ସଫେଇ କର୍ମଚାରୀଙ୍କ ଦରମା ମାସିକ ୮ ଲକ୍ଷ; ଜାଣନ୍ତୁ କେଉଁଠାରେ ମିଳୁଛି ଏମିତି ସୁଯୋଗ

ସଫେଇ କର୍ମଚାରୀ ଅଷ୍ଟ୍ରେଲିଆରେ ବମ୍ପର ଦରମା ପାଉଛନ୍ତି। ଅନେକ କମ୍ପାନୀ କର୍ମଚାରୀଙ୍କ ଅଭାବର ସମ୍ମୁଖୀନ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି।

(ପ୍ରତିକାତ୍ମକ ଛବି)

(ପ୍ରତିକାତ୍ମକ ଛବି)

  • Share this:
News 18 Odia Digital

ଶୁଣିଲେ ବି ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଏହା ସତ୍ୟ। ଏହା ପୂର୍ବରୁ କେବେ ଶୁଣି ନଥିବେ କିମ୍ବା ଜାଣିନଥିବେ ଏଭଳି ଘଟଣା । ଏମିତି ଏକ ଦେଶ ଅଛି ଯେଉଁଠାରେ ସଫେଇ କର୍ମୀ ପାଇଛନ୍ତି ମୋଟା ଅଙ୍କ। ଆଜ୍ଞା ହଁ, ସଫେଇ କର୍ମଚାରୀ ଅଷ୍ଟ୍ରେଲିଆରେ ବମ୍ପର ଦରମା ପାଉଛନ୍ତି। ଏହା ପଛର କାରଣ ହେଉଛି ଦେଶରେ ପରିମଳ କର୍ମଚାରୀଙ୍କ ଅଭାବ। ଅନେକ କମ୍ପାନୀ କର୍ମଚାରୀଙ୍କ ଅଭାବର ସମ୍ମୁଖୀନ ହେଉଛନ୍ତି, ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ବେତନକୁ ଘଣ୍ଟା ପ୍ରତି ବୃଦ୍ଧି କରିବାକୁ ଘୋଷଣା କରାଯାଇଛି।

କୌଣସି ଅଭିଜ୍ଞତା ନଥିବା ସଫେଇ କାର୍ଯ୍ୟ ଆରମ୍ଭ କରୁଥିବା ବ୍ୟକ୍ତି ଦିନକୁ ୮ ଘଣ୍ଟା, ସପ୍ତାହରେ ୫ ଦିନ କାମ କରି ବାର୍ଷିକ ୭୨ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଏଥି ସହିତ, ଅଭିଜ୍ଞତା ଥିବା ସଫେଇ କର୍ମଚାରୀଙ୍କ ଦରମା ବୃଦ୍ଧି ହେଇ ବାର୍ଷିକ ଦରମା ୧ କୋଟି ଟଙ୍କା ଅର୍ଥାତ୍ ମାସକୁ ପ୍ରାୟ ୮ ଲକ୍ଷ ୩୩ ହଜାର ଟଙ୍କା ରୋଜଗାର କରି ପାରିବେ।

ସିଡନୀ ସ୍ଥିତ ସଫେଇ କମ୍ପାନୀ ଅବସୋଲ୍ୟୁଟ୍ ଡୋମେଷ୍ଟିକ୍ସର ପରିଚାଳନା ନିର୍ଦ୍ଦେଶକ ଜୋ ୱିସ୍ କହିଛନ୍ତି ଯେ କର୍ମଚାରୀ ଉପଲବ୍ଧ ନଥିବାରୁ କର୍ମଚାରୀଙ୍କ ଦରମା ବଢ଼ାଇବାକୁ ପଡ଼ିବ। ସେ କହିଛନ୍ତି ଯେ ସଫେଇ କର୍ମଚାରୀଙ୍କ ଦରମା ଏକ ଘଣ୍ଟା ପାଇଁ ପ୍ରାୟ ୩୬୦୦ ଟଙ୍କା (୪୫ ଡଲାର) କୁ ବୃଦ୍ଧି କରାଯାଇଛି।

ଜୋ ୱିସ୍ କହିଛନ୍ତି ଯେ ୨୦୨୧ ମଧ୍ୟଭାଗରୁ ପରିମଳ କର୍ମଚାରୀମାନେ ଉପଲବ୍ଧ ନାହାଁନ୍ତି। ୯ ମାସ ପୂର୍ବରୁ ପ୍ରତ୍ୟେକ ଘଣ୍ଟାର ହାର ପ୍ରାୟ ୨୭୦୦ ଟଙ୍କା ଥିଲା। ଏଥି ସହିତ, ଗତ ତିନି ସପ୍ତାହ ଭିତରେ, ଘଣ୍ଟା ପ୍ରତି ୩୫୦୦ ରୁ ଅଧିକ ଟଙ୍କା ଦେବାକୁ ପଡିବ ବୋଲି କହିଛନ୍ତି। ଜୋ କହିଛନ୍ତି ଯେ ଟଙ୍କା ବୃଦ୍ଧି ସ୍ଵତ୍ତେ ସେ କର୍ମଚାରୀମାନଙ୍କୁ ପାଇବାରେ ସକ୍ଷମ ନୁହଁନ୍ତି।
Published by:Sujit Swain
First published: