ଦୁନିଆର ଷଷ୍ଠ ଧନୀ ବ୍ୟକ୍ତି ହେଲେ କୋର୍ଟର ଦ୍ବାରସ୍ଥ
New18 Odia Digital
Sergey Brin Divorce: ଗୁଗଲର ସହକର୍ମୀ ତଥା ଦୁନିଆର ଷଷ୍ଠ ଧନୀ ବ୍ୟକ୍ତି ସର୍ଗେଇ ବ୍ରିନ ତାଙ୍କ ପତ୍ନୀଙ୍କଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ନିକଟ ଅତୀତରେ ସେ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା ତୃତୀୟ ବିଲିୟନେୟାର ବ୍ୟକ୍ତି ହୋଇପାରିଛନ୍ତି।
ଛାଡ଼ପତ୍ର କାହିଁକି ଘଟୁଛି?
ଅଦାଲତରେ ଦାଖଲ ହୋଇଥିବା ଆବେଦନରେ ବ୍ରିନ୍ ଇରେକନ୍ସିଲେବଲ୍ ଭିନ୍ନତାକୁ ଦର୍ଶାଇଛନ୍ତି। ଏହି ଦମ୍ପତିଙ୍କର ଏକ ତିନି ବର୍ଷର ପୁଅ ଅଛି। ତେବେ ଛାଡ଼ପତ୍ରର କାରଣଗୁଡ଼ିକୁ ବ୍ୟକ୍ତିଗତ ରଖିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି।
କେବଳ ୪ ବର୍ଷରେ ଛାଡ଼ପତ୍ର
ଉଭୟେ ୨୦୧୮ରେ ବିବାହ କରିଥିଲେ, କିନ୍ତୁ ବିବାହର ୪ ବର୍ଷ ପରେ, ସେମାନେ ବିଭିନ୍ନ ମାର୍ଗ ଅନୁସରଣ କରୁଛନ୍ତି। କୋଟିପତି ୧୩.୫ ମିଲିୟନରେ ଏହି ମହଲ କିଣିବାର କିଛି ଦିନ ପରେ ଛାଡପତ୍ର ଦାଖଲ କରାଯାଇଥିଲା।
ବ୍ରିନ ହେଉଛି ୯୪ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତିର ମାଲିକ
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ୪୮ ବର୍ଷୀୟ ବ୍ରିନର ସମ୍ପତ୍ତି ୯୪ ବିଲିୟନ ଡଲାର। ୧୯୯୮ରେ ଲ୍ୟାରି ପେଜ୍ ଓ ବ୍ରିନ୍ ଅଲ୍ଫାବେଟ ଗଠନ କରିଥିଲେ। ତା’ପରେ ସେ ଓ ପେଜ ୨୦୧୯ରେ ଅଲ୍ଫାବେଟ ଛାଡ଼ିଥିଲେ। ଯଦିଓ ସେ ଦୁହେଁ ବୋର୍ଡ ସଦସ୍ୟ ରହିଛନ୍ତି ଓ ତଥାପି କମ୍ପାନୀର ଅଂଶୀଦାର ମଧ୍ୟ।
ବିଲିୟନେୟାରଙ୍କ ଛାଡ଼ପତ୍ର ପ୍ରକ୍ରିୟା ସାଧାରଣ ହୋଇଗଲାଣି
କିଛି ସମୟ ପୂର୍ବରୁ ବିଲ୍ ଗେଟ୍ସ ଓ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ମଧ୍ୟ ଛାଡ଼ପତ୍ର ଘୋଷଣା କରିଥିଲେ। ଏମାନଙ୍କ ବ୍ୟତୀତ ଜେଫ୍ ବେଜୋସ୍ ଓ ମାକେଞ୍ଜି ସ୍କଟ୍ ମଧ୍ୟ ତିନି ବର୍ଷ ପୂର୍ବେ ଛାଡ଼ପତ୍ର ହୋଇଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।