ ଅନେକ ଆପର ଡେଭଲପର ତଥା ଏକ ପୁସ୍ତକର ରଚୟିତା ମଧ୍ୟ ଅଟନ୍ତି। ଅନ୍ୟ ପ୍ରତିଭାଶାଳୀ ଶିଶୁମାନଙ୍କ ମଧ୍ୟରେ ଥିଲେ ଅବନ୍ତୀକା କାମ୍ବଲି (୧୦) ଯିଏ ହେଉଛନ୍ତି ୬-ଅଙ୍କ ବର୍ଗମୂଳ ସଂଖ୍ୟା ଗଣନାରେ ବିଶ୍ଵ ରେକର୍ଡଧାରୀ ସର୍ବକନିଷ୍ଠ ପ୍ରତିଭା ଅଟନ୍ତି । ଏମାନଙ୍କ ସହିତ ଆହୁରି ମଧ୍ୟ ଥିଲେ ତାଇଲକ୍ କେଇସାମ (୧୩) ଯିଏ ହେଉଛନ୍ତି ‘ଲିମ୍ବୋ ସ୍କେଟିଙ୍ଗ ଅଣ୍ଡର୍ ବାର୍ସରେ ଅଧିକ ଦୂରତା’ ଅତିକ୍ରମ କରିବାରେ ଜଣେ ଗିନିଜ୍ ବିଶ୍ଵ ରେକର୍ଡଧାରୀ ଅଟନ୍ତି।

BYJU’S Young Geniusର ସିଜନ୍ ବିଶାଳ ଓ ଭବ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି। ଯେବେଠାରୁ ଏଣ୍ଟ୍ରି ଖୋଲାଯାଇଛି, ସମଗ୍ର ଦେଶରୁ ପିତାମାତା ଓ ସେମାନଙ୍କ ପିଲାମାନଙ୍କ ମଧ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ସାହ ଦେଖାଯାଉଛି। ଏହା କେବଳ BYJU’S Young Geniusର ଲୋକପ୍ରିୟତାକୁ ଦର୍ଶାଉନାହିଁ, ବରଂ ତା' ସହିତ ଏହା ସ୍ପଟ୍ ଲାଇଟ୍ ପାଇଁ ଅପେକ୍ଷା କରିଥିବା ଅନେକ ପ୍ରତିଭା ସଂପନ୍ନ ଶିଶୁ ଓ କିଶୋରମାନଙ୍କ କ୍ଷମତା ବିଷୟରେ ମଧ୍ୟ ଧାରଣା ପ୍ରଦାନ କରୁଛି।

ପ୍ରଥମ ଦୁଇ ସପ୍ତାହରେ ୭୫୦୦ ରୁ ଅଧିକ ଏଣ୍ଟ୍ରି ସହିତ, ସିଜନ୍ ସମଗ୍ର ଭାରତରେ ପ୍ରକୃତ ରତ୍ନ ଖୋଜିବାକୁ ଲକ୍ଷ୍ୟ ରଖିଛି ଯେଉଁମାନେ ଦର୍ଶକ ଓ ଜଜମାନଙ୍କୁ ସେମାନଙ୍କ ପ୍ରତିଭା ଓ କୌଶଳ ପ୍ରଦର୍ଶିତ କରି ଆଶ୍ଚର୍ଯ୍ୟ ଚକିତ କରିଦେବେ। News18 Network, History ଚ୍ୟାନେଲ ଓ Viacom Network ଚ୍ୟାନେଲ ଭଳି ସମସ୍ତ ପ୍ଲାଟଫର୍ମ ଯେଉଁଥିରେ ଏହି ଶୋ’ ର ପ୍ରଚାର ହେଉଛି ତାହା ଅତ୍ୟଧିକ ଲୋକପ୍ରିୟତା ହାସଲ କରୁଛି। BYJU’S Young Genius ର ସିଜନ୍ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମିଲିୟନ୍ ଇମ୍ପ୍ରେସନକୁ ଅତିକ୍ରମ କରିସାରିଛି ଓ ଶୋ’ର ମାଇକ୍ରୋସାଇଟରେ ଦୈନିକ ଭିଜିଟରଙ୍କ ସଂଖ୍ୟା ନିରନ୍ତର ୧ ଲକ୍ଷ ପାଖାପାଖି ଅଟେ।

News18ର ବରିଷ୍ଠ ଏଡିଟର୍ ଓ ଆଙ୍କର୍ ଆନନ୍ଦ ନରସିଂହମଙ୍କ ଦ୍ଵାରା ହୋଷ୍ଟ ହେବାକୁ ଥିବା ଏହି ଶୋ ଜାନୁୟାରୀ ୨୨ରେ ଆରମ୍ଭ ହେବାକୁ ଯାଉଛି ଓ ଏଥିରେ ବିଭିନ୍ନ କ୍ଷେତ୍ର ଯଥା କଳା, ଶିକ୍ଷା, ବୈଷୟିକ ବିଜ୍ଞାନ, ବ୍ୟବସାୟ, କ୍ରୀଡ଼ା ଓ ଆହୁରି ଅନେକ କ୍ଷେତ୍ର ସହିତ ସମ୍ବନ୍ଧିତ ୬ ରୁ ୧୫ ବର୍ଷ ବୟସର ଅନେକ ଶିଶୁ ଓ କିଶୋର ପ୍ରତିଭାଙ୍କୁ ପ୍ରଦର୍ଶିତ କରାଯିବ। ଏହାର ପ୍ରତ୍ୟେକ ଏପିସୋଡ୍ ଅତ୍ୟନ୍ତ ଆକର୍ଷଣୀୟ ହେବାକୁ ଯାଉଛି କାରଣ ଏଥିରେ ପ୍ରତିଭାଧାରୀ ଶିଶୁ ଓ କିଶୋରମାନଙ୍କ ସହିତ ଯୋଗ ଦେବାକୁ ଯାଉଛନ୍ତି ଭାରତର କେତେକ ପ୍ରସିଦ୍ଧ ବ୍ୟକ୍ତିବୃନ୍ଦ, ଯେଉଁମାନଙ୍କୁ ନିଜର ଯାତ୍ରା ବିଷୟରେ ସଫଳତାର କାହାଣୀ ଆମ ନିକଟରେ ବର୍ଣ୍ଣନା କରିବାକୁ ମଧ୍ୟ ପ୍ରୋତ୍ସାହିତ କରାଯିବ।

ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ପିଲା ଏହି ଅବିଶ୍ୱସନୀୟ ଶୋ’ର ଏକ ଅଂଶ ହୁଅନ୍ତୁ ଯାହା ସେମାନଙ୍କୁ କୌଣସି ବାରଣ ବିନା ସେମାନେ ଯେପରି ଅଟନ୍ତି ତାହାକୁ ଖୁସିରେ ଆପଣେଇବାକୁ ଆଶା କରନ୍ତି, ତେବେ ଏଠାରେ ଲିଙ୍କ୍ ଭିଜିଟ୍ କରନ୍ତୁ ଓ ରେଜିଷ୍ଟ୍ରେସନ୍ ଫର୍ମ ପୂରଣ କରନ୍ତୁ। ଏହି ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ବହୁ-ସ୍ତରୀୟ ମୂଲ୍ୟାୟନ ପ୍ରକ୍ରିୟା ନିମନ୍ତେ ପିଲା ବାବଦରେ ସବିଶେଷ ବିବରଣୀ ଉଲ୍ଲେଖ କରି ଆପଣଙ୍କୁ ଏକ ବିସ୍ତୃତ ଫର୍ମ ଭରିବାକୁ ପଡ଼ିବ। ଏହା ବ୍ୟତୀତ ଆପଣ BYJU ର ଆପ୍ ଡାଉନଲୋଡ୍ କରି BYJU's Young Genius ସେକ୍ସନ୍ ରେ ରେଜିଷ୍ଟର୍ ମଧ୍ୟ କରିପାରିବେ।

ବର୍ତ୍ତମାନ ସମୟ ଆସିଯାଇଛି ଯେ ପିଲାମାନଙ୍କୁ News18 BYJU'S Young Genius ର ଆସୁଥିବା ସିଜନ୍ ସହିତ ଲୋକଲୋଚନକୁ ଆସିବା ପାଇଁ ଏକ ସୁଯୋଗ ଦିଅନ୍ତୁ।
Published by: Soumya Das
First published: September 15, 2021, 5:26 PM IST