Flightକୁ ଫେରାଇ ଆଣିଲେ ପାଇଲଟ: ଯାତ୍ରୀ କଲେ ଏମିତି ହରକତ୍..

ଜଣେ ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଅଧ ବାଟରୁ ଫ୍ଲାଇଟକୁ ଫେରାଇ ଆଣିଲେ ପାଇଲଟ୍।

Flightକୁ ଫେରାଇ ଆଣିଲେ ପାଇଲଟ: ଯାତ୍ରୀ କଲେ ଏମିତି ହରକତ୍..

Flightକୁ ଫେରାଇ ଆଣିଲେ ପାଇଲଟ: ଯାତ୍ରୀ କଲେ ଏମିତି ହରକତ୍..

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ପୁଣି ବିମାନରେ ଅଘଟଣ । ଜଣେ ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଅଧ ବାଟରୁ ଫ୍ଲାଇଟ (flight)କୁ ଫେରାଇ ଆଣିଲେ ପାଇଲଟ୍ (pilot) । ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର (air india) ବିମାନ ଦେଢ଼ ଘଣ୍ଟାର ଉଡ଼ାଣ ପରେ ଫେରି (return) ଆସିଥିଲା । ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନକୁ ଲ୍ୟାଣ୍ଡିଂ କରାଇଥିଲେ ପାଇଲଟ୍ । ଜଣାପଡ଼ିଛି, ଆଜି ସକାଳେ ଦିଲ୍ଲୀ ବିମାନ ବନ୍ଦରରୁ ଏୟାର ଇଣ୍ଡିଆର ବୋଇଁ ୭୮୭ ବିମାନ ଲଣ୍ଡନର ହେଥ୍ରୋ ଅଭିମୁଖେ ଉଡ଼ାଣ ଭରିଥିଲା । କିଛି ସମୟ ଉଡ଼ାଣ ପରେ ବିମାନ ଭିତରେ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ବିଶୃଙ୍ଖଳିତ ଆଚରଣ କରିଥିଲେ । ଦୁଇ କ୍ରୁ ସଦସ୍ଯଙ୍କ ସହ ମଦ୍ୟପ ଯାତ୍ରୀଙ୍କର ଝଗଡ଼ା ହୋଇଥିଲା । ପାଟିତୁଣ୍ଡ ଏଭଳି ଅବସ୍ଥାରେ ପହଞ୍ଚିଥିଲା ଯେ ଯାତ୍ରୀଙ୍କୁ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼ିଥିଲା ।

ସେତେବେଳେ ଦିଲ୍ଲୀ ଏୟାରପୋର୍ଟରୁ ପ୍ରାୟ ଦେଢ଼ ଘଣ୍ଟାର ଉଡ଼ାଣ ଭରି ସାରିଥିଲା ବିମାନ । କିନ୍ତୁ ଯାତ୍ରୀଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ସଂପର୍କରେ ଅବଗତ ହେବା ପରେ ପାଇଲଟ ଆଉ ବିମାନକୁ ଆଗକୁ ଉଡ଼ାଣ କରିବାକୁ ଉଚିତ୍ ମନେ କରି ନ ଥିଲେ । ଲଣ୍ଡନ ଯିବା ପରିବର୍ତ୍ତେ ସେ ବିମାନକୁ ଦିଲ୍ଲୀ ଫେରାଇ ଆଣିଥିଲେ । ଦିଲ୍ଲୀ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରାଇଥିଲେ । ସଂପୃକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ତାଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

କିଛି ମାସ ତଳେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ଅନ୍ୟ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଯାହାକୁ ନେଇ ବେଶ କିଛି ଦିନ ଏୟାର ଇଣ୍ଡିଆ ବିବାଦରେ ରହିଥିଲା। ସରକାର ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇ ଯାତ୍ରୀଙ୍କ ଶୃଙ୍ଖଳିତ ବିମାନ ଯାତ୍ରା ପାଇଁ ଗାଇଡଲାଇନ ଜାରି କରିଥିଲେ ।

ଏହି ଖବର ପଢ଼ନ୍ତୁ - ଖେଳରେ ପ୍ରତିଦ୍ୱନ୍ଦୀ, ହେଲେ ଖେଳ ବାହାରେ ବଡ଼ ଭାଇ: ସୂର୍ଯ୍ୟକୁମାରଙ୍କୁ ବୁଝାଇଲେ MS Dhoni
Published by:Soubhagya Mishra
First published: