News 18 Odia Digital
ମୁମ୍ବାଇ : ରିଲାଏନ୍ସ ଫାଉଣ୍ଡେସନ୍ର ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ଏକାଧିକ ଧମକ କଲ ଆସିବା ପରେ ଗତକାଲି ଗିରଫ ଅଭିଯୁକ୍ତକୁ କରିଥିଲା ପୋଲିସି। ଗିରଫ ହୋଇଥିବା ୫୬ ବର୍ଷୀୟ ଅଭିଯୁକ୍ତଙ୍କୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ନେଇଛି। ପୋଲିସର ସୂଚନାନୁସାରେ ଅଭିଯୁକ୍ତର ଦକ୍ଷିଣ ମୁମ୍ବାଇରେ ଏକ ଅଳଙ୍କାର ଦୋକାନ ରହିଛି ।
ବିଷ୍ଣୁ ଭୋମିକ ନାମକ ଏକ ଲୋକକୁ ଗତକାଲି ମୁମ୍ବାଇର ଦହିସରୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଡିବି ମାର୍ଗ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ରିଲାଏନ୍ସ ଫାଉଣ୍ଡେସନ୍ର ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ହତ୍ୟା କରିବାକୁ ଧମକ ଦେଇଥିଲା।
ଗତକାଲି ରିଲାଏନ୍ସ ଫାଉଣ୍ଡେସନ୍ର ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ହତ୍ୟା କରାଯିବ ବୋଲି ୮ ଥର ଫୋନ୍ କରି ଧମକ ଦେଇଥିଲେ ବ୍ୟକ୍ତି ଜଣକ। ଉକ୍ତ ଫୋନ୍ କଲ୍ ସବୁ ‘ରିଲାଏନ୍ସ ଫାଉଣ୍ଡେସନ୍’ର ହସ୍ପିଟାଲ ନମ୍ବରରେ ରିସିଭ୍ କରାଯାଇଥିଲା ।
ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଡିବି ମାର୍ଗ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା । ପରେ ଡିବି ମାର୍ଗ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଫୋନ୍ କଲ୍ କରିଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ବିକୃତି ଅଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।