ପୋଲିସ ଚାକିରି ଛାଡି ପାଳିଲେ ଛେଳି: ସମ୍ପର୍କୀୟ କହିଲେ ମୁଣ୍ଡ ଖରାପ; କିନ୍ତୁ...

ଅନେକ ବ୍ୟକ୍ତିଙ୍କ ପାଇଁ ପୋଲିସ ଚାକିରି ସ୍ୱପ୍ନ । କିନ୍ତୁ ଜଣେ ପୋଲିସ ଚାକିରି ଛାଡି ଆରମ୍ଭ କଲେ ଛେଳିଚାଷ । କାହିଁକି ଏପରି ନିଷ୍ପତ୍ତି ନେଲେ ? ପଢ଼ନ୍ତୁ ପୂରା ଖବର ।

ପୋଲିସ ଚାକିରି ଛାଡି ପାଳିଲେ ଛେଳି: ସମ୍ପର୍କୀୟ କହିଲେ ମୁଣ୍ଡ ଖରାପ; କିନ୍ତୁ...

ପୋଲିସ ଚାକିରି ଛାଡି ପାଳିଲେ ଛେଳି: ସମ୍ପର୍କୀୟ କହିଲେ ମୁଣ୍ଡ ଖରାପ; କିନ୍ତୁ...

  • News18 Odia
  • Last Updated :
  • Tamil Nadu, India
  • Share this:
News 18 Odia Digital

ନୂଆଦିଲ୍ଲୀ: ତାମିଲନାଡୁରୁ ଏପରି ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଥାନଜାଭୁର ଜିଲ୍ଲାର କୁରୁବାଦୀପଟ୍ଟୀ ଗାଁର ସତୀଶ ନାମକ ଜଣେ ଯୁବକ ଛେଳି (goat) ଚାଷ କରି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର (income) କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଛେଳି ପାଳିବା ପାଇଁ ମନରେ ଏତେ ଆଗ୍ରହ ଥିଲା ଯେ, ସତୀଶ ପୋଲିସ ଚାକିରି (police job) ଛାଡିଦେଇଥିଲେ ।

ଯେତେବେଳେ ସେ ଛେଳି ପାଳିବା ପାଇଁ ତାମିଲନାଡୁ (tamil nadu) ପୋଲିସ ଚାକିରି ଛାଡିଥିଲେ, ସେତେବେଳେ ଗ୍ରାମବାସୀ, ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟମାନେ ତାଙ୍କ ନିଷ୍ପତ୍ତିକୁ ଠିକ୍ ଭାବରେ ଗ୍ରହଣ କରିନଥିଲେ । କିଛି ଲୋକ ଏପରିକି କହିଥିଲେ ଯେ, ସତୀଶଙ୍କର ବୋଧେ ମୁଣ୍ଡ ଖରାପ ହୋଇଗଲାଣି । ନଚେତ ମନରେ ଆଉ କଣ ଚାଲିଛି। କାରଣ ଅନେକ ବ୍ୟକ୍ତି ଭଲ ସରକାରି ଚାକିରି ପାଇଁ କେତେ କଣ ପରିଶ୍ରମ କରନ୍ତି । କିନ୍ତୁ ସତୀଶ ଚାକିରି ପାଇବା ପରେ ଛାଡିବାକୁ ଚାହୁଁଛନ୍ତି । ଆଉ କିଛି ବ୍ୟକ୍ତିଙ୍କ ମନରେ ଏପରି କଥା ମଧ୍ୟ ରହିଛି ଯେ, ଛେଳି ପାଳିବା ଏକ ଛୋଟ କାମ । କିନ୍ତୁ, ଆଜି ସତୀଶ ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ କାମ କରି ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଛନ୍ତି । ଆଜି ତାମିଲନାଡୁର ସଫଳ ଚାଷୀ ଭାବରେ ତାଙ୍କ ନାଁ ପରିଗଣିତ ହୋଇଛି ।

କ୍ରିକେଟର ମହେନ୍ଦ୍ର ସିଂ ଧୋନି (ms dhoni)ଙ୍କୁ ସତୀଶ ତାଙ୍କର ଆଦର୍ଶ ବୋଲି ମାନନ୍ତି । ଫଳ ଅପେକ୍ଷା କର୍ମ କରିବାର ଶୈଳୀକୁ ସତୀଶ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବନ୍ତି । ନିଜର ଚିନ୍ତାଧାରା ସହିତ ସଠିକ୍ ପ୍ରକ୍ରିୟା ଗ୍ରହଣ କରି ସତୀଶ ନିଜ ଲକ୍ଷ୍ୟରେ ଆଗକୁ ବଢୁଛନ୍ତି । ବର୍ତ୍ତମାନ ତିନି ଏକର ଜମିରେ ସତୀଶ ଚାଷ କରୁଛନ୍ତି । ଛେଳି ବିକ୍ରି  କରି ସେ ଏବେ ଖୁବ୍ ଭଲ ରୋଜଗାର କରୁଛନ୍ତି । ଛେଳି ବିକ୍ରି କରି ସେହି ଟଙ୍କାରେ ସତୀଶ ଏକ ଜିମ୍ (gym) ମଧ୍ୟ ଖୋଲିଛନ୍ତି । ଯାହାଦ୍ୱାରା ସେ ଏବେ ଡବଲ ରୋଜଗାର କରିପାରୁଛନ୍ତି ।

