BSNLକୁ ନେଇ ସରକାରଙ୍କ ବଡ ଘୋଷଣା ! ଏହି ଦିନ ମର୍ଜ ହେବ କମ୍ପାନୀ, ପିଏମ ମୋଦିଙ୍କ ମଞ୍ଜୁରୀ

ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ)ର ରିଭାଇବଲ୍ ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ଏକ ରିଭାଇବଲ ପ୍ୟାକେଜକୁ ମଞ୍ଜୁରୀ ଦିଆଯାଇଛି । ଏହାର ଅର୍ଥ ବର୍ତ୍ତମାନ BSNL ଶୀଘ୍ର ମର୍ଜ ହେବ । ସରକାର ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

BSNLକୁ ନେଇ ସରକାରଙ୍କ ବଡ ଘୋଷଣା ! ଏହି ଦିନ ମର୍ଜ ହେବ କମ୍ପାନୀ, ପିଏମ ମୋଦିଙ୍କ ମଞ୍ଜୁରୀ

BSNLକୁ ନେଇ ସରକାରଙ୍କ ବଡ ଘୋଷଣା ! ଏହି ଦିନ ମର୍ଜ ହେବ କମ୍ପାନୀ, ପିଏମ ମୋଦିଙ୍କ ମଞ୍ଜୁରୀ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

BSNL-BBNL Merger: BSNL ମର୍ଜରକୁ ନେଇ ତାଜା ଅପଡେଟ ଆସିଛି । ବିଏସଏନଏଲର ମିଶ୍ରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁମୋଦନ ଦେଇଛନ୍ତି । ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ)ର ରିଭାଇବଲ୍ ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ଏକ ରିଭାଇବଲ ପ୍ୟାକେଜକୁ ମଞ୍ଜୁରୀ ଦିଆଯାଇଛି । ଏହାର ଅର୍ଥ ବର୍ତ୍ତମାନ BSNL ଶୀଘ୍ର ମର୍ଜ ହେବ । ସରକାର ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଦେଲେ ସୂଚନା

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, 'ବିଏସଏନଏଲର ପୁନରୁଦ୍ଧାର ପାଇଁ ସରକାର ୧,୬୪,୧୫୬ କୋଟି ଟଙ୍କାର ପୁନରୁଦ୍ଧାର ପ୍ୟାକେଜକୁ ଅନୁମୋଦନ ଦେଇଛନ୍ତି । ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଏବଂ ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡ (ବିବିଏନଏଲ) ର ମିଶ୍ରଣକୁ କ୍ୟାବିନେଟ ଅନୁମୋଦନ କରିଛି । BBNL ସହିତ BSLN ର ମିଶ୍ରଣରୁ ଗ୍ରାହକମାନେ ମଧ୍ୟ ଉପକୃତ ହେବେ ।

ଏବେ ପ୍ରଶ୍ନ ହେଉଛି ଆପଣ ଏଥିରୁ କ’ଣ ଲାଭ ପାଇବେ ?ଆପଣଙ୍କୁ କହିବାକୁ ଚାହିଁବୁ ଯେ, ଏହି ମିଶ୍ରଣ ଦ୍ଵାରା ବର୍ତ୍ତମାନ ସାରା ଦେଶରେ ବିଛାଯାଇଥିବା BBNL ର ୫.୬୭ ଲକ୍ଷ କିଲୋମିଟର ଅପ୍ଟିକାଲ୍ ଫାଇବରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ BSNL ହାତକୁ ଆସିଯିବ । ଏଥିପାଇଁ ସରକାର ଆସନ୍ତା ତିନି ବର୍ଷ ମଧ୍ୟରେ ବିଏସଏନଏଲ ପାଇଁ ୨୩,୦୦୦ କୋଟି ଟଙ୍କାର ବଣ୍ଡ ପ୍ରଦାନ କରିବେ । ଏଥି ସହିତ ସରକାର ୨ ବର୍ଷ ମଧ୍ୟରେ MTNL ପାଇଁ ୧୭,୫୦୦ କୋଟି ଟଙ୍କା ବଣ୍ଡ ପ୍ରଦାନ କରିବେ । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, 'ବିଏସଏନଏଲର ପୁନରୁଦ୍ଧାର ପାଇଁ ସରକାର ୧,୬୪,୧୫୬ କୋଟି ଟଙ୍କାର ପୁନରୁଦ୍ଧାର ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଏହା ଟେଲିକମ୍ କମ୍ପାନୀକୁ 4G କୁ ଅପଗ୍ରେଡ୍ କରିବାରେ ସାହାଯ୍ୟ କରିବ ।

ସରକାର କରୁଛନ୍ତି ପ୍ରସ୍ତୁତି

ଅଶ୍ୱିନୀ ବୈଷ୍ଣବଙ୍କ ଅନୁଯାୟୀ, ବିଏସଏନଏଲର ୩୩,୦୦୦ କୋଟି ଟଙ୍କାର ଆଇନଗତ ଦେୟ ଇକ୍ୱିଟିରେ ପରିଣତ କରାହେବ । ଏହା ସହିତ କମ୍ପାନୀ ସମାନ ପରିମାଣର ବ୍ୟାଙ୍କ ଋଣ ପରିଶୋଧ ପାଇଁ ବଣ୍ଡ ଜାରି କରିବ (୩୩,୦୦୦କୋଟି ଟଙ୍କା)। ସେ କହିଛନ୍ତି ଯେ ବିଏସଏନଏଲ ଏବଂ ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡ (ବିବିଏନଏଲ) ର ମିଶ୍ରଣକୁ କ୍ୟାବିନେଟ ଅନୁମୋଦନ କରିଛି । ଏହି ମିଶ୍ରଣକୁ ନେଇ ସରକାର ଏକ ବିଶେଷ ପ୍ରକାରର ଯୋଜନା କରିଛନ୍ତି । ସାରା ଦେଶରେ ବଡ ନେଟୱାର୍କ BSNL ରେ ୬.୮୦ ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ ଫାଇବର ନେଟୱାର୍କ ଅଛି । କେବଳ ଏତିକି ନୁହେଁ, ବିବିଏନ୍ଏଲ୍ ଦେଶର ୧.୮୫ ଲକ୍ଷ ଗ୍ରାମ ପଞ୍ଚାୟତରେ ୫.୬୭ ଲକ୍ଷ କିଲୋମିଟର ଅପ୍ଟିକାଲ୍ ଫାଇବର ବିଛାଇ ରଖିଛି। ବର୍ତ୍ତମାନ BSNLକୁ BBNL ଦ୍ଵାରା ବିଛା ଯାଇଥିବା ଫାଇବର କୁ ନିୟନ୍ତ୍ରଣ ୟୁନିଭର୍ସାଲ ସର୍ଭିସ ବାଧ୍ୟତାମୂଳକ ପାଣ୍ଠି (USOF) ମାଧ୍ୟମରେ ମିଳିବ ।
Published by:Soubhagya Mishra
First published: