ହିନ୍ଦୁ ଶବ୍ଦର ଅର୍ଥ 'ଭୟାନକ', କଂଗ୍ରେସ ନେତା ଦେଲେ ବିବାଦୀୟ ବୟାନ, ବିଜେପି କଲା ଟାର୍ଗେଟ

କେପିସିସି ମୁଖ୍ୟ ସତୀଶ ଲକ୍ଷ୍ମଣରାଓ ଜାର୍କିହୋଲି ଏକ ଭୁଲ୍ ମନ୍ତବ୍ୟକୁ ନେଇ ରାଜନୀତି ସରଗରମ । ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, 'ହିନ୍ଦୁ' ଶବ୍ଦ ଭାରତରୁ ନୁହେଁ ବରଂ ପାରସରୁ ଆସିଛି, ଯାହାର ଅର୍ଥ 'ଭୟଙ୍କର' ।

ହିନ୍ଦୁ ଶବ୍ଦର ଅର୍ଥ 'ଭୟାନକ', କଂଗ୍ରେସ ନେତା ଦେଲେ ବିବାଦୀୟ ବୟାନ, ବିଜେପି କଲା ଟାର୍ଗେଟ

ହିନ୍ଦୁ ଶବ୍ଦର ଅର୍ଥ 'ଭୟାନକ', କଂଗ୍ରେସ ନେତା ଦେଲେ ବିବାଦୀୟ ବୟାନ, ବିଜେପି କଲା ଟାର୍ଗେଟ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ବାଙ୍ଗାଲୋର : କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ମୁଖ୍ୟ ସତୀଶ ଲକ୍ଷ୍ମଣରାଓ ଜାର୍କିହୋଲି ଏକ ଭୁଲ୍ ମନ୍ତବ୍ୟକୁ ନେଇ ରାଜନୀତି ସରଗରମ । ରବିବାର ବେଲଗାଭି ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, 'ହିନ୍ଦୁ' ଶବ୍ଦ ଭାରତରୁ ନୁହେଁ ବରଂ ପାରସରୁ ଆସିଛି, ଯାହାର ଅର୍ଥ 'ଭୟଙ୍କର' । ଏହି ଶବ୍ଦର ଭାରତ ସହିତ ସମ୍ପର୍କ କ’ଣ ? ତାଙ୍କର ଏହି ଟିପ୍ପଣୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସେପଟେ କଂଗ୍ରେସ ଏହି ମନ୍ତବ୍ୟ ପାଇଁ ନିଜର ନେତାଙ୍କୁ ନିନ୍ଦା କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛି । କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି ଯେ ଆମେ ଏହି ବିବୃତ୍ତିକୁ ସମ୍ପୂର୍ଣ୍ଣ ଭାବେ ନିନ୍ଦା କରୁଛୁ ।

ବେଲଗାଭି ଜିଲ୍ଲାର ଏକ କାର୍ଯ୍ୟକ୍ରମରେ କେପିସିସି ମୁଖ୍ୟ ସତୀଶ ଜାର୍କିହୋଲି କହିଛନ୍ତି, 'ହିନ୍ଦୁ' ଶବ୍ଦ କେଉଁଠୁ ଆସିଛି? ଏହା ପାରସରୁ ଆସିଛି… ତେବେ, ଭାରତ ସହିତ ଏହାର କ’ଣ ସମ୍ପର୍କ ଅଛି ? ଆପଣଙ୍କ 'ହିନ୍ଦୁ' କେମିତି ? ହ୍ୱାଟସ୍ ଆପ୍, ଉଇକିପିଡ଼ିଆରେ ଯାଞ୍ଚ କରନ୍ତୁ, ଏହା ଆପଣଙ୍କର ଶବ୍ଦ ନୁହେଁ । ଆପଣ ଏହାକୁ ଏକ ଆଧାରରେ ରଖିବାକୁ କାହିଁକି ଚାହୁଁଛନ୍ତି ? … ଏହାର ଅର୍ଥ ଭୟାନକ ଅଟେ । ଏହି ବୟାନ ପରେ ରାଜ୍ୟ ଆଉ ରାଜ୍ୟ ବାହାରେ ଏହାକୁ ନେଇ ବିବାଦ ଦେଖାଦେଇଛି। ହିନ୍ଦୁ ସଂଗଠନ ଓ ଭାରତୀୟ ଜନତା ପାର୍ଟି ଏକ ସ୍ୱରରେ ଏହି ବୟାନକୁ ନିନ୍ଦା କରିଛନ୍ତି ଓ ଏଥିପାଇଁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

ବିବୃତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ

କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଦଳ ପକ୍ଷରୁ ସତୀଶ ଜାର୍କିହୋଲିଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ସେ ଟୁଇଟ୍ କରିଛନ୍ତି ଯେ ଏହି ବିବୃତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହାକୁ ଖାରଜ କରାଯିବା ଯୋଗ୍ୟ । ଆମେ ଏହାକୁ ସମ୍ପୂର୍ଣ୍ଣ ଭାବେ ନିନ୍ଦା କରୁଛୁ । ସେ ହିନ୍ଦୁ ଧର୍ମକୁ ରକ୍ଷା ଉଦ୍ଦେଶ୍ୟରେ କହିଛନ୍ତି, ଏହା ଜୀବନର ଏକ ଶୈଳୀ ଓ ଏକ ସଭ୍ୟତାର ବାସ୍ତବତା । ସେ କହିଛନ୍ତି ଯେ, କଂଗ୍ରେସ ପ୍ରତ୍ୟେକ ଧର୍ମ ଓ ବିଶ୍ୱାସକୁ ସମ୍ମାନ ଦେବା ପାଇଁ ଭାରତ ଗଠନ କରିଛି ।
Published by:Soubhagya Mishra
First published: