ମୃତଦେହକୁ ଟିୟୁରେ ବାନ୍ଧି ନଦୀ ପାର କରାଇଲେ ଗାଁ ଲୋକ; ଭାଇରାଲ ହେଲା ଭିଡିଓ

ମୃତଦେହକୁ ଟିୟୁରେ ବାନ୍ଧି ନଦୀ ପାର କରାଇଲେ ଗାଁ ଲୋକ। ଭାଇରାଲ ହେଲା ଭିଡ଼ିଓ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଥଡାପଥର ଗାଁରେ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଏକ ଗାଁରେ ଏଭଳି ଘଟଣା ଘଟିଛି ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ମୃତ ବ୍ୟକ୍ତଙ୍କ ଅନ୍ତିମ ସଂସ୍କାର ପାଇଁ ନିଜ ଗାଁରେ ପହଞ୍ଚିବାକୁ ଥିବା ଏକ ମାତ୍ର ରାସ୍ତା ନର୍ମଦା ନଦୀରେ ବନ୍ୟା ଯୋଗୁ ବୁଡି ଯାଇଥିଲା। ଏହି କାରଣରୁ  ମୃତଦେହକୁ ଟିୟୁରେ ବାନ୍ଧି ନଦୀ ପାର କରାଇଥିଲେ।

ଅନୁପପୁରର ଥଡାପଥର ଗାଁର ବାସିନ୍ଦା ବିଷ୍ମତ ନନ୍ଦଙ୍କ ହୃଦଘାତ ହେବା ପରେ ତାଙ୍କୁ ରବିବାର ଦିନ ନିକଟସ୍ଥ ଡିନ୍ଦୋରି ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  ।

ମଙ୍ଗଳବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଏସ୍ ସି ରାୟ କହିଛନ୍ତି ଯେ ନନ୍ଦ ହୃଦଘାତରେ ଆକ୍ରାନ୍ତ ହେବା ପରେ କିଛି ଗ୍ରାମବାସୀ ତାଙ୍କୁ ଡିନ୍ଦୋରି ନିକଟସ୍ଥ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ରବିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତଦେହକୁ ନେବା ପାଇଁ  ଥଡାପଥର ପର୍ଯ୍ୟନ୍ତ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଥିଲା, କିନ୍ତୁ ବନ୍ୟାଜଳ ନଦୀରେ ପ୍ରବାହିତ ଯୋଗୁଁ ଥଡାପଥର ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ବୁଡି ଯାଇଥିଲା। ଯାହାଫଳରେ ଆମ୍ବୁଲାନ୍ସ ଆଉ ଆଗକୁ ଯାଇ ପାରିନଥିଲା । ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ଅଭିଷେକ ଚୌଧୁରୀ।

ଯାହାଫଳରେ ମୃତଦେହକୁ ଟିୟୁରେ ବାନ୍ଧି ନଦୀ ପାର କରାଉଥିଲେ । ଏହି ଦୃଶ୍ୟକୁ କିଛି ଲୋକ ଭିଡ଼ିଓ କରି  ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଭିଡ଼ିଓଟି ଭାଇରାଲ ହେଉଛି। ଯେତେବେଳେ ଏହି ଘଟଣାଟି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପାଖରେ ପହଞ୍ଚିଥିଲା । ଅଧିକାରୀ କହିଥିଲେ ଯେ ଏହି ଘଟଣାର ତଦନ୍ତ କରାଯିବ ।
Published by:Sujit Swain
First published: