IPL ଟିମ୍‌ MIକୁ ଉତ୍ସାହିତ କଲେ ୧୯ ହଜାର ବାଳିକା: ଅଭିଯାନକୁ ନେଇ ନୀତା ଅମ୍ବାନିଙ୍କ ପ୍ରତିକ୍ରିୟା

ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲ୍‌କାତା ମ୍ୟାଚର ଦର୍ଶକ ସାଜିଥିଲେ ୧୯ ହଜାର ବାଳିକା । ୩୬ଟି NGOର ବାଳିକା ଓ ୨୦୦ ପିଲା ଏହି ମ୍ୟାଚ୍‌ ଦେଖିଛନ୍ତି ।

IPL ଟିମ୍‌ MIକୁ ଉତ୍ସାହିତ କଲେ ୧୯ ହଜାର ବାଳିକା: ଅଭିଯାନକୁ ନେଇ ନୀତା ଅମ୍ବାନିଙ୍କ ପ୍ରତିକ୍ରିୟା

IPL ଟିମ୍‌ MIକୁ ଉତ୍ସାହିତ କଲେ ୧୯ ହଜାର ବାଳିକା: ଅଭିଯାନକୁ ନେଇ ନୀତା ଅମ୍ବାନିଙ୍କ ପ୍ରତିକ୍ରିୟା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଆଜିର ଆଇପିଏଲ୍‌ (ipl) ମ୍ୟାଚରେ ମୁମ୍ବାଇକୁ ଉତ୍ସାହିତ କରୁଥିଲେ ୧୯ ହଜାର ବାଳିକା ଦର୍ଶକ । ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିଅମରେ ହୋଇଥିଲା ସ୍ବତନ୍ତ୍ର ଉତ୍ସବ । IPL ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ (mumbai indians)କୁ ଉତ୍ସାହିତ କରିଥିଲେ ୧୯ ହଜାର ବାଳିକା । ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲ୍‌କାତା ମ୍ୟାଚର ଦର୍ଶକ ସାଜିଥିଲେ ୧୯ ହଜାର ବାଳିକା । ୩୬ଟି NGOର ବାଳିକା ଓ ୨୦୦ ପିଲା ଏହି ମ୍ୟାଚ୍‌ ଦେଖିଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନ (reliance foundation) ଓ ମୁମ୍ବାଇ ଇଣ୍ଡିଆନ୍ସର ମିଳିତ ପ୍ରୟାସରେ ଚାଲିଥିବା ସମସ୍ତଙ୍କ ପାଇଁ ଶିକ୍ଷା ଓ କ୍ରୀଡ଼ା ଅଭିଯାନରେ ଏହା ଏକ ନିଆରା ପଦକ୍ଷେପ । ଅଭିଯାନକୁ ନେଇ ନୀତା ମୁକେଶ ଅମ୍ବାନି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ମହିଳାଙ୍କ ପାଇଁ ଏହା ଏକ ଉତ୍ସବର ମ୍ୟାଚ୍‌ । ପ୍ରତି IPL ସିଜନରେ ରିଲାଏନ୍ସ ଫାଉଣ୍ଡେସନ କରୁଛି ନିଆରା ପ୍ରୟାସ । ସେହିପରି ନୀତା କହିଛନ୍ତି, ଆଜି ଷ୍ଟାଣ୍ଡରେ ବସିଥିବା ଏହି ଝିଅମାନଙ୍କ ମଧ୍ୟରେ ଆଗକୁ କିଏ ଝୁଲଣ କିମ୍ବା ହରମନ୍‌ ହୋଇପାରନ୍ତି ।
Published by:Soubhagya Mishra
First published: