- News18 Odia
- Last Updated :
News18 Odia Digital
ନୂଆ ଦିଲ୍ଲୀ: ଦେଶକୁ ଏକଜୁଟ କରିବା ପାଇଁ କନ୍ୟାକୁମାରୀରୁ କାଶ୍ମୀର ଅଭିମୁଖେ କଂଗ୍ରେସ 'ଭାରତ ଯୋଡୋ' ଯାତ୍ରା କରୁଛି। ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଏହି ଯାତ୍ରା କରୁଛନ୍ତି। କିନ୍ତୁ ଦଳରେ ମଜବୁତ ପରିବର୍ତ୍ତେ ଏହା ଦୁର୍ବଳ ହେବାରେ ଲାଗିଛି। ଏହାରି ମଧ୍ୟରେ ଅନେକ ବରିଷ୍ଠ ନେତା ଓ ବିଧାୟକ କଂଗ୍ରେସ ହାତ ଛାଡିଛନ୍ତି। ଦଳର କିଛି ନେତାଙ୍କ ଅନୁଯାୟୀ, ନିର୍ବାଚନରେ କ୍ରମାଗତ ପରାଜୟ ହେତୁ ନେତାମାନେ ଧୈର୍ଯ୍ୟ ହରାଉଛନ୍ତି।
ଗୋଆ ପରେ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ କଂଗ୍ରେସ ବିଧାୟକ ଦଳ ଛାଡିପାରନ୍ତି ବୋଲି ଶୁଣାଯାଉଛି। ଦଳର ଜଣେ ବରିଷ୍ଠ ନେତାଙ୍କ ଅନୁଯାୟୀ ଗୁଜରାଟ ବିଜେପି ସଭାପତି ସିଆର ପାଟିଲଙ୍କୁ ପ୍ରାୟ ଦେଢ଼ ଡ଼ର୍ଜନ ବିଧାୟକ ଭେଟି ସାରିଛନ୍ତି। ତାଙ୍କ କହିବାନୁସାରେ, ବିଜେପି ଉପଯୁକ୍ତ ସମୟକୁ ଅପେକ୍ଷା କରିଛି। ଏହି ବିଧାୟକମାନେ ଯେକୌଣସି ସମୟରେ କଂଗ୍ରେସର ହାତ ଛାଡି ପାରିବେ। ଦଳ ମଧ୍ୟ ଏହି ବିଧାୟକଙ୍କ ଉପରେ ବିଶ୍ୱାସ କରୁନାହିଁ।
ଦଳର ନେତା ଓ କର୍ମୀମାନେ କଂଗ୍ରେସ ଛାଡିବାର ଏକ ପ୍ରମୁଖ କାରଣ ହେଉଛି ଭବିଷ୍ୟତ ପାଇଁ ଆଶା ଅଭାବ। ଦଳ ଛାଡିଥିବା ଜଣେ ନେତା ଭବିଷ୍ୟତକୁ ନେଇ ଚିନ୍ତିତ ଥିବା କହିଛନ୍ତି। ଦଳର ସ୍ଥିତିକୁ ଦେଖିଲେ ସେ ଶୀଘ୍ର କୌଣସି ଆଶା ଦେଖିପାରୁନାହାନ୍ତି ବୋଲି କହିଛନ୍ତି। ପୂର୍ବରୁ ନେତା ଓ କର୍ମୀମାନେ ଦଳର ସମସ୍ୟାକୁ ରାଜନୈତିକ ସଚିବଙ୍କ ମାଧ୍ୟମରେ ଦଳର ସଭାପତିଙ୍କୁ ଜଣାଉଥିଲେ। ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ପରେ ଏହି ବ୍ୟବସ୍ଥା ଶେଷ ହୋଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।