'ସୁପ୍ରିମ' ନିର୍ଦ୍ଦେଶକୁ କେନ୍ଦ୍ରର ଅଧ୍ୟାଦେଶ; ଦିଲ୍ଲୀରେ CM ନୁହେଁ LG ପ୍ରକୃତ Boss!

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର । ରାଜଧାନୀ ଦିଲ୍ଲୀରେ ରହିବ ରାଜ୍ୟପାଳଙ୍କ ନିୟନ୍ତ୍ରଣ !

'ସୁପ୍ରିମ' ନିର୍ଦ୍ଦେଶକୁ କେନ୍ଦ୍ରର ଅଧ୍ଯାଦେଶ

'ସୁପ୍ରିମ' ନିର୍ଦ୍ଦେଶକୁ କେନ୍ଦ୍ରର ଅଧ୍ଯାଦେଶ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଥମୁନି ଦିଲ୍ଲୀ ରାଜନୀତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର । ଫଳରେ ରାଜଧାନୀ ଦିଲ୍ଲୀରେ ଏଣିକି ରାଜ୍ୟପାଳଙ୍କ ନିୟନ୍ତ୍ରଣ ରହିବ । ନିକଟରେ ସୁପ୍ରିମକୋର୍ଟ ମାମଲାର ବିଚାର କରି ପ୍ରଶାସନିକ ଅଧିକାରୀ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରେ ରହିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ।

କେନ୍ଦ୍ରର ଅଧ୍ୟାଦେଶ ଅନୁଯାୟୀ, ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ପାଇଁ ନ୍ୟାସନାଲ କ୍ୟାପିଟାଲ ସିଭିଲ ସର୍ଭିସେସ୍ ଅଥରିଟି ଗଠନ କରାଯିବ। ଏଥିରେ ତିନିଜଣ ସଦସ୍ୟ ରହିବେ - ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ସଚିବ (ଗୃହ)। ମୁଖ୍ୟମନ୍ତ୍ରୀ ଏହି କମିଟିର ସଭାପତି ହେବେ, କିନ୍ତୁ ସଂଖ୍ୟାଗରିଷ୍ଠତା ଆଧାରରେ ଏହି ନିଷ୍ପତ୍ତି ନିଆଯିବ।

କେନ୍ଦ୍ରର ଏହି ନିୟମକୁ ନେଇ ବିବାଦ ଦେଖାଦେଇଛି। ଦିଲ୍ଲୀ ସରକାର ଓ ଆମ୍ ଆଦମୀ ପାର୍ଟି କହିଛନ୍ତି ଯେ ଏହି ନିୟମ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରୁଛି। ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ସରକାର ସର୍ବୋଚ୍ଚ ଏବଂ ଏହାର ସମସ୍ତ ଅଧିକାର ଅଛି। ବାସ୍ତବରେ, ତିନିଜଣ ସଦସ୍ୟଙ୍କ କମିଟିରେ ଉଭୟ ଅଧିକାରୀଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିବେ, ଯେଉଁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସର୍ବଦା ସଂଖ୍ୟାଲଘୁରେ ରହିବେ ଏବଂ ତାଙ୍କ ଇଚ୍ଛା ବିରୁଦ୍ଧରେ ମଧ୍ୟ ଅଧିକାରୀମାନଙ୍କୁ ସ୍ଥାନାନ୍ତର କରାଯାଇ ପୋଷ୍ଟ କରାଯିବ।

ଏହିପରି, ପରୋକ୍ଷରେ ସ୍ଥାନାନ୍ତର ଓ ପୋଷ୍ଟ କରିବାର ଅଧିକାର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ହାତରେ ରହିବ। ଆପ ଏହାକୁ ବିରୋଧ କରୁଛି। AAP ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ମୋଦି ସରକାର ଏକଛତ୍ରବାଦୀ ଶାସନ କରୁଛନ୍ତି ଏବଂ କୌଣସି ପ୍ରକାରେ ଦିଲ୍ଲୀ ଉପରେ ନିଜର ଶାସନ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ।
Published by:Soumya Das
First published: