ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପଶୁ ଦେଉଛି ଶିକ୍ଷା; ଛୁଆ ହାତରୁ ଛଡେଇ ନେଉଛି ମୋବାଇଲ; ଲୋକ କହିଲେ ସାବାସ

ପଶୁ ଦେଉଛି ଶିକ୍ଷା; ଛୁଆ ହାତରୁ ଛଡେଇ ନେଉଛି ମୋବାଇଲ; ଲୋକ କହିଲେ ସାବାସ

ଗୋଟିଏ ଭିଡିଓରେ ଏକ ମାଙ୍କଡ ଜଣେ କୁନି ଝିଅ ସହ ଖେଳୁଥିବା ଦେଖାଯାଏ। ଝିଅଟି ମୋବାଇଲ୍ ଧରି ଖେଳୁଥିବା ବେଳେ ମାଙ୍କଡଟି ହଠାତ୍ ଆସି ତା’ ପାଖରେ ବସିଯାଉଛି ଆଉ ତା’ ଠାରୁ ମୋବାଇଲ ଛଡେଇ ନେଉଛି।

ପଶୁ ଦେଉଛି ଶିକ୍ଷା; ଛୁଆ ହାତରୁ ଛଡେଇ ନେଉଛି ମୋବାଇଲ; ଲୋକ କହିଲେ ସାବାସ
ପିଲାଟି ହାତରୁ ମୋବାଇଲ ଛଡେଇ ନେଉଛି ମାଙ୍କଡ଼ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 11, 2021, 11:59 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅନେକ ସମୟରେ ସୋସିଆଲ୍‌ ମିଡିଆରେ ପଶୁଜନ୍ତୁଙ୍କ ଭିଡିଓ ଭାଇରାଲ ହେବା ଆମେ ଦେଖିଛେ। ପଶୁପକ୍ଷୀମାନଙ୍କ ଚମତ୍କାର କାର୍ଯ୍ୟ ଆମକୁ ଆଶ୍ଚର୍ଯ୍ୟ କରିଦେଉଛି। ଏହିପରି ଭିଡ଼ିଓମାନଙ୍କରୁ ବେଳେ ବେଳେ ଅନେକ କଥା ଶିଖିବାକୁ ମିଳୁଛି।

ଏବେ ସେହିଭଳି ମଧ୍ୟ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ଏକ ମାଙ୍କଡ ଜଣେ କୁନି ଝିଅ ସହ ଖେଳୁଥିବା ଦେଖାଯାଏ। ଝିଅଟି ମୋବାଇଲ୍ ଧରି ଖେଳୁଥିବା ବେଳେ ମାଙ୍କଡଟି ହଠାତ୍ ଆସି ତା’ ପାଖରେ ବସିଯାଉଛି ଆଉ ତା’ ଠାରୁ ମୋବାଇଲ ଛଡେଇ ନେଉଛି। ଏହି ଭିଡିଓଟି ଏତେ ମଜାଦାର ହୋଇଛି ଯେ ଲୋକେ ଦେଖି ଖୁସି ହେଉଛନ୍ତି । ଭିଡିଓଟି ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ମଧ୍ୟ ହୋଇଛି।








View this post on Instagram






A post shared by Jagadeesh Madineni (@jagadeeshmadinenimadineni)






ଏହି କୌତୁକିଆ ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ କୁନି ଝିଅ ଖଟ ଉପରେ ବସି ଏକ ମୋବାଇଲ ଧରି ଖେଳୁଛି। ଏହି ସମୟରେ ହଠାତ ଏକ ମାଙ୍କଡ ତା’ ପାଖକୁ ଚାଲିଆସୁଛି। ଜଣେ ପିଲା କୌଣସି ଏକ ଖେଳନାରେ ଖେଳିବା ବେଳେ ଆଉ ଜଣେ ପିଲା ଆସି ଯେପରି ତା’ ଠାରୁ ସେ ଖେଳନାଟି ଛଡେଇ ନିଏ ଠିକ୍ ସେହିପରି ଛୁଆଟି ଠାରୁ ମାଙ୍କଡଟି ମଧ୍ୟ ମୋବାଲ୍‌ଟିକୁ ଛଡେଇ ନେଉଛି। କୁନି ଝିଅଟି ଯେତେବେଳେ ମାଙ୍କଡ ଠାରୁ ମୋବାଇଟି ନେଇ ଆସୁଛି, ମାଙ୍କଡ ମଧ୍ୟ ତା’ ଜିଦି ଛାଡୁ ନାହିଁ। ସେ ପୁଣି ଥରେ ପିଲାଟି ଠାରୁ ମୋବାଇଲ ଛଡେଇ ଆଣି ପେଟରେ ଜାକି ଧରୁଛି, ଯେପରି ପିଲାଟି ଆଉ ନେଇ ପାରିବ ନାହିଁ।ଏହି ଭିଡିଓଟି ଏତେ ମଜ୍ଜାଳିଆ ହୋଇଛି ଯେ ଲୋକେ ଦେଖି ଖୁବ୍ ହସୁଛନ୍ତି। ଭିଡିଓଟି ଦେଖି ଲୋକେ କହୁଛନ୍ତି ଯେ ଏଠି ମାଙ୍କଡ ଅଭିଭାବକର ଭୂମିକାରେ ନଜର ଆସିଛି। ସେ ପିଲାଟିକୁ ବାରଣ କରୁଛି ଯେ ମୋବାଇଲ୍‌ ଛୋଟ ପିଲାଙ୍କ ପାଇଁ ଭଲ ନୁହେଁ।

ଭାଇରାଲ ହେଉଥିବା ଏହି ଭିଡିଓକୁ @jagadeeshmadinenimadineni ନାମର ଇନ୍‌ଷ୍ଟାଗ୍ରାମ୍‌ ଉପଭୋକ୍ତା ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓରେ ଅନେକ ଲୋକ ନିଜର ପ୍ରତିକ୍ରିୟା ଦେଉଥିବା ଦେଖାଯାଏ। ଭିଡିଓକୁ ୧ ଲକ୍ଷ ୩୯ ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ସେହିପରି ହଜାର ହଜାର ଲୋକ ଏହି ଭିଡିଓ ଉପରେ କମେଣ୍ଟ ମଧ୍ୟ ଦେଇଛନ୍ତି।
Published by: Soumya Das
First published: November 11, 2021, 11:59 AM IST