News18 Odia Digital
ନୂଆଦିଲ୍ଲୀ : ଉଡ଼ନ୍ତା ବିମାନରେ ନିୟମ ଉଲ୍ଲଂଘନ କଲେ ପାଇଲଟ୍ । କକ୍ପିଟ୍କୁ ଭିତରକୁ ବାନ୍ଧବୀଙ୍କୁ ଡାକିଥିବାର ଅଭିଯୋଗ ହୋଇଛି । ଏନେଇ ତଦନ୍ତ ଲାଗି ‘ଡିଜିସିଏ’ ନିର୍ଦେଶ ଦେଇଛନ୍ତି । ଫେବ୍ରୁଆରି ମାସରେ ଦୁବାଇରୁ ଦିଲ୍ଲୀ ଆସୁଥିବା ‘ଏୟାର୍ ଇଣ୍ଡିଆ’ ବିମାନରେ ଏପରି ଘଟଣା ଘଟିଛି ।
‘ଦି ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ର (ଡିଜିସିଏ) କହିଛନ୍ତି ଯେ, ‘ଘଟଣାର ତଦନ୍ତ ଚାଲିଛି ଓ ସମସ୍ତ ତଥ୍ୟ ଯାଞ୍ଚ କରାଯିବ ।’ ଏଭଳି କାର୍ଯ୍ୟ ‘ଡିଜିସିଏ’ର ସୁରକ୍ଷା ନିୟମ ଉଲ୍ଲଂଘନ କରୁଛି ବୋଲି ଜଣାପଡ଼ିଛି ।
‘ଡିଜିସିଏ’ର ଜଣେ ଅଧିକାରୀ କହିଛନ୍ତି ଯେ, ‘ଫେବ୍ରୁଆରି ୨୭ ତାରିଖରେ ବିମାନଟି ଦୁବାଇରୁ ଉଡ଼ାଣ ଆରମ୍ଭ କରିଥିବା ବେଳେ ଘଟଣାଟି ଘଟିଥିଲା । ବିମାନ ଉଡ଼ାଣର ଅଳ୍ପ ସମୟ ପରେ କକ୍ପିଟ୍ ଭିତରକୁ ଚାଲିଆସିବାକୁ ଯାତ୍ରୀ ଭାବେ ସେଥିରେ ଯାତ୍ରା କରୁଥିବା ତାଙ୍କ ବାନ୍ଧବୀ ପାଇଲଟ୍ଜଣଙ୍କୁ କହିଥିଲେ । ବିମାନ ଯାତ୍ରା ଶେଷ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୩ ଘଣ୍ଟା ଧରି ମହିଳା ଜଣକ କକ୍ପିଟ୍ରେ ଥିଲେ।’
ପଢନ୍ତୁ ଏହି ଖବର :
Karnataka Election 2023 : କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?ପାଇଲଟ୍ଙ୍କ ଏହି କାମ କେବଳ ନିରାପତ୍ତା ଉଲ୍ଲଂଘନ ନୁହେଁ, ବିମାନ ଓ ସେଥିବରେ ଥିବା ଯାତ୍ରୀମାନଙ୍କର ସୁରକ୍ଷାକୁ ସାଲିସ୍ କରିବା ଭଳି ଘଟଣା । ପାଇଲଟ୍ ଜଣକ ଲାଇସେନ୍ସ୍ ରଦ୍ଦ କରାଯିବା ଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇ ପାରନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି । କିନ୍ତୁ, ତଦନ୍ତର ପରିଣାମ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଭର କରେ ବୋଲି ସେ ସୂଚନା ଦେଇଛନ୍ତି।
ପଢନ୍ତୁ ଏହି ଖବର :
Exchange Offer: ପୁରୁଣା ଫୋନ୍ ଦେଲେ; ୧୦୦୦ ଟଙ୍କାରେ ମିଳୁଛି Realme ମୋବାଇଲପଢନ୍ତୁ ଏହି ଖବର :
ଅତ୍ୟଧିକ Electricity Billକୁ ନେଇ ଚିନ୍ତିତ କି ?; ଏହି ଟ୍ରିକ୍ ଆପଣାଇ କମାନ୍ତୁ ବିଲ୍ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।