ସାଙ୍ଗ ସହ ଯିବାରୁ ମହିଳାଙ୍କୁ ୭ ଘଣ୍ଟା ଧରି ଗଛରେ ବାନ୍ଧି ବାଡ଼େଇଲେ ସ୍ବାମୀ

ବାଟରେ ସାଙ୍ଗଠାରୁ କାରରେ ଲିଫ୍ଟ ମାଗି ଯିବାରୁ ୭ ଘଣ୍ଟା ଧରି ଗଛରେ ବାନ୍ଧି ବାଡେଇଲେ ସ୍ବାମୀ। ସ୍ୱାମୀଙ୍କୁ ଗିରଫ କଲା ପୋଲିସ।

( ପ୍ରତୀକାତ୍ମକ ଛବି)

( ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ରାଜସ୍ଥାନ : ରାଜସ୍ଥାନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ବାନସ୍ୱାରା ଜିଲ୍ଲାରୁ ମାନବିକତାକୁ ନେଇ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ମାଉସୀଙ୍କ ଶାଶୁ ଘରକୁ ଯାଇଥିଲେ। ବାଟରେ ଯିବା ସମୟରେ ସାଙ୍ଗଠାରୁ କାରରେ ଲିଫ୍ଟ ମାଗି ଯାଇଥିଲେ। ଏ କଥା ତାଙ୍କ ଶାଶୁ ଘର ଲୋକ ଜାଣିଲା ପାଇଥିଲେ। ତାଙ୍କ ସ୍ବାମୀଙ୍କୁ କହିଥିଲେ ପରେ ସ୍ୱାମୀ ମହିଳାଙ୍କୁ ଏକ ଗଛରେ ବାନ୍ଧି ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଏହି ଘଟଣାର ଅବଗତ ହୋଇ  ଅଭିଯୁକ୍ତକୁ ଗିରଫ କରିଛି ।

ଜିଲ୍ଲାର ଖେମେରା ପୋଲିସ ଷ୍ଟେସନ କହିଛି ଯେ ଏହି ଘଟଣା ୬ ଦିନ ପୂର୍ବରୁ ଘଟିଥିଲା। ମହିଳା ଜଣକ ଘାଟୋଲ ସହରକୁ ଯିବା ସମୟରେ ତାଙ୍କର ପୁରୁଣା ସାଙ୍ଗ ଗୋବର୍ଦ୍ଧନ ପାଦୋଲି ଗାଁର ଡ୍ରାଇଭର ଦେବଲାଲଙ୍କୁ ଭେଟ ହୋଇଥିଲା। ଯେହେତୁ ସେ ଡ୍ରାଇଭର ତେଣୁ ଦେବଲାଲ ତାଙ୍କୁ ଗାଡ଼ିରେ ବସେଇ ତାଙ୍କ ଘରକୁ ନେଇଗଲେ।

ହେଲେ ସେଠାରେ ପହଞ୍ଚିବା ପରେ ମାଉସୀଙ୍କ ଶାଶୁ ଉଭୟଙ୍କୁ ପ୍ରେମ ସମ୍ପର୍କ ସନ୍ଦେହରେ ଭାବି ଅଟକ ରଖିଥିଲେ। ଏହା ପରେ ତାଙ୍କ ସ୍ୱାମୀଙ୍କୁ ଏହି ଘଟଣାର ଖବର ଦେଇଥିଲେ । ଖବର ପାଇବା ପରେ ସ୍ୱାମୀ ସମେତ ଶାଶୁ ଘର ଲୋକ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗାଡ଼ିରେ ଗାଁକୁ ନେଇ ଯାଇଥିଲେ। ୭ ଜଣ ମିଶି ପ୍ରାୟ ୭ ଘଣ୍ଟା ଧରି ଗଛରେ ବାନ୍ଧି ବାଡ଼େଇ ଥିଲେ। ପରେ ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ।
Published by:Sujit Swain
First published: