୨୦ ତାରିଖରେ ପ୍ରଧାନ ମନ୍ତ୍ରୀ ମୋଦି ଦେଶର ୨,୦୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସହ କରିବେ ‘ପରୀକ୍ଷା ପେ ଚର୍ଚ୍ଚା’

ଛାତ୍ରୀଛାତ୍ରମାନେ ପ୍ରଧାନ ମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କରିପାରିବେ ଏବଂ କେବଳ ଛାତ୍ରୀଛାତ୍ରମାନେ ହିଁ ପ୍ରଶ୍ନ କରିପାରିବେ ବୋଲି ଜଣାପଡ଼ିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପରୀକ୍ଷା ସହ ଜଡ଼ିତ ବହୁ ମୂଲ୍ୟବାନ କଥା ଛାତ୍ରମାନଙ୍କୁ କହିବେ ।

୨୦ ତାରିଖରେ ପ୍ରଧାନ ମନ୍ତ୍ରୀ ମୋଦି ଦେଶର ୨,୦୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସହ କରିବେ ‘ପରୀକ୍ଷା ପେ ଚର୍ଚ୍ଚା’
ଦିଲ୍ଲୀର ତାଲକାଟୋରା ଷ୍ଟାଡିୟମରେ ହେବ ଏହି କାର୍ଯ୍ୟକ୍ରମ ।
  • News18 Odia
  • Last Updated: January 17, 2020, 4:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଜାନୁଆରୀରେ ଦେଶର ୨,୦୦୦ରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ରଙ୍କ ସହ ନୂଆ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ତୃତୀୟ ସଂସ୍କରଣରେ ଭାଗ ନେବେ । ଚଳିତ ଥର କାର୍ଯ୍ୟକ୍ରମ ପୂର୍ବ ବର୍ଷ  ତୁଳନାରେ ଟିକେ ଅଲଗା ହେବା ସହ ଛାତ୍ରୀଛାତ୍ରମାନେ ମଧ୍ୟ ପ୍ରଧାନ ମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କରିପାରିବେ ବୋଲି ଏବଂ କେବଳ ଛାତ୍ରୀଛାତ୍ରମାନେ ହିଁ ପ୍ରଶ୍ନ କରିପାରିବେ ବୋଲି ଜଣାପଡ଼ିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପରୀକ୍ଷା ସହ ଜଡ଼ିତ ବହୁ ମୂଲ୍ୟବାନ କଥା ଛାତ୍ରମାନଙ୍କୁ କହିବେ ।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ବିଭାଗର ସଂଯୁକ୍ତ ସଚିବ ଆର୍.ସି.ମୀଣା କହିଛନ୍ତି କି, ‘‘ ପରୀକ୍ଷା ପେ ଚର୍ଚ୍ଚାର ତୃତୀୟ ସଂସ୍କରଣ କୁ ନେଇ ଆମେ ଏଥର ନୂଆ ଯୋଜନା ପ୍ରସ୍ତୁତ କରିଛୁ । ଏହି କ୍ରମରେ ଏଥର କେବଳ ଛାତ୍ରୀଛାତ୍ରଙ୍କୁ ହିଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ଦିଆଯିବ । ଏଥର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବା ଦାୟିତ୍ବ ମଧ୍ୟ ଛାତ୍ରମାନଙ୍କୁ ଦିଆଯିବ । ପୂର୍ବ ଦୁଇଟି ସଂସ୍କରଣରେ ପ୍ରଫେସନାଲ ସଞ୍ଚାଳକ ଏହି ଦାୟିତ୍ବ ଦିଆଯାଇଥିଲା’’ ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ୨ ଡିସେମ୍ବର ୨୦୧୯ରୁ ୨୩ ଡିସେମ୍ବର ପର୍ଯ୍ୟନ୍ତ www.mygov.in ରେ ୩ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ରେଜେଷ୍ଟ୍ରେଶନ କରିଥିବାବେଳେ ସେମାନଙ୍କୁ ମଧ୍ୟରୁ ୨.୬ଲକ୍ଷ ଛାତ୍ରୀଛାତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ୨୦୧୯ରେ କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣରେ ୧.୦୩ ଲକ୍ଷ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ । ଏଥିରୁ ଚୟନ କରାଯାଇଥିବା ଛାତ୍ରୀଛାତ୍ରମାନେ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷ ପେ ଚର୍ଚ୍ଚା’ରେ ଅଂଶଗ୍ରହଣ କରିପାରିବେ । ଏଥିରେ ସାରା ଦେଶରୁ ୨୦୦୦ ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇଛି ।

