News 18 Odia Digital
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ରବିବାର ଏକ ବଡ଼ ଘୋଷଣା କରିଛନ୍ତି । ବାରମୁଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଆସନ୍ତା ୧୦ ଦିନ ମଧ୍ୟରେ ସେ ଏକ ନୂଆ ଦଳ ଘୋଷଣା କରିବେ । ସେ କହିଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଅନେକ ବିପର୍ଯ୍ୟସ୍ତ ଘଟଣା ଘଟିଛି। ଭାରତୀୟ ଇତିହାସ ପରି କାଶ୍ମୀର ମଧ୍ୟ ଆକ୍ରମଣକାରୀଙ୍କ ଦ୍ୱାରା ଧ୍ୱଂସ ହୋଇଯାଇଛି ।
ଗୁଲାବ ନବୀ ଆଜାଦ କହିଛନ୍ତି ମୋଗଲମାନେ ୮୦୦ ବର୍ଷ ଏବଂ ବ୍ରିଟିଶମାନେ ୩୦୦ ବର୍ଷ ଶାସନ କରିଥିଲେ। ଜାମ୍ମୁ କାଶ୍ମୀରରେ ହଜାର ହଜାର ଶାସକ ଏବଂ ଆକ୍ରମଣକାରୀ ଅଛନ୍ତି। ସମସ୍ତେ ଜାମ୍ମୁ କାଶ୍ମୀରକୁ ଲୁଟ୍ କରିଛନ୍ତି ଏବଂ ସ୍ଵଧୀନତା ପରେ ଏହା ଆଭ୍ୟନ୍ତରୀଣ ରାଜନୀତିର ଶିକାର ହୋଇଛି।
ଗତ ତିନି ଦିନ ମଧ୍ୟରେ ଗୁଲାମ ନବୀ ଆଜାଦ ଜାମ୍ମୁ କାଶ୍ମୀରରେ ୩୦୦ ରୁ ଅଧିକ ପ୍ରତିନିଧୀଙ୍କୁ ଭେଟିଛନ୍ତି । ଏହାପୂର୍ବରୁ ସେ କହିଥିଲେ ଯେ ଜାମ୍ମୁ କାଶ୍ମୀରବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ମୁଁ ସ୍ୱର ଉତ୍ତୋଳନ କରିବି। ସେ କହିଥିଲେ ଯେ ଜାମ୍ମୁ କାଶ୍ମୀରରେ ପୂର୍ଣ୍ଣ ଶାନ୍ତି ଫେରାଇ ଆଣିବା ଏବଂ ସ୍ଥାନୀୟ ଲୋକଙ୍କ ଚାକିରୀ ତଥା ଜମି ଅଧିକାରର ସୁରକ୍ଷା ପାଇଁ ସେ କାର୍ଯ୍ୟ କରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।