ଭଉଣୀ ବିବାହରେ ପ୍ରେମିକକୁ କରିଥାନ୍ତେ ପ୍ରପୋଜ; ହେଲେ ବିବାହ ପୂର୍ବରୁ ପଳେଇଲେ ଭଉଣୀ

ବିବାହ ପୂର୍ବରୁ ଘରୁ ପଳେଇଲେ ଜଣେ ଝିଅ। ତାଙ୍କ ବିବାହରେ ଭଉଣୀ ତାଙ୍କ ପ୍ରେମିକକୁ ପ୍ରପୋଜ କରିଥାନ୍ତେ।

ବିବାହ ପୂର୍ବରୁ ପଳେଇଲେ ଭଉଣୀ,(ପ୍ରତୀକାତ୍ମକ ଛବି)

ବିବାହ ପୂର୍ବରୁ ପଳେଇଲେ ଭଉଣୀ,(ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ନୂଆ ଦିଲ୍ଲୀ : ବିବାହର ଏକ ସପ୍ତାହ ପୂର୍ବରୁ ଜଣେ ଝିଅ ଘରୁ ପଳାଇଛନ୍ତି। ଏମିତିକା କଥା ନୂଆ ନୁହେଁ କିନ୍ତୁ ଏଥିରେ କିଛି ଭିନ୍ନ ଘଟଣା ଘଟିଛି । ଯେଁଉ ଦିନ ସେ ବିବାହ କରିଥାନ୍ତେ ତାଙ୍କ ଭଉଣୀ ତାଙ୍କ ପ୍ରେମିକଙ୍କୁ ପ୍ରପୋଜ କରିବାକୁ ଏକ ଯୋଜନା କରିଥିଲେ । ତେଣୁ  ଏହି ପରିସ୍ଥିତିରେ ଝିଅ ଚାହୁଁ ନଥିଲା ଯେ ତାଙ୍କ ବିବାହକୁ ଆସିଥିବା ଅତିଥି ଧ୍ୟାନ ତାଙ୍କ ଭଉଣୀର ପ୍ରପୋଜ ଆଡକୁ ଯାଉ। । ସେ ନିଜେ ଏହି କଥା ସୋସିଆଲ ମିଡ଼ିଆରେ ପ୍ରକାଶ କରିଛନ୍ତି।

ସୋସିଆଲ ମିଡ଼ିଆ ଝିଅ ଲେଖିଛନ୍ତି ଯେ ଯେଉଁ ଦିନ ସେ ବିବାହ କରିବେ, ତାଙ୍କ ଭଉଣୀ ଏହି ଉତ୍ସବରେ ତାଙ୍କ ପ୍ରେମିକଙ୍କୁ ପ୍ରପୋଜ କରିବାକୁ ଯୋଜନା କରିଥିଲେ। କିନ୍ତୁ ପରିବାରର ଲୋକ ଏହି କଥା ଜାଣି ନଥିଲେ, ବିବାହ ଦିନ ସେ ସରପ୍ରାଇଜ ଦେବାକୁ ଚାହୁଁଥିଲେ । କିନ୍ତୁ ଯେତେବେଳେ ସେ ଏହି ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେ ତାଙ୍କ ଭାବି ସ୍ୱାମୀଙ୍କ ସହିତ ଏକ ଯୋଜନା ପ୍ରସ୍ତୁତ କରି ପଳେଇଲେ।

ପ୍ରକୃତିରେ, ଝିଅଟି ନିର୍ଦ୍ଧାରିତ ଦିନର ଏକ ସପ୍ତାହ ପୂର୍ବରୁ ଘରୁ ପଳାଇ ଆସି ତାଙ୍କ ପ୍ରେମିକା ସହିତ ବିବାହ କରିଥିଲେ​​। ଭଉଣୀର ପ୍ରସ୍ତାବ ହେତୁ ସେ ତାଙ୍କ ବିବାହ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯିବାକୁ ଚାହୁଁନଥିବାରୁ ସେ ଏପରି କଲେ ବୋଲି କହିଛନ୍ତି।
Published by:Sujit Swain
First published: