News 18 Odia Digital
ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ କୁହାଯାଇଛି ଯେ ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ସହିତ ଜଡ଼ିତ ଖବରକୁ ଭୁଲତଥ୍ୟ ଦେଇ ଭାରତ ବିରୋଧରେ ଭିଡିଓ ପ୍ରସାରଣ କରୁଥିବା ଭାରତର ସାତଟି ଓ ପାକିସ୍ତାନର ଏକଟି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରାଯାଇଛି ।
ଏଥିରେ ଦର୍ଶାଯାଇଛି ଯେ ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ୧୧୪ କୋଟିରୁ ଅଧିକ ଦର୍ଶକ ରହିଥିଲେ, ୮୫ ଲକ୍ଷରୁ ଅଧିକ ସବସ୍କ୍ରାଇବର ଥିଲେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି ଯେ, ଏହି ବନ୍ଦ ହୋଇଥିବା ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଦ୍ୱାରା ପ୍ରକାଶିତ ବିଷୟବସ୍ତୁର ଉଦ୍ଦେଶ୍ୟ ଥିଲା ଭାରତରେ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ “ଘୃଣା” ଭାବନା ସୃଷ୍ଟି କରିବା ।
ବନ୍ଦ ୟୁଟ୍ୟୁବ ଚ୍ୟାନେଲର ବିଭିନ୍ନ ଭିଡିଓରେ ମିଥ୍ୟା ଦାବି ମଧ୍ୟ କରାଯାଉଥିଲା । ଏହାର ଉଦାହରଣ ହେଉଛି ଯେପରିକି ଭାରତ ସରକାର ଧାର୍ମିକ ସଂରଚନାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଧାର୍ମିକ ପର୍ବ ପାଳନ, ଭାରତରେ ଧାର୍ମିକ ଯୁଦ୍ଧ ଘୋଷଣା ଇତ୍ୟାଦି ଉପରେ ଭାରତ ସରକାର ନିଷେଧାଦେଶ ଦେଇଛନ୍ତି ।
ବନ୍ଦ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲଗୁଡିକଲୋକତନ୍ତ୍ର ଟିଭି (୨୩,୭୨,୨୭,୩୩୧ ଭିୟୁଜ୍, ୧୨.୯୦ ଲକ୍ଷ ସବସ୍କ୍ରାଇବର)
ୟୁ ଆଣ୍ଡ ଭି ଟିଭି (୧୪,୪୦,୦୩,୨୯୧ ଭିୟୁଜ୍ , ୧୦.୨୦ ସବସ୍କ୍ରାଇବର)
ଏମ୍ ରଜଭି ( ୧,୨୨,୭୮,୧୯୪ଭିୟୁଜ୍, ୯୫,୯୦୦ ଲକ୍ଷ ସବସ୍କ୍ରାଇବର)
ଗୌରଭଶାଲି ପୱନ ମିଥିଲାନଚାଲ (୧,୧୫,୯୯,୩୨,୫୯୪ ଭିୟୁଜ୍, ୭ ଲକ୍ଷ ସବସ୍କ୍ରାଇବର)
ସି ଟପ୍ ୫ ଟିଏଚ ( ୨୪,୮୩,୬୪,୯୯୭ ଭିୟୁଜ୍, ୩୩.୫୦ ଲକ୍ଷ ସବସ୍କ୍ରାଇବର )
ସରକାରୀ ଆପଡେଟ୍ ସାର୍କରୀ ଅଦ୍ୟତନ ( ୭୦,୪୧,୭୨୩ ଭିୟୁଜ୍, ୮୦,୯୦୦ ଲକ୍ଷ ସବସ୍କ୍ରାଇବର)
ସବ କୁଛ ଦେ ଦେଖ (୩୨,୮୬,୦୩,୨୨୭ ଭିୟୁଜ୍,୧୯.୪୦ ଲକ୍ଷ ସବସ୍କ୍ରାଇବର )
ପାକିସ୍ତାନ ଚ୍ୟାନେଲ - ନ୍ୟୁଜ୍ କି ଦୁନିଆ ( ୬୧,୬୯,୪୩୯ ଭିୟୁଜ୍ , ୯୭,୦୦୦ ଲକ୍ଷ ସବସ୍କ୍ରାଇବର
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।