ଏକ ଚିତ୍ର ଏବଂ ପୋଷ୍ଟୋର ତିଆରି ପ୍ରତିଯୋଗିତା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପୂର୍ବରୁ ଅନୁଷ୍ଠିତ ହେବ ଯେଉଁଥିରେ ସିବିଏସ୍ଇ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭାଗ ନେବେ । ଏଥିପାଇଁ ସାରା ଦେଶର ଛାତ୍ରୀଛାତ୍ରଙ୍କ ଠାରୁ ୭୫୦ ପୋଷ୍ଟର ଏବଂ ପେଣ୍ଟିଂ ଗ୍ରହଣ କରାଯାଇଥିବାବେଳେ ସେଥିମଧ୍ୟରୁ ଶେଷ୍ଠ ୫୦ଟି ପୋଷ୍ଟରକୁ ଚୟନ କରାଯାଇ ସେଗୁଡ଼ିକୁ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶନ କରାଯିବ । କର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୋଷ୍ଟର ପ୍ରଦର୍ଶନୀକୁ ଦେଖିବେ ବୋଲି ଜଣାପଡ଼ିଛି ।

ଏଥର ଏହି ଏକ ଘଣ୍ଟାବ୍ୟାପୀ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବା ଲାଗି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରୁ ଚାରି ଜଣ ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇଛି । ଏହି ଛାତ୍ରୀଛାତ୍ରମାନେ ‘‘ଏକ ଭାରତ ଶ୍ରେଷ୍ଠ ଭାରତ’’ ତର୍କ ପ୍ରତିଯୋଗିତାରୁ କୃତିତ୍ବ ଅର୍ଜନ କରି ଏହି କାର୍ଯ୍ୟକ୍ରମ ଲାଗି ଚୟନ ହୋଇଛନ୍ତି । ଏହି ୪ଜଣଙ୍କ ମଧ୍ୟରୁ ୨ଜଣ ଛାତ୍ରୀଥିବା ଜଣାପଡ଼ିଛି ।

୧୬ ପେବୃଆରୀ ୨୦୧୮ରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ସ୍କୁଲ ଏବଂ କଲେଜ ଛାତ୍ରୀଛାତ୍ରଙ୍କ ସହ କଥାବାର୍ତ୍ତା କରିଥିବାବେଳେ କାର୍ଯ୍ୟକ୍ରମଟି ନୂଆ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ଏହା  ଦ୍ବିତୀୟ ସଂସ୍କରଣ ମଧ୍ୟ ସେହି ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ଗତବର୍ଷ ସାରା ଦେଶରୁ ୮.୫କୋଟିରୁ ଅଧିକ ଛାତ୍ରୀଛାତ୍ର ଏହି କାର୍ଯ୍ୟକ୍ରମକୁ ଦୁରଦର୍ଶନ , ଟିଭି ଚ୍ୟାନେଲ ଏବଂ ରେଡିଓ ଚ୍ୟାନେଲ ମାଧ୍ୟମରେ ଦେଖି ଓ ଶୁଣିଥିଲେ । ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’  ନାମରେ ଟ୍ରେଣ୍ଡ କରିଥିବାବେଳେ ଏହାକୁ ୨.୫ ମିଲିୟନ ଲୋ ଟୁଇଟ୍ କରିଥିଲେ । ଏହା ସହ ଏହି କାର୍ଯ୍ୟକ୍ରମକୁ ୟୁଟ୍ୟୁବ ଏବଂ ଫେସବୁକ୍  ଲାଇଭ ମାଧ୍ୟମରେ ଭାରତ ଏବଂ ଭାରତ ବାହାରେ ଦେଖାଯାଇଥିଲା ।

 
First published: January 17, 2020, 4:58 PM IST
corona virus btn
corona virus btn
Loading