ମହିଳାଙ୍କୁ ଫ୍ରି ସୋଲାର ଚୁଲା ଯୋଗାଇବେ ସରକାର!

Fact Check: ଯଦି ଆପଣ ଜଣେ ମହିଳା ତେବେ ଆପଣଙ୍କ ପାଇଁ ଏହି ଖବର । ସରକାର ଆପଣଙ୍କୁ ମାଗଣା ଗ୍ୟାସ ଚୁଲା ଯୋଗାଇଦେବେ ।

ସୋଲାର ଚୁଲା

ସୋଲାର ଚୁଲା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

PIB fact check: କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ଆଣୁଛନ୍ତି। ସେମାନଙ୍କ ଜୀବନକୁ ସହଜ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ନୂଆ ନୂଆ ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି। ନିକଟରେ କେନ୍ଦ୍ର ସରକାର ମହିଳାମାନଙ୍କୁ ମାଗଣା ସୋଲାର ଚୁଲା ଯୋଗାଇ ଦେବା ନେଇ ଏକ ଖବର ଆସିଥିଲା। ଚାଲନ୍ତୁ ଜାଣିବା ପୂରା ଖବରର ସତ୍ୟତା କଣ।

ନିକଟରେ ସୋସିଆଲ ମିଡିଆରେ ଏକ ବାର୍ତ୍ତା ପ୍ରଚାରିତ ହୋଇଛି ଯେଉଁଥିରେ ସରକାର ମାଗଣାରେ ଗ୍ୟାସ ଚୁଲା ବଣ୍ଟନ କରୁଛନ୍ତି ବୋଲି ଦାବି କରାଯାଉଛି।

ନିକଟରେ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଭାଇରାଲ ହେଉଥିଲା।  ଯେଉଁଥିରେ ଲେଖାଯାଇଛି ଯେ ସରକାର ମହିଳାମାନଙ୍କୁ ମାଗଣା ସୌର ଗ୍ୟାସ ଚୁଲା ଦେଉଛନ୍ତି। ଷ୍ଟୋଭରେ ୧୦ ବର୍ଷର ଗ୍ୟାରେଣ୍ଟି ମଧ୍ୟ ଅଛି। ମାଗଣା ଯୋଜନା ଅଧୀନରେ ସରକାର ଏହି ଗ୍ୟାସ ଚୁଲା ବଣ୍ଟନ କରୁଛନ୍ତି।

ଯେତେବେଳେ ସରକାରୀ ୱେବସାଇଟ୍ PIB ଖବରର ସତ୍ୟତା ବା ବାସ୍ତବତା ଜାଣିବାକୁ ଚେଷ୍ଟା କଲା, ସେତେବେଳେ ଜଣାପଡିଥିଲା ଯେ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ସରକାର କୌଣସି ଗ୍ୟାସ ଚୁଲା ମାଗଣାରେ ଦେଉନାହାଁନ୍ତି।  ସରକାର ଏଭଳି ଯୋଜନା ଆରମ୍ଭ କରିନାହାଁନ୍ତି। ଯଦି ସରକାର ଏପରି କୌଣସି ଯୋଜନା ଆଣନ୍ତି, ତେବେ ଅଫିସିଆଲ ସାଇଟରେ ଏହା ବିଷୟରେ ସୂଚନା ମିଳିବ।

ଅନୁସନ୍ଧାନ ପରେ PIB ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଓ ସୂଚନା ପାଇଁ ଏହାର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର ମଧ୍ୟ କରିଛି। ଏଭଳି ନକଲି ଗୁଜବରୁ ଦୂରେଇ ରହିବାକୁ ପିଆଇବି ଲୋକଙ୍କୁ ନିବେଦନ କରିଛି। କିମ୍ବା କୌଣସି ଲିଙ୍କ୍ କିମ୍ବା ନମ୍ବରକୁ କଲ୍ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣମାନେ ଠକାମୀର ଶିକାର ହୋଇପାରନ୍ତି।
Published by:Soumya Das
First published: