News18 Odia Digital
The Great Buddha Statue: ନିଜର ମନସ୍କାମନା ପୂରଣ କରିବା ନିମନ୍ତେ ମଣିଷ ଭଗବାନଙ୍କ ପାଖକୁ ଯାଇ ପ୍ରାର୍ଥନା କରେ। ବିଶେଷ କରି ଶିବ ମନ୍ଦିର ଆଗରେ ଥିବା ନନ୍ଦୀ ମୂର୍ତ୍ତି କାନରେ ନିଜ ମନ କଥା କହିଲେ ତାହା ପୂରଣ ହୋଇଥାଏ ବୋଲି କୁହାଯାଏ। କିନ୍ତୁ ସୋସିଆଲ ମିଡ଼ିଆରେ ଜଣେ ବ୍ୟକ୍ତିଙ୍କ ଭିଡିଓ ବେଶ ଭାଇରାଲ ହେଉଛି। ଝାଙ୍ଗ ନାମକ ଜଣେ ବ୍ୟକ୍ତି ୨୦୦୦କିମି ଚାଲି ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ। ସେଠାରେ ୭୧ ମିଟର ଉଚ୍ଚ ବୁଦ୍ଧ ପ୍ରତିମାଙ୍କ କାନ ନିକଟରେ ଏକ ବଡ ସ୍ପିକର ମାଧ୍ୟମରେ ତାଙ୍କ ଫୋନରୁ ବୁଦ୍ଧ ଉଚ୍ଚ ସ୍ୱରରେ ନିଜର ଇଚ୍ଛା ସମ୍ପର୍କରେ କହିଥିଲେ। ଯାହା ଚାଇନାର ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଭିଡ଼ିଓ ଅନୁସାରେ, ଝାଙ୍ଗ ଚିତ୍କାର କରି କହୁଛନ୍ତି ... “ଭଗବାନ ମତେ ୨୭ ବର୍ଷ ବୟସ। ହେଲେ ମୋର ଘର କିମ୍ବା କୌଣସି କାର ନାହିଁ ଓ ଗର୍ଲଫ୍ରେଣ୍ଡ ମଧ୍ୟ ନାହିଁ । ସର୍ବ ପ୍ରଥମେ ମୁଁ ବହୁତ ଧନୀ ହେବାକୁ ଚାହୁଁଛି । ମୁଁ ଅଧିକ କିଛି ଚାହେଁ ନାହିଁ ବାସ୍ ମୋତେ ୧.୫ ମିଲିୟନ୍ ଡଲାର୍ ଓ ଗୋଟିଏ ଗର୍ଲଫ୍ରେଣ୍ଡ ଚାହୁଁଛି ଯିଏ ସୁନ୍ଦର ଓ କୋମଳ ହୋଇଥିବ। ସେ ମୋର ଟଙ୍କାଙ୍କୁ ନୁହେଁ ବରଂ ମୋତେ ଭଲ ପାଇବା।” କେବଳ ଏତିକି ନୁହେଁ ଝାଙ୍ଗ ସେଠାରେ ପ୍ରାୟ ୧୨ ଘଣ୍ଟା ସମୟ ବିତାଇଥିଲେ।
ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଝାଙ୍ଗ କହିଛନ୍ତି ଯେ ତାଙ୍କର ଦୁର୍ଭାଗ୍ୟ ଯୋଗୁଁ ସେ ବୁଦ୍ଧ ପ୍ରତିମୂର୍ତ୍ତି ନିକଟକୁ ଯିବା ପୂର୍ବରୁ ସେ ଏକ ୱେବସାଇଟରୁ ସ୍ପିକରକୁ କିଣିଥିଲେ। କାରଣ ସେ ଭାବୁଥିଲେ ଏପରି କରିବା ଦ୍ୱାରା ସେ ସହଜରେ ବୁଦ୍ଧଙ୍କୁ ନିଜ ମନ କଥା କହିପାରିବେ।
ପରିବାରରେ ଝିଅ ଅଛନ୍ତି କି? ପ୍ରତି ମାସରେ ମିଳିବ ୪୫୦୦ ଟଙ୍କା!ଏଥି ସହିତ, ଉପଭୋକ୍ତାମାନେ ଏହା ଉପରେ ବିଭିନ୍ନ ମନ୍ତବ୍ୟ ଦେଇଥିବା ବେଳେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଅନ୍ୟମାନଙ୍କୁ ବିଶ୍ୱାସ କରିବା ଏବଂ ନିଜ ଉପରେ ବିଶ୍ୱାସ କରିବା ମଧ୍ୟରେ ସେ ବୁଦ୍ଧଙ୍କୁ ବିଶ୍ୱାସ କରିବାକୁ ବାଛିଥିଲେ। ଏହା ସହ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ବୁଦ୍ଧଙ୍କ ପାଇଁ ଡିଜାଇନ୍ ହୋଇଥିବା ଏକ ଇୟରଫୋନ୍ ଆଣିବା - ଭଗବାନଙ୍କୁ ଉପାସନା କରିବାର ନୂଆ ଉପାୟ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।