ପିଲାଦିନରୁ ସତୀଶଙ୍କର ସ୍ୱପ୍ନ ଥିଲା ଯେ, ସେ ବଡ଼ ହୋଇ ପୋଲିସ ବିଭାଗରେ ଯୋଗଦେବେ । ତାଙ୍କର ଏହି ସ୍ୱପ୍ନକୁ ସେ ଉପଯୁକ୍ତ ପରିଶ୍ରମ ଦ୍ୱାରା ସାକାର ମଧ୍ୟ କରିଥିଲେ । ସେ ୨୦୦୯ ମସିହାରେ ତାମିଲନାଡୁ ପୋଲିସରେ ଜଣେ କନଷ୍ଟେବଳ (constable) ଭାବରେ ନିଯୁକ୍ତି ପାଇଥିଲେ । ସତୀଶଙ୍କ ପତ୍ନୀ ମଧ୍ୟ ପୋଲିସ ବିଭାଗରେ (police department) କାର୍ଯ୍ୟ କରୁଛନ୍ତି । କିଛି ବର୍ଷ କାମ କରିବା ପରେ ସତୀଶ ନୂଆ କିଛି କରିବାକୁ ଚାହିଁଲେ । ନିଜ ପତ୍ନୀଙ୍କୁ ସେ ନିଜ ମନର କଥା କହିଥିଲେ । ପତ୍ନୀ ଶୁଣିବା ପରେ ଅନୁମତି ମଧ୍ୟ ଦେଇଥିଲେ । ସତୀଶ ଏହାମଧ୍ୟ ଜାଣିଥିଲେ ଯେ, ତାଙ୍କ ପିତାମାତା ଚାକିରି ଛାଡିବା ନିଷ୍ପତ୍ତିରେ ଖୁସି ହେବେ ନାହିଁ । ତେଣୁ ସେ ଗାଁକୁ ଗଲାବେଳେ ସେ ନିଜ ପିତାମାତାଙ୍କୁ ଏହା ମିଛରେ କହିଥିଲେ ଯେ, ସେ ଦୀର୍ଘ ଦିନ ପାଇଁ ଛୁଟିରେ ଆସିଛନ୍ତି।

ଚାକିରି ଛାଡିବା ପରେ ସତୀଶ ନିଜର ତିନି ଏକର ଚାଷ ଜମିରେ ଛେଳି ପାଳିବା ଆରମ୍ଭ କଲେ । ସେ ପ୍ରଥମେ ୧୫୦ ଛେଳି କିଣି ଚାଷ ଆରମ୍ଭ କରିଥିଲେ । ତିନି ଏକର ଜମି ମଧ୍ୟରୁ ଦୁଇ ଏକର ଜମିରେ ସେ ଛେଳିମାନଙ୍କ ଖାଦ୍ୟ ପାଇଁ ଘାସ ଚାଷ କରନ୍ତି । ସତୀଶ ଆବଶ୍ୟକତାଠାରୁ ଅଧିକ ଘାସ ଉତ୍ପାଦନ କରନ୍ତି । ନିଜର ଛେଳିକୁ ଘାସ ଖାଇବାକୁ ଦିଆଯିବାପରେ ବଳକା ଘାସକୁ ସତୀଶ ଅନ୍ୟ ଚାଷୀମାନଙ୍କୁ ବିକ୍ରି (sale) କରିଦେଇଥାନ୍ତି । ଛେଳିମାନଙ୍କର ଉପଯୁକ୍ତ ଯତ୍ନ, ଖାଦ୍ୟପେୟ, ଔଷଧରେ ସମସ୍ତ ଖର୍ଚ୍ଚ ପରେ ସତୀଶ ମାସକୁ ପ୍ରାୟ ୧ଲକ୍ଷରୁ ଉର୍ଦ୍ଧ ଟଙ୍କା ରୋଜଗାର କରୁଛନ୍ତି ।

ଥାନଜାଭୁର ବଜାରର ସବୁଠାରୁ ବଡ ଫିଟନେସ୍ ସେଣ୍ଟର ପାୱାର୍ ସ୍ମାକ୍ ର ମାଲିକ ହେଉଛନ୍ତି ସତୀଶ ଅଟନ୍ତି । ପ୍ରତିଦିନ ଭୋର୍ ୫ ଟାରେ ସେ ଜିମରେ ଯାଇ ପହଞ୍ଚନ୍ତି । ଜିମରେ କାମ ସରିବା ପରେ ସେ ସିଧା ଫାର୍ମକୁ ଯାଇ ସେଠାରେ ସାରା ଦିନ ବିତାଇଥାନ୍ତି । ସତୀଶ କହିଛନ୍ତି ଯେ, ସେ ଖୁବ୍ ପରିଶ୍ରମର ସହ କାମ କରୁଛନ୍ତି । ୨୦୨୭ସୁଦ୍ଧା  ସେ ତାଙ୍କର ସମସ୍ତ ଲକ୍ଷ୍ୟ ହାସଲ କରିବେ ବୋଲି ଆଶା ରଖିଛନ୍ତି ।

ଏହି ଖବର ପଢ଼ନ୍ତୁ -  ମୃତ ଶରୀରକୁ ଜୀବିତ କରିବାକୁ ୧ଘଣ୍ଟା ଲୁଣରେ ପୋତି ଦେଲେ; ତାପରେ...
Published by:Soubhagya Mishra
First published: