ଆପଣ ବିଶ୍ୱର ଶେଷ ରାସ୍ତା ବିଷୟରେ ଜାଣିଛନ୍ତି କି ? ଏହା କେଉଁଠି ଓ କିପରି ଦେଖାଯାଏ, ଆସନ୍ତୁ ଜାଣିବା

ଆଜି ଆମେ ଆପଣଙ୍କୁ ଦୁନିଆର ଶେଷ ରାସ୍ତା ବିଷୟରେ କହିବାକୁ ଯାଉଛୁ । ବିଶ୍ୱାସ କରାଯାଏ ଯେ, ଏହି ରାସ୍ତା ପରେ ବିଶ୍ୱ ଶେଷ ହୁଏ ।

ଆପଣ ବିଶ୍ୱର ଶେଷ ରାସ୍ତା ବିଷୟରେ ଜାଣିଛନ୍ତି କି ? ଏହା କେଉଁଠି ଓ କିପରି ଦେଖାଯାଏ, ଆସନ୍ତୁ ଜାଣିବା

ଆପଣ ବିଶ୍ୱର ଶେଷ ରାସ୍ତା ବିଷୟରେ ଜାଣିଛନ୍ତି କି ? ଏହା କେଉଁଠି ଓ କିପରି ଦେଖାଯାଏ, ଆସନ୍ତୁ ଜାଣିବା

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ବିଶ୍ୱର ଶେଷ ରାସ୍ତା କେଉଁଠି ? ଦୁନିଆ କେଉଁଠାରେ ଶେଷ ହେବ ? ଏହି ପ୍ରଶ୍ନ ଆମ ସମସ୍ତଙ୍କ ମନରେ ସର୍ବଦା ଉଙ୍କି ମାରେ । କିନ୍ତୁ ଏହି ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିପାରିନଥିବ । ଆଜି ଆମେ ଆପଣଙ୍କୁ ଦୁନିଆର ଶେଷ ରାସ୍ତା ବିଷୟରେ କହିବାକୁ ଯାଉଛୁ । ବିଶ୍ୱାସ କରାଯାଏ ଯେ, ଏହି ରାସ୍ତା ପରେ ବିଶ୍ୱ ଶେଷ ହୁଏ ।

ଇ-୬୯ ସଡକକୁ ଦୁନିଆର ଶେଷ ରାସ୍ତା ବୋଲି ବିବେଚନା କରାଯାଏ । ଏହାକୁ ଦୁନିଆର ଶେଷ ବିନ୍ଦୁ ବୋଲି ମଧ୍ୟ ବିବେଚନା କରାଯାଏ । ଏହିଠାରେ ପୃଥିବୀର ଅକ୍ଷ ଘୂର୍ଣ୍ଣନ କରେ । ଏଠାରେ ନରୱେ ଦେଶ ପଡେ । ଏଠାରୁ ଯାଉଥିବା ରାସ୍ତାକୁ ଦୁନିଆର ଶେଷ ରାସ୍ତା କୁହାଯାଏ । ଏହି ରାସ୍ତା ପରେ ଅନ୍ୟ କୌଣସି ରାସ୍ତା ନାହିଁ ।

ଇ-୬୯ର ଲମ୍ବ ପ୍ରାୟ ୧୪ କିମି । ଏହି ରାଜପଥରେ ଏକୁଟିଆ ଚାଲିବା କିମ୍ବା ଏକାକୀ ଗାଡି ଚଳାଇବା ସମ୍ପୂର୍ଣ୍ଣ ନିଷେଧ । ଏହି ରାସ୍ତାରେ ଯିବା ପାଇଁ ଆପଣଙ୍କୁ ସାଥିରେ କିଛି ଲୋକଙ୍କୁ ନେଇ ଯିବାକୁ ପଡିବ । ଏହାପରେ ହିଁ ଆପଣଙ୍କୁ ଏହି ରାସ୍ତାରେ ଯିବାକୁ ଅନୁମତି ମିଳିବ । ଅନେକ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଚାରିପାଖରେ ବରଫ ଥିବାରୁ ଏଠାରେ ଫସି ରହିବାର ବିପଦ ମଧ୍ୟ ରହିଛି । ସେଥିପାଇଁ କୌଣସି ବ୍ୟକ୍ତିଙ୍କୁ ଏହି ରାସ୍ତାରେ ଏକୁଟିଆ ଯିବାକୁ ଅନୁମତି ଦିଆଯାଏ ନାହିଁ ।

ଏହି ରାସ୍ତା ଉତ୍ତର ଧୃବ ନିକଟରେ ଅବସ୍ଥିତ । ଏହି କାରଣରୁ ଶୀତ ଋତୁରେ ଏଠାରେ ସୂର୍ଯ୍ୟ ଉଦୟ ହୁଅନ୍ତି ନାହିଁ ଓ ଗ୍ରୀଷ୍ମ ଋତୁରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଆଉ ବେଳେବେଳେ ଏଠାରେ ଦୀର୍ଘ ୬ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି ନାହିଁ । ଏଠାରେ ଶୀତ ଦିନ ତାପମାତ୍ରା ମାଇନସ ୪୩ ଡିଗ୍ରୀ ଛୁଇଁଥାଏ । ଏତେ ଥଣ୍ଡା ହେବାପରେ ମଧ୍ୟ ଲୋକମାନେ ଏଠାରେ ବସବାସ କରନ୍ତି ।

୧୯୩୦ ମସିହା ପରେ ଏହି ସ୍ଥାନ ବିକାଶ ହେବାକୁ ଲାଗିଲା । ୧୯୩୪ ମସିହା ପରେ ଏଠାରେ ପର୍ଯ୍ୟଟକଙ୍କ ଆଗମନ ହେଲା । ଏହି କାରଣରୁ ଏଠାରେ ବସବାସ କରୁଥିବା ଲୋକମାନେ ରୋଜଗାରର ଏକ ଭିନ୍ନ ମାଧ୍ୟମ ପାଇଲେ । ବର୍ତ୍ତମାନ ଏହିସ୍ଥାନରେ ଅନେକ ପ୍ରକାରର ରେଷ୍ଟୁରାଣ୍ଟ ଏବଂ ହୋଟେଲ ନିର୍ମାଣ ହେଲାଣି । ବିଶ୍ବର ବିଭିନ୍ନ କୋଣଅନୁକୋଣରୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି । ଏଠାକୁ ଆସି ପର୍ଯ୍ୟଟକମାନେ ଏକ ଭିନ୍ନ ଦୁନିଆର ଅନୁଭବ କରନ୍ତି ।
Published by:Soubhagya Mishra
First published: