News 18 Odia Digital
ନୂଆଦିଲ୍ଲୀ; ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ଏକ ଉନ୍ନତ କୃତ୍ରିମ ଜ୍ଞାନ ଦ୍ୱାରା ଚାଳିତ ମଲ୍ଟି ରୋଲ୍ ଡ୍ରୋନ୍ ବିକାଶ ପାଇଁ କାର୍ଯ୍ୟ କରୁଛି, ଯାହା ଦୀର୍ଘ ସମୟ ଧରି କାର୍ଯ୍ୟ କରିବାକୁ ସକ୍ଷମ ହେବ । ରବିବାର ସୂତ୍ରରୁ ପ୍ରକାଶ ଯେ ଚୀନ୍ ସହିତ ସଂଯୋଗ ଥିବା ସୀମା ସମେତ ଅଧିକ ଉଚ୍ଚତା ବିଶିଷ୍ଟ କ୍ଷେତ୍ରରେ ଏହି ଡ୍ରୋନ୍ ରଣନୀତିକ ଅଭିଯାନ ପାଇଁ ବ୍ୟବହୃତ ହେବ। ସେ ସୂଚନା ଦେଇଛନ୍ତି ଯେ ଏହି 'ରୋଟାରୀ ୱିଙ୍ଗ୍' ଡ୍ରୋନରେ କ୍ଷେପଣାସ୍ତ୍ର ଓ ସେନ୍ସର ସମେତ ୪୦ କିଲୋଗ୍ରାମ ଭାର ବହନ କରିବାର କ୍ଷମତା ରହିବ ଏବଂ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ଠାରୁ ଉଚ୍ଚରେ ଥିବା ପାହାଦିଆ ଅଞ୍ଚଳରେ କଡା ନଜର ରଖିବା ପାଇଁ ସଶସ୍ତ୍ର ବାହିନୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ବିକଶିତ କରାଯାଉଛି ।
ଆସନ୍ତା ବର୍ଷ ମଧ୍ୟଭାଗରେ ମାନବ ବିହୀନ ବିମାନ (UAV) ର ପ୍ରଥମ ପରୀକ୍ଷଣ-ଉଡ଼ାଣ କରିବାକୁ HAL ଲକ୍ଷ୍ୟ ରଖିଛି ଏବଂ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୬୦ ଟି ଡ୍ରୋନ୍ ଉତ୍ପାଦନ କରିବାକୁ ଯୋଜନା ରହିଛି । ଦୀର୍ଘସ୍ଥାୟୀ ଡ୍ରୋନଗୁଡିକ କୃତ୍ରିମ ଜ୍ଞାନ ସହିତ ସଜ୍ଜିତ ହେବ ଏବଂ ସଶସ୍ତ୍ର ବାହିନୀ ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସମେତ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି । ଏହି ଡ୍ରୋନକୁ ଏପରି ଭାବରେ ବିକଶିତ କରାଯାଉଛି ଯେ ଏହା ସେନସର, କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସମେତ ଜଟିଳ ସାମରିକ ଉପକରଣ ନେଇପାରିବ ବୋଲି ଏକ ସୂତ୍ରରୁ ପ୍ରକାଶ ହୋଇଛି ।
ଏହା ବ୍ୟତୀତ, HAL ଏକ ଉଚ୍ଚକୋଟୀର ପ୍ରକଳ୍ପ ଅଧୀନରେ ଇସ୍ରାଏଲ୍ ହେରନ୍ ଟିପି ଡ୍ରୋନ୍ ଉତ୍ପାଦନ କରିବାର ସମ୍ଭାବନା ମଧ୍ୟ ଅନୁସନ୍ଧାନ କରୁଛି, ଯେଉଁଥିରେ ଡ୍ରୋନ୍ ଉତ୍ପାଦକ କମ୍ପାନୀଙ୍କ ସହଯୋଗ ନିଆଯିବ । ଏହି ପ୍ରକଳ୍ପ ଆମର ସଶସ୍ତ୍ର ବାହିନୀ ସହିତ ବିଶ୍ୱର ଯୋଗାଣ ଆବଶ୍ୟକତାକୁ ମଧ୍ୟ ପୂରଣ କରିବାକୁ ଲକ୍ଷ୍ୟ ରଖିଛି । ମଧ୍ୟମ ଉଚ୍ଚତାର ଏହି ହେରନ୍ ଡ୍ରୋନ୍ ପ୍ରାୟ ୪୫ ଘଣ୍ଟା ପାଇଁ ୩୫,୦୦୦ ଫୁଟ ଉଚ୍ଚରେ ଉଡିବାକୁ ସକ୍ଷମ ।
HAL 'ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ'(DRDO) ସହିତ ଦୁଇଟି ପୃଥକ ଡ୍ରୋନ୍ ପ୍ରକଳ୍ପ ପାଇଁ ମଧ୍ୟ କାର୍ଯ୍ୟ କରୁଛି । ବିଶେଷ କରି LAC ଏବଂ ଭାରତ ମହାସାଗର ଅଞ୍ଚଳରେ ଚାଇନାର କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ସେନା ଆସନ୍ତା କିଛି ବର୍ଷ ମଧ୍ୟରେ ବହୁ ସଂଖ୍ୟକ ଡ୍ରୋନ୍ ହାସଲ କରିବାକୁ ଯୋଜନା କରିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।