News 18 Odia Digital
ନୂଆଦିଲ୍ଲୀ: ସୋସିଆଲ ମିଡିଆ (social media) ହେଉଛି ଏପରି ଏକ ଜିନିଷ ଯେଉଁଥିରେ କୌଣସି ମୁହୂର୍ତ୍ତରେ କିଛି ବି ଭାଇରାଲ୍ (viral) ହୋଇଯାଇପାରେ । ଅନେକ ସମୟରେ ଆମେ ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ମଧ୍ୟ ଦେଖିବାକୁ ପାଇଥାଉ । କିଛି ସମୟରେ ପରିସ୍ଥିତି ଏପରି ହୁଏ ଯାହାକୁ ଦେଖିବା ପରେ ଆମେ ବିଶ୍ୱାସ ମଧ୍ୟ କରିପାରନ୍ତି ନାହିଁ । ଏଥିସହ କିଛି ମଜାଳିଆ ଭିଡିଓ ଗୁଡିକୁ ଲୋକମାନେ ପସନ୍ଦ କରିବା ସହ ସେୟାର କରିଥାନ୍ତି ଫଳରେ ଅଳ୍ପ ସମୟ ମଧ୍ୟରେ ଭିଡିଓଟି ଭାଇରାଲ୍ ହୋଇ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିଯାଏ ।
ବର୍ତ୍ତମାନ ଭାଇରାଲ୍ ହେଉଥିବା ଏକ ମଜାଳିଆ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଦେଖିବା ପରେ ହସକୁ ନିୟନ୍ତ୍ରଣ କରିବା ସମ୍ଭବପର ନୁହେଁ । ଇଣ୍ଟରନେଟ (internet)ରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ସେପରି କିଛି ରହିଛି ଯାହା ଦେଖିବା ପରେ ଆପଣ ବାରମ୍ୱାର ଦେଖିବାକୁ ଇଚ୍ଛା କରିବେ ଏବଂ ହସିବାକୁ ଲାଗିବେ । କାରଣ ଭିଡିଓଟିରେ ଜଣେ ମହିଳା ଏକ ଦୋକାନର ନାମକୁ ଉଚ୍ଚାରଣ କରିବା ସମୟର ଦୃଶ୍ୟ ରହିଛି । ଯାହାକୁ ଦେଖି ଲୋକମାନେ ହସୁଛନ୍ତି ।
ଭାଇରାଲ ହେଉଥିବା ଏହି ଭିଡିଓରେ, ଆପଣ ଦେଖିପାରିବେ ଯେ ଜଣେ ପୁରୁଷ ଜଣେ ମହିଳାଙ୍କୁ ପଚାରୁଛନ୍ତି ଯେ, ତାଙ୍କ ସାମ୍ନାରେ ଥିବା ଦୋକାନ ବୋର୍ଡରେ କଣ ଲେଖା ଅଛି । ମହିଳା ବୋର୍ଡରେ ଇଂରାଜୀ ନାମ ପଢିବା ପରେ କହିଲେ ଯେ, ବୋର୍ଡରେ anti ki india ଲେଖା ଅଛି । ବ୍ୟକ୍ତି ଏହା ଶୁଣିବା ପରେ ହସିଥିଲେ । ତା’ପରେ ସେ ମହିଳାଙ୍କୁ କହିଛନ୍ତି ଯେ, ବୋର୍ଡରେ antique india ଲେଖାଯାଇଛି । ତଥାପି ମହିଳା ଜଣଙ୍କ ସାମାନ୍ୟ ଯୁକ୍ତି କରିବା ପରି ଢଙ୍ଗରେ କହିଛନ୍ତି ଯେ, ସେ ଯାହା କହୁଛନ୍ତି ତାହା ଏକଦମ ଠିକ୍ ଅଟେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ନିଜ ଭୁଲକୁ ବୁଝିପାରିଥିଲେ କଲେ ଏବଂ ଦୋକାନର ନାମକୁ ସଠିକ୍ ଭାବରେ ଦେଖିବା ପରେ ସେ ନିଜେ ମଧ୍ୟ ହସିଥିଲେ ।
https://www.instagram.com/reel/CqMsUwJJjZd/
ଏହି ଭିଡିଓ ଇନଷ୍ଟାଗ୍ରାମରେ shivamadhu_ ନାମକ ୟୁଜର୍ ପେଜରୁ ସେୟାର କରାଯାଇଛି । ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ଲୋକମାନେ ଭିଡିଓରେ ଅନେକ ମଜାଳିଆ କମେଣ୍ଟ୍ ମଧ୍ୟ ଦେଉଛନ୍ତି । ଜଣେ ସୋସିଆଲ୍ ମିଡିଆ ୟୁଜର୍ସ ଲେଖିଛନ୍ତି - ଏହା ହେଉଛି ନୂଆ ଇଂରାଜୀ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି - ଆଣ୍ଟି ଇଣ୍ଡିଆ । ଏହି ଭିଡିଓ ବିଷୟରେ ଆପଣଙ୍କର ମତାମତ କ’ଣ? କମେଣ୍ଟ୍ ମାଧ୍ୟମରେ ଜଣାନ୍ତୁ ।
ଏହି ଖବର ପଢ଼ନ୍ତୁ -
ଖାଲି ଅଭିନୟରେ ନୁହେଁ ପାଠପଢ଼ାରେ ମଧ୍ୟ ଆଗରେ ବଚ୍ଚନ ପରିବାର: ସମସ୍ତଙ୍କ ପାଖରେ ଏକାଧିକ ଡିଗ୍ରୀPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।