ବ୍ୟବସାୟୀଙ୍କ ଘରୁ ୩୯୦ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଆୟକର ବିଭାଗ

୩୯୦ କୋଟି ଟଙ୍କାର ବେଆଇନି ସମ୍ପତ୍ତି ଚଢାଉ କରି ଜବତ କରିଛି ଆୟକର ବିଭାଗ । ଚଢାଉ ସମୟରେ ୨୬୦ କର୍ମଚାରୀ ଓ ୧୨୦ ଉର୍ଦ୍ଧ ଗାଡ଼ି ନିୟୋଜିତ ଥିଲେ ।

ମହାରାଷ୍ଟ୍ରର ଜଣେ ବ୍ୟସାୟୀଙ୍କ ଘରୁ ୩୯୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଆଇ.ଟି

ମହାରାଷ୍ଟ୍ରର ଜଣେ ବ୍ୟସାୟୀଙ୍କ ଘରୁ ୩୯୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଆଇ.ଟି

  • Share this:
News 18 Odia Digital

ମହାରାଷ୍ଟ୍ର :ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରେ ଆୟକର ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ମହାରାଷ୍ଟ୍ରର ଜଲନାରେ ଆୟକର ବିଭାଗ ଇସ୍ପାତ, ବୟନ ବ୍ୟବସାୟୀ ଓ ରିଏଲ୍ ଇଷ୍ଟେଟ୍ ବିକାଶକାରୀଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଯେଉଁଥିରେ ବହୁ ପରିମାଣର ବେଆଇନି ସମ୍ପତ୍ତି ମିଳିଛି । ଆୟକର ବିଭାଗ ବିଭିନ୍ନ ସ୍ଥାନରୁ ପ୍ରାୟ ୩୯୦ କୋଟି ମୂଲ୍ୟର ବେଆଇନି ସମ୍ପତ୍ତି ଜବତ କରିଛି ଯେଉଁଥିରେ ୫୮ କୋଟି ନଗଦ ଟଙ୍କା , ୩୨ କିଲୋଗ୍ରାମ ସୁନା, ହୀରା, ମୋତି ଓ ଅନେକ ସମ୍ପତ୍ତି କାଗଜପତ୍ର ମିଳିଛି ।

ଏହି ଚଢାଉ ସମୟରେ ମିଳିଥିବା ନଗଦ ଟଙ୍କାକୁ ଗଣିବାକୁ ବିଭାଗକୁ ୧୩ ଘଣ୍ଟା ସମୟ ଲାଗିଥିଲା । ଅଗଷ୍ଟ ୧ ରୁ ୮ ମଧ୍ୟରେ ଆୟକର ଏହି ଚଢାଉ ବିଭିନ୍ନ ସ୍ଥାନରେ କରିଥିଲା । ଆୟକର ବିଭାଗର ନାଶିକ୍ ର ଟିମ୍ ଏହି ଚଢାଉ କରିଥିଲା । ଚଢ଼ାଉରେ ପାଖାପାଖି ରାଜ୍ୟର ୨୬୦ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ । ଆଇଟି କର୍ମଚାରୀଙ୍କୁ ପାଞ୍ଚଟି ଦଳରେ ବିଭକ୍ତ କରାଯାଇଥିଲା ଓ ଏହି ଚଢାଉ ୧୨୯ ରୁ ଅଧିକ ଗାଡ଼ି ବ୍ୟବହାର କରାଯାଇଥିଲା।

ସକାଳ ୧୧ ଟାରୁ ରାତି ୧ ଟା ପର୍ଯ୍ୟନ୍ତ ନଗଦ ଟଙ୍କା ଗଣା ଯାଇଥିଲା

ଟେକ୍ସଟାଇଲ ଓ ଇସ୍ପାତ ବ୍ୟବସାୟୀଙ୍କ ଘରୁ ମିଳିଥିବା ନଗଦ ଟଙ୍କା ଜଲନାରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖାକୁ ନିଆଯାଇଥିଲା। ନଗଦ ଟଙ୍କା କୁ ଗଣନା ପାଇଁ ସକାଳ ୧୧ ଟାରୁ ଆରମ୍ଭ ହୋଇ ରାତି ପ୍ରାୟ ୧ ଟାରେ ଶେଷ ହୋଇଥିଲା । ଆୟକର ବିଭାଗ ସୂଚନା ପାଇଥିଲା ଯେ ଜଲନାର ଚାରୋଟି ଇସ୍ପାତ କମ୍ପାନୀର କାରବାରରେ ଅନିୟମିତତା ଅଛି, ଯାହା ଫଳରେ ଆୟକର ବିଭାଗ ଚଢାଉ ଆରମ୍ଭ କରିଥିଲା । କିନ୍ତୁ ତାଙ୍କ ଘରେ କିଛି ପାଇ ନଥିଲେ , ନଗଦ, ସୁନା ଓ ହୀରା ସମେତ ଅନେକ କାଗଜପତ୍ର ସହର ବାହାରେ ଥିବା ଏକ ଫାର୍ମହାଉସରେ ପାଇ ଥିଲେ ।
Published by:Sujit Swain
First published: