ସମ୍ପର୍କ ସ୍ଥାପନ ପରେ ଦୁଃଖ ଅନୁଭବ କରେ ମହିଳା ଅକ୍ଟୋପସ୍: ନିଜକୁ ନିର୍ଯାତନା ଦେଇ କରେ ଆତ୍ମହତ୍ୟା!

ଆପଣ ଜାଣନ୍ତି କି ? ଅକ୍ଟୋପସ୍ ହେଉଛି ଏପରି ଏକ ଜୀବ, ଯିଏକି ଖୁବ୍ କମ୍ ବୟସରେ ଅନାଥ ହୋଇଯାଏ ।

ସମ୍ପର୍କ ସ୍ଥାପନ ପରେ ଦୁଃଖ ଅନୁଭବ କରେ ମହିଳା ଅକ୍ଟୋପସ୍: ନିଜକୁ ନିର୍ଯାତନା ଦେଇ କରେ ଆତ୍ମହତ୍ୟା!

ସମ୍ପର୍କ ସ୍ଥାପନ ପରେ ଦୁଃଖ ଅନୁଭବ କରେ ମହିଳା ଅକ୍ଟୋପସ୍: ନିଜକୁ ନିର୍ଯାତନା ଦେଇ କରେ ଆତ୍ମହତ୍ୟା!

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଜୀବଜନ୍ତୁଙ୍କ ଅନେକ ପ୍ରଜାତିର ପ୍ରାଣୀ ଅଛନ୍ତି, ଯେଉଁମାନେ ପ୍ରଜନନ (Breeding) ପରେ ଜୀବନ ହାରିଦିଆନ୍ତି। ସମୁଦ୍ରରେ ମିଳିଥିବା ଅକ୍ଟୋପସ୍ (octopus) ସେମାନଙ୍କ ମଧ୍ୟରୁ ଗୋଟିଏ । ସେମାନଙ୍କ ଜୀବନର ବିଶେଷ କଥା ହେଉଛି ଅଣ୍ଡା ଦେବା ପରେ ମା' ଅକ୍ଟୋପସ୍ ମୃତ୍ୟୁ ଆଡକୁ ଗତି କରିବା ଆରମ୍ଭ କରେ । ଆଉ ଛୁଆ ଅଣ୍ଡାରୁ ବାହାରିବା ବେଳକୁ ମାଆ ମରିଯାଇଥାଏ । ଅକ୍ଟୋପସ୍ ହେଉଛି ଏପରି ଏକ ଜୀବ, ଯିଏକି ଖୁବ୍ କମ୍ ବୟସରେ ଅନାଥ ହୋଇଯାଏ ।

ମହିଳା ଅକ୍ଟୋପସ୍ ନିଜକୁ ଅତ୍ୟଧିକ ଯନ୍ତ୍ରଣା ଦେଇ ଆତ୍ମହତ୍ୟା କରିଦିଏ। ଅଣ୍ଡା ଦେବା ପରେ ମହିଳା ଅକ୍ଟୋପସ୍ ଖାଇବା ବନ୍ଦ କରି ନିଜକୁ ଆଘାତ କରିବାକୁ ଲାଗେ। ସେ ନିଜେ ନିଜର ଚର୍ମକୁ ରାମ୍ପୁଡ଼ି ଅଲଗା କରିଦିଏ । ଏହାସହ ସେ ନିଜ ଟେଣ୍ଟାକଲେସର ଟିପ୍ ବା ଉପର ଅଂଶକୁ କାଟିଦିଏ ।

ଅନୁସନ୍ଧାନକାରୀମାନେ ନିକଟରେ ଏକ ଅଧ୍ୟୟନ କରିଛନ୍ତି । ସେମାନେ ଏପରି ରାସାୟନିକ ପଦାର୍ଥ ବିଷୟରେ ଜାଣିବାକୁ ପାଇଛନ୍ତି, ଯାହା ଏହି ମାରାତ୍ମକ ପ୍ରବୃତ୍ତି ପାଇଁ ଦାୟୀ । ଅନୁସନ୍ଧାନକାରୀମାନେ ବିଶ୍ବାସ କରନ୍ତି ଯେ ଅଣ୍ଡା ଦେବା ପରେ ମହିଳା ଅକ୍ଟୋପସର ହରମୋନରେ କୋଲେଷ୍ଟ୍ରଲ (Cholesterol) ଉପରେ ଆଧାରିତ ଅନେକ ଗୁରୁତ୍ୱପୂର୍ଣ୍ଣ ବାୟୋକେମିକାଲ୍ ପରିବର୍ତ୍ତନ ଆସିଥାଏ। ଯେଉଁଥିପାଇଁ ଷ୍ଟେରଏଡ ହରମୋନ (Hormone)ର ଉତ୍ପାଦନ ବୃଦ୍ଧି ପାଇଥାଏ ।

ଅକ୍ଟୋପସ୍ ଆତ୍ମହତ୍ୟା ବିଷୟରେ ପୂର୍ବରୁ କୁହାଯାଇଥିଲା ଯେ, ଅକ୍ଟୋପସର ଏହି ଆଚରଣ ଶିକାରକାରୀଙ୍କୁ ଅଣ୍ଡାଠାରୁ ଦୂରରେ ରଖେ କିମ୍ବା ମହିଳା ଅକ୍ଟୋପସର ଶରୀର ପାଣିରେ ଏପରି ପୋଷକ ତତ୍ତ୍ୱ ଛାଡିଥାଏ, ଯାହା ଅଣ୍ଡାକୁ ପୁଷ୍ଟିକର କରିଥାଏ। ଚିକାଗୋ ୟୁନିଭରସିଟିରେ ଅନୁସନ୍ଧାନ କରୁଥିବା ମଲିକୁଲାର ଜୀବବିଜ୍ଞାନୀ ଜେ ୟାନ୍ ୱାଙ୍ଗ କହିଛନ୍ତି, ମା' ଅକ୍ଟୋପସର ଏହି ପ୍ରକାର ଆଚରଣ ପିଲାମାନଙ୍କୁ ବୟସ୍କ ଅକ୍ଟୋପସଠାରୁ ରକ୍ଷା କରିଥାଏ। ଅଣ୍ଡାର ଚାରିପାଖରେ ବୟସ୍କ ଅଷ୍ଟପୋସ୍ ଥିଲେ, ସେମାନେ ଅଣ୍ଡାକୁ ଖାଇ ଦିଅନ୍ତି।

ବ୍ରାଣ୍ଡିସ୍କି ୟୁନିଭରସିଟିର ସାଇକୋଲୋଜିଷ୍ଟ ଜେରୋମ ୱୋଡିନସ୍କି ୧୯୭୭ ମସିହାରେ ଏକ ଅନୁସନ୍ଧାନ ଜାଣିବାକୁ ପାଇଥିଲେ କି ଏହି ଆତ୍ମହତ୍ୟା ପଛରେ ଅପ