ଭାରତର କୋଭିଡ଼ ଯାତ୍ରାକୁ ବଖାଣିବ 'The Vial'

ଭାରତର କୋଭିଡ଼ ଯାତ୍ରାକୁ ବଖାଣିବ 'The Vial'

ଭାରତର କୋଭିଡ଼ ଯାତ୍ରାକୁ ବଖାଣିବ 'The Vial'

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆଦିଲ୍ଲୀ :  ଭାରତର କୋଭିଡ -୧୯ ଟୀକାକରଣ କାର୍ଯ୍ୟକ୍ରମ ବିଶ୍ୱର ସର୍ବ ବୃହତ ଟୀକାକରଣ ବୋଲି ପ୍ରମାଣିତ ହୋଇଛି କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ କିପରି ଏହି ଅଭିଯାନ ଆରମ୍ଭ କଲା ? ଏହି ଏ୍ୟୗତିହାସିକ ଓ ଅପ୍ରତ୍ୟାଶିତ ଟିକାକରଣର ସବିଶେଷ ତଥ୍ୟ ଜାଣିବା ପାଇଁ, ‘The Vial’- ‘କୋଭିଡ -୧୯ ଟୀକାକରଣ କାର୍ଯ୍ୟକ୍ରମ’ ଡକ୍ୟୁମେଣ୍ଟାରୀକୁ ମାର୍ଚ୍ଚ ୨୪ ହିଷ୍ଟ୍ରି ଟିଭିରେ ଦେଖନ୍ତୁ ।

‘The Vial’ କୋଭିଡ୍ -19 ଟୀକା କିପରି ତିଆରି ହେଲା ?, କେମିତି ବ୍ୟବହାର ହେଲା ?, ଏତେ ଅଳ୍ପ ସମୟ ମଧ୍ୟରେ କେମିତି ଏହି ଟିକାର ବିକାଶ ହେଲା ଓ ଏହାର କିପରି ବିତରଣ ହେଲା ପୂରା ସଫଳତାର କାହାଣୀ ଏଥିରେ ସ୍ଥାନ ପାଇଛି ।

ଏହି ୬୦ ମିନିଟ୍‌ର ଡକ୍ୟୁମେଣ୍ଟାରୀକୁ ଜଣାଶୁଣା ଅଭିନେତା ମନୋଜ ବାଜପେୟୀ ତିଆରି କରିଛନ୍ତି । ଏହା ହେଉଛି ପ୍ରଥମ ଡକ୍ୟୁମେଣ୍ଟାରୀ ଯେଉଁଥିରେ ପିଏମ ମୋଦି ମଧ୍ୟ ସ୍ଥାନ ପାଇଛନ୍ତି । ଏଥିରେ ସେ କୋରୋନ ଭାଇରସ୍‌ ମହାମାରୀ ଉପରେ ଭାରତର ବିଜୟ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ହିଷ୍ଟ୍ରି TV18 ଏହି ଡକ୍ୟୁମେଣ୍ଟାରୀର ଏକ ଟ୍ରେଲର ମଧ୍ୟ ରିଲିଜ୍ କରିଛି । ଯେଉଁଥିରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର୍ଶ ପୁନାୱାଲା ଓ ଅନ୍ୟମାନଙ୍କ ମଧ୍ୟରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ମଧ୍ୟ ନଜର ଆସିଛନ୍ତି ।

‘The Vial’ରେ ମଧ୍ୟ କୋଭିଶିଲ୍ଡ ଟିକାର କିପରି ବିକାଶ କରାଗଲା ତାହା ମଧ୍ୟ ଏଥିରେ ସ୍ଥାନ ପାଇଛି..... ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ବହୁ ପ୍ରଭାବଶାଳୀ ଦେଶ ମାନଙ୍କ ମଧ୍ୟରୁ କୋଭିଡ ଟୀକା ଉତ୍ପାଦନ କରି ଏତେ ବଡ଼ ଜନସଂଖ୍ୟା ଦେଶର ଲୋକଙ୍କୁ ଟୀକା ଯୋଗାଇ ଦେବାରେ ରେକର୍ଡ଼ ସୃଷ୍ଟି କରିଛି ।

ନେଟୱାର୍କ 18କୁ ସୂଚନା ଦେଇ ମନୋଜ ବାଜପେୟୀ କହିଛନ୍ତି: “ଭାରତର କୋଭିଡ -୧୯ ଟିକାକରଣ ବିଷୟ ଦେଶ ପାଇଁ ଏକ ଉଲ୍ଲେଖନୀୟ ସଫଳତା ଓ ଭାରତୀୟ ଭାବରେ ଆମେ ସମସ୍ତେ ଏଥିପ୍ରତି ସଚେତନ ହେବା ଓ ଗର୍ବିତ ହେବା ଉଚିତ। ଏହି ଚଳଚ୍ଚିତ୍ରଟି ଆମର ସ୍ୱାସ୍ଥ୍ୟସେବା ପ୍ରଫେସନାଲ ଓ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ଅଟେ, ଯେଉଁମାନେ ଅନେକ ଚ୍ୟାଲେଞ୍ଜ ସତ୍ତ୍ବେ , ଏତେ ଅଳ୍ପ ସମୟସୀମା ମଧ୍ୟରେ ଟିକା ପ୍ରସ୍ତୁତ କରିଥିଲେ ଓ ଟିକାକରଣ ଡ୍ରାଇଭ୍ କାର୍ଯ୍ୟକାରୀ କରିଥିଲେ । ଯାହା ପାଇଁ ଆଜି ଆମେ ଆତ୍ମବିଶ୍ୱାସର ସହ ନିଜ ଘରୁ ବାହାରକୁ ଯାଇ ପାରୁଛୁ ।”

‘The Vial’ରେ କେତେକ କେସ୍ ଷ୍ଟଡି ଉପରେ ନିର୍ମିତ ହୋଇଛି ।  ଯାହାକି ଦୂରଦୂରାନ୍ତର ଅଞ୍ଚଳରେ ମଧ୍ୟ ଟୀକା ଉପଲବ୍ଧ କରାଇବାରେ ଭାରତ ସରକାର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ନିର୍ଣ୍ଣୟ ଉପରେ ଧ୍ୟାନ ଦିଆ ଯାଇଛି ।

ଆଜି ଭାରତର ୧.୩ ବିଲିୟନ ଲୋକଙ୍କ ମଧ୍ୟରୁ ଅଧିକାଂଶ ଅନ୍ତତଃପକ୍ଷେ ଗୋଟିଏ ଥର ଟିକା ଗ୍ରହଣ କରିଛନ୍ତି, ଦେଶର ବିବିଧତାକୁ ଦୃଷ୍ଟିରେ ଦେଖିଲେ ଏହା ଏକ ଅବିଶ୍ବାସନୀୟ କାର୍ଯ୍ୟ । ଆହୁରି ଭାରତ ମଧ୍ୟ ବିଶ୍ବ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି, ଯାହା ୧୦୦ଟି ଦେଶ ପାଇଁ ୨୩୨.୪୩ ନିୟୁତ କୋଭିଡ଼ -୧୯ ଟୀକା ଯୋଗାଇ ସାରିଛି ।
Published by:Sujit Swain
First published: