News 18 Odia Digital
Lord Vishnu idol; ମାଟି ତଳୁ ଭଗବାନ ବିଷ୍ଣୁଙ୍କ ପ୍ରତିମା ମିଳିବା ପରେ ଆଖି ପିଛୁଳାକେ ଖବର ବ୍ୟାପିଗଲା ସାରା ଅଞ୍ଚଳରେ ଫଳରେ ଅନେକ ସ୍ଥାନରୁ ଲୋକମାନେ ଆସି ଭଗବାନଙ୍କ ପ୍ରତିମା ଦେଖିବାକୁ ପ୍ରବଳମାତ୍ରାରେ ଭିଡ ଜମାଇବା ସହ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଲେ । ଏହି ଘଟଣାଟି ଦେଖିବାକୁ ମିଳିଛି ରାଜସ୍ଥାନ ସିକାର୍ ଜିଲ୍ଲା ଚାରୋଡା ଅଞ୍ଚଳରେ ।
ରସୋଡା ପୋଖରୀ ଖୋଳାଯିବା ସମୟରେ କିଛି ଗୋଟେ ଜିନିଷ ମାଟି ତଳେ ପୋତି ହୋଇ ରହିଥିବା ଅନୁମାନ କରିଥିଲେ ଶ୍ରମିକ । ପରେ ତାହାକୁ ଖୁବ ଯତ୍ନର ସହ ପଦାକୁ ବାହାର କରିଥିଲେ । ପ୍ରତିମାରୁ ମାଟି ବାହାର କରି ସଫା କରିବା ପରେ ଜଣାପଡିଥିଲା ତାହା ଭଗବାନ ବିଷ୍ଣୁଙ୍କ ପ୍ରତିମା । ଖବରଟି ସମଗ୍ର ଅଞ୍ଚଳରେ ପହଞ୍ଚିବା ପରେ ଲୋକମାନେ ଏହାକୁ ଭଗବାନଙ୍କର ଚମତ୍କାର ବୋଲି ଭାବିଛନ୍ତି ।
ଅଧିକ ଖବର ପଢ଼ନ୍ତୁ-
http://କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ୨୧ହଜାର ଟଙ୍କାର ଫୋନ; ଜାଣନ୍ତୁ କଣ ରହିଛି ଫିଚରଘଟଣା ସମ୍ପର୍କରେ ଯେତେବେଳେ ସ୍ଥାନୀୟ ମ୍ୟୁନିସିପଲିଟି ଅଫିସର ମମତା ଚୌଧୁରୀ ଖବର ପାଇଲେ ସେ ଉକ୍ତ ସ୍ଥାନକୁ ନିଜ କର୍ମଚାରୀଙ୍କୁ ସାଥିରେ ନେଇ ପରିଦର୍ଶନରେ ଯାଇଥିଲେ । ପରେ ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ କ୍ଷୀର ଓ ଜଳରେ ସ୍ନାନ କରାଯାଇଥିଲା । ସ୍ନାନ କରାଯିବା ପରେ ଭଗବାନଙ୍କ ପ୍ରତିମା ଖୁବ ସୁନ୍ଦର ଓ ଅଲୌକିକ ପ୍ରତିମା ହୋଇଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରିଥିଲେ । ପରେ ଏକ ସ୍ୱତନ୍ତ୍ର ସ୍ଥାନକୁ ଭଗବାନଙ୍କ ପ୍ରତିମାକୁ ନିଆଯିବା ସହ ସେଠାରେ ପୂଜାର୍ଚ୍ଚନା ମଧ୍ୟ କରାଯାଉଛି ।
ଭଗବାନ ବିଷ୍ଣୁଙ୍କ ପ୍ରତିମା ମିଳିବା ପରେ ପ୍ରତ୍ନତତ୍ତ୍ୱ ବିଭାଗକୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିବା ଜଣାପଡିଛି । ଏଏସଆଇର ଟିମ ଘଟଣାସ୍ଥଳକୁ ଯିବାପରେ ପରୀକ୍ଷା କରିବ । ତାପରେ ପ୍ରତିମା ସମ୍ପର୍କରେ ଅନେକ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସ୍ଥାନୀୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ମମତା ଚୌଧୁରୀ ଭଗବାନ ବିଷ୍ଣୁଙ୍କ ପ୍ରତିମା କିପରି ସୁରକ୍ଷିତ ରହିବ ସେନେଇ ବ୍ୟବସ୍ଥା କରିଛନ୍ତି ।
ଅଧିକ ଖବର ପଢ଼ନ୍ତୁ-
http://ଫିଲ୍ମ ପଠାନ ଦେଖିଲେ ଅନୁରାଗ କାଶ୍ୟପ; ରିଭ୍ୟୁ ଦେଇ କହିଲେ ଏମିତି...Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।