News18 Odia Digital
ପାଟଣା: ସରନ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୩୯କୁ ପହଞ୍ଚିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ବଡ ବୟାନ ଦେଇଛନ୍ତି । ବିଷାକ୍ତ ମଦ ଯିଏ ପିଇବ, ତାର ମୃତ୍ୟୁ ନିଶ୍ଚିତ। ମଦକୁ ବ୍ୟାନ କରିବା ପରେ ବି ଯଦି ମଦ ପିଅନ୍ତି କରନ୍ତି , ତାହେଲେ ମୃତ୍ୟୁ ତ ହେବ।
ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରୟାସ କରାଯାଉଛି । ମଦ କେତେ କ୍ଷତିକାରକ, ତା’ର ରିସର୍ଚ୍ଚ ରିପୋର୍ଟ ମଧ୍ୟ ସମସ୍ତଙ୍କ ଘରକୁ ପଠାଯାଇଛି । ତଥାପି କିଛି ଲୋକ ମଦ ପିଉଛନ୍ତି ଓ ବ୍ୟବସାୟ କରୁଛନ୍ତି । ମଦ ବ୍ୟାନ ହୋଇଛି । ତଥାପି ନିୟମ ନମାନି ଲୋକେ ମଦ ତିଆରି କରୁଛନ୍ତି । ଗରିବ ଲୋକଙ୍କୁ ନଧରିବା ପାଇଁ କୁହାଯାଉଛି । ଯେଉଁମାନେ ମଦ ତିଆରି କରୁଛନ୍ତି ଓ ବିକ୍ରି କରୁଛନ୍ତି ସେମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ହୋଇଛି ।
https://odia.news18.com/news/trending/giriraj-singh-on-chhapra-hooch-tragedy-3ssd-14122022-ssd-141667.htmlଏନେଇ ଗତକାଲି କେନ୍ଦ୍ର ମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟି ନେତା ଗିରିରାଜ ସିଂ ଛପରା ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିଲେ। ଗିରିରାଜ ସିଂ କହିଥିଲେ ଯେ ବିହାରରେ ମଦ ଭଗବାନ ସମାନ। ଏହା ରାଜ୍ୟର ସବୁଆଡେ ଉପସ୍ଥିତ କିନ୍ତୁ ଏହାକୁ କେହି ଦେଖି ପାରୁ ନାହାଁନ୍ତି। ବୁଧବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନସଭା ଭିତରେ ନିଜ ନିୟନ୍ତ୍ରଣ ହରାଇବା ଘଟଣାରେ ବିଜେପି ବିଧାୟକମାନେ ତାଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।