ପାର୍ଟନର ମୃତ ଶରୀରକୁ କଲା ୩୫ ଖଣ୍ଡ; ୧୮ ଦିନ ଯାଏଁ ଖଣ୍ଡ ଖଣ୍ଡ କରି ଫିଙ୍ଗିଥିଲା ଅଂଶ

ନିଜର ୨୬ ବର୍ଷିୟ ଲିଭ-ଇନ୍ ପାର୍ଟନର ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରି ମୃତଦେହକୁ ଗାୟବ କରିଥିବା ଅଭିଯୁକ୍ତ ଆଫତାବ ଆମିନ ପୁନାୱାଲା ପୋଲିସ ଦ୍ୱାରା ଗିରଫ ହୋଇଛି ।

ଲିଭ୍-ଇନ୍ ପାର୍ଟନର ମୃତ ଶରୀରକୁ କଲା ୩୫ ଖଣ୍ଡ; ୧୮ ଦିନ ଯାଏଁ ଖଣ୍ଡ ଖଣ୍ଡ କରି ଫିଙ୍ଗିଥିଲା ଅଂଶ

ଲିଭ୍-ଇନ୍ ପାର୍ଟନର ମୃତ ଶରୀରକୁ କଲା ୩୫ ଖଣ୍ଡ; ୧୮ ଦିନ ଯାଏଁ ଖଣ୍ଡ ଖଣ୍ଡ କରି ଫିଙ୍ଗିଥିଲା ଅଂଶ

  • News18 Odia
  • Last Updated :
  • Delhi, India
  • Share this:
News 18 Odia Digital

ଦିଲ୍ଲୀ; ପ୍ରାୟ ୫ ମାସ ପୂର୍ବେ ଦିଲ୍ଲୀରେ ନିଜର ୨୬ ବର୍ଷିୟ ଲିଭ-ଇନ୍ ପାର୍ଟନର ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରି ମୃତଦେହକୁ ଗାୟବ କରିଥିବା ଅଭିଯୁକ୍ତ ଆଫତାବ ଆମିନ ପୁନାୱାଲା ପୋଲିସ ଦ୍ୱାରା ଗିରଫ ହୋଇଛି । ଅଭିଯୁକ୍ତ ଆଫତାବଙ୍କ ବିରୋଧରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି ଓ ଶ୍ରଦ୍ଧାଙ୍କ ମୃତଦେହ ଖୋଜା ଚାଲିଛି । ଅଭିଯୁକ୍ତ ୨୮ ବର୍ଷୀୟ ମୁମ୍ବାଇର ବାସିନ୍ଦା । ପୋଲିସ ସୂତ୍ର ଅନୁଯାୟୀ, ଆଫାତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ୩୫ ଖଣ୍ଡ କରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଫିଙ୍ଗି ଦେଇଥିଲା । ନଭେମ୍ବର ୮ ରେ ୫୯ ବର୍ଷୀୟ ବିକାଶ ମଦନ ୱାକର ଦିଲ୍ଲୀର ମେହେରୁଲି ପୋଲିସ ଷ୍ଟେସନରେ ତାଙ୍କ ଝିଅକୁ ଅପହରଣ ନେଇ ଏଫଆଇଆର ଦାଖଲ କରିଥିଲେ ।

ମୁମ୍ବାଇର ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ କାମ କରୁଥିଲେ ଶ୍ରଦ୍ଧା

୨୬ ବର୍ଷୀୟ ଶ୍ରଦ୍ଧା ୱାକର ମୁମ୍ବାଇର ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ କଲ ସେଣ୍ଟରରେ କାମ କରୁଥିଲେ । ଏହି ସମୟରେ ଶ୍ରଦ୍ଧା ଆଫତାବ ଆମିନଙ୍କୁ ଭେଟିଥିଲେ । ତା’ପରେ ଦୁହେଁ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କଲେ ଓ ସେମାନେ ଲିଭ-ଇନ୍ ସମ୍ପର୍କରେ ରହିବାକୁ ଲାଗିଲେ । ପରିବାର ଯେତେବେଳେ ଏହି ସମ୍ପର୍କ ବିଷୟରେ ଜାଣିଲେ, ସେମାନେ ବିରୋଧ କରିବାକୁ ଲାଗିଲେ । ଏହି ବିରୋଧ ପରେ ଶ୍ରଦ୍ଧା ଓ ଆଫତାବ ହଠାତ୍ ମୁମ୍ବାଇ ଛାଡିଥିଲେ । ଏହା ପରେ ସେ ମେହେରୁଲିର ଛତ୍ରପୁର ଅଞ୍ଚଳରେ ରହିଲେ । କିନ୍ତୁ ଇତି ମଧ୍ୟରେ ଶ୍ରଦ୍ଧାଙ୍କ ଫୋନ୍ ନମ୍ବର ବନ୍ଦ ଆସିଲା । ଶ୍ରଦ୍ଧା ୱାକରଙ୍କ ପିତା କହିଛନ୍ତି ଯେ ସେ ତାଙ୍କ ପରିବାର ସହିତ ମହାରାଷ୍ଟ୍ରର ପାଲଗରରେ ରୁହନ୍ତି । ନଭେମ୍ବର ୮ ରେ ଯେତେବେଳେ ସେ ଛତ୍ରପୁରର ଶ୍ରଦ୍ଧାଙ୍କ ଫ୍ଲାଟରେ ପହଞ୍ଚିଥିଲେ, ଯେଉଁଠାରେ ଝିଅ ଭଡା ଘରେ ରହୁଥିଲେ, ଫ୍ଲାଟର କବାଟ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ତା’ପରେ ସେ ମେହେରୁଲି ପୋଲିସ ଷ୍ଟେସନରେ ପହଞ୍ଚି ଏଫଆଇଆର ରୁଜୁ କରିଥିଲେ । ଶନିବାର ଆଫତାବଙ୍କୁ ତାଙ୍କ ଫ୍ଲାଟରୁ ପୋଲିସ ଅଟକ ରଖିଛି ।

ପୋଲିସ କହିଛି ଯେ ଯେତେବେଳେ ଅଭିଯୁକ୍ତ ଆଫତାବକୁ ଧରାଗଲା, ସେ ନିରନ୍ତର କହୁଥିଲେ ଯେ ଝିଅଟି ଏଠାରେ ନାହିଁ, ଝିଅଟି ଅନେକ ମାସ ପୂର୍ବରୁ ଚାଲିଯାଇଥିଲା । କିନ୍ତୁ କଡ଼ା ଭାବେ ପଚରାଉଚରା ପରେ ସେ ପ୍ରକାଶ କରିଥିବା କଥା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା ।
Published by:Soubhagya Mishra
First published: