News 18 Odia Digital
Muharram 2022 : ଭାରତ କେତେ ମହାନ ଏଠି ଅନେକ ଭାଷା ଅନେକେ ଭୂଷା କିନ୍ତୁ ତାହାରି ଭିତରେ ପୁଣି ସମସ୍ତେ ଏକ । କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ହିରେବିଦାନୁର ଗାଁରେ ୧୦୦ ବର୍ଷ ଧରି ଗୋଟିଏ ବି ମୁସଲମାନ ପରିବାର ନାହାଁନ୍ତି, କିନ୍ତୁ ପ୍ରତିବର୍ଷ ଏଠାରେ ପାଞ୍ଚ ଦିନ ଧରି ମହରମ ପର୍ବ ପାଳନ କରାଯାଏ । ଏପରି ଘଟଣା କେବଳ ଭାରତରେ ଦେଖିବା ସମ୍ଭବ
। ଗାଁର ପାଖାପାଖି ତିନି ହଜାର ଲୋକ ବସବାସ କରନ୍ତି । ଅଧିକାଂଶ ପରିବାର କୁରୁବା ଓ ବାଲମିକି ସମ୍ପ୍ରଦାୟର ଅଟନ୍ତି ଏହି ଅବସରରେ କିନ୍ତୁ ଗାଁ ରଙ୍ଗୀନ ଆଲୋକ ମୟ ହେଇ ସୃଷ୍ଟି ହୁଏ । ଗ୍ରାମବାସୀ ମାନେ ମହରମ ପାଲିବକୁ ଏକ ମସଜିଦ ଅଛି । ସ୍ଥାନୀୟ ଲୋକମାନେ ଏହାକୁ ଫାକିରେଶ୍ୱର ସ୍ୱାମୀଙ୍କ ମସଜିଦ ବୋଲି କହନ୍ତି । ଏଠାରେ ଗ୍ରାମବାସୀମାନେ ସେମାନଙ୍କର ଇଚ୍ଛା ପୂରଣ ପାଇଁ ପ୍ରାର୍ଥନା କରନ୍ତି । ହିନ୍ଦୁ ରୀତିନୀତି ଅନୁଯାୟୀ ଜଣେ ହିନ୍ଦୁ ପୁରୋହିତ ଏଠାରେ ପୂଜା କରନ୍ତି ।ମସଜିଦର ପୁରୋହିତ କହନ୍ତି ଯେ ଆମେ ପ୍ରତିବର୍ଷ ମହରମରେ ନିକଟସ୍ଥ ବେଭିଙ୍କଟ୍ଟି ଗ୍ରାମରୁ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରୁ। ସେ ଏକ ସପ୍ତାହ ମସଜିଦରେ ରହି ପାରମ୍ପାରିକ ଇସଲାମ ଢଙ୍ଗରେ ପ୍ରାର୍ଥନା ସହ ପୂଜା କରନ୍ତି । ବାକି ଦିନରେ ମୁଁ ମସଜିଦ ପାଇଁ ଦାୟିତ୍ଵ ଗ୍ରହଣ କରେ । ଦୁଇ ମୁସଲମାନ ଭାଇ ବହୁ ପୂର୍ବରୁ ଦୁଇଟି ମସଜିଦ ନିର୍ମାଣ କରିଥିଲେ, ଗୋଟିଏ ଗୁଟାନାଟୀରେ ଓ ଅନ୍ୟଟି ହିରେବିଦାନୁର, ସେମାନଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକମାନେ ମସଜିଦରେ ପୂଜାପାଠ କରିବା ସହ ପ୍ରତିବର୍ଷ ମହରମ ପାଳନ କରନ୍ତି ।
ଗାଁରେ ହେଉଥିବା କର୍ଯ୍ୟକର୍ମଏହି ପାଞ୍ଚ ଦିନ ମଧ୍ୟରେ ଅନେକ ପରମ୍ପରାର ଦେଖିବାକୁ ମିଳୁଥିବାରୁ ହିରବିଦାନୁର ପାଇଁ ମହରମ ସ୍ୱତନ୍ତ୍ର । କଳାକାରମାନେ ସେମାନଙ୍କର କଳା ପ୍ରଦର୍ଶନ କରିବାର ସୁଯୋଗ ପାଆନ୍ତି । କଳାକାରମାନେ ଶୋଭାଯାତ୍ରାରେ କରବାଲ ନୃତ୍ୟ ପରିବେଷଣ କରନ୍ତି, ହିରେବିଦାନୁରରେ ଦଉଡି କଳା ଅନନ୍ୟ ଓ
ନିଆଁରେ ଦୌଡିବା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ।ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।