ସୁଷମା ସ୍ୱରାଜଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)
News18 Odia Digital
ଆଜି ହେଉଛି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନ ମନ୍ତ୍ରୀ ଜଳନ୍ଦରରେ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ। ପ୍ରଧାନ ମନ୍ତ୍ରୀ କହିଛନ୍ତି ,"ବର୍ତ୍ତମାନ ମୁଁ ରାଲି କରିବା ପରେ ଜଲନ୍ଦରରୁ ଫେରୁଛି। ଆଜି ହେଉଛି ସୁଷମା ଜୀଙ୍କର ଜନ୍ମ ବାର୍ଷିକୀ। ମୁଁ ହଠାତ୍ ତାଙ୍କ ସହ ଜଡିତ ଏକ ପୁରାତନ ଘଟଣାକୁ ମନେ ପକେଇଲି, ତେଣୁ ଭାବିଲି ମୁଁ ଏହାକୁ ଆପଣମାନଙ୍କ ସହ ବାଣ୍ଟିବି"।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି," ପ୍ରାୟ ପଚିଶ ବର୍ଷ ପୂର୍ବେ, ଯେତେବେଳେ ମୁଁ ବିଜେପିରେ ଏକ ସଂଗଠନ ଭାବରେ କାମ କରୁଥିଲି ଓ ସୁଷମା ଜୀ ଗୁଜରାଟରେ ଏକ ନିର୍ବାଚନ ଯାତ୍ରା କରୁଥିଲେ। ମୋ ଗାଁ ଭଦନଗର ସେଠାକୁ ଯାଇ ମୋ ମାଙ୍କୁ ମଧ୍ୟ ଭେଟିଲି। ସେହି ସମୟରେ ମୋର ଜଣେ ଝିଆରୀର ଝିଅ ଜନ୍ମ ହୋଇଥିଲା। ଜ୍ୟୋତିଷମାନେ ନକ୍ଷତ୍ର ଦେଖିବା ପରେ ତାଙ୍କ ନାମ ଦେବାକୁ ସ୍ଥିର କରିଥିଲେ। ପରିବାର ସଦସ୍ୟମାନେ ମଧ୍ୟ ପଣ୍ଡିତଙ୍କ କଥାରେ ସମ୍ମତି ଜଣାଇ ଥିଲେ।
"କିନ୍ତୁ ମୋ ମା ସୁଷମା ଜୀଙ୍କୁ ଭେଟିବା ପରେ କହିଥିଲେ ଯେ ଝିଅର ନାମ ସୁଷମା ହେବ। ମୋ ମା ବହୁତ ଶିକ୍ଷିତ ନୁହଁନ୍ତି କିନ୍ତୁ ସେ ଚିନ୍ତାଧାରାରେ ବହୁତ ଆଧୁନିକ। ସେ କିପରି ଭାବରେ ସେହି ସମୟରେ ସମସ୍ତଙ୍କୁ ଏହି ନିଷ୍ପତ୍ତି ଘୋଷଣା କଲେ, ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ମୋର ମନେ ଅଛି,"କହିଛନ୍ତି ପ୍ରଧାନ ମନ୍ତ୍ରୀ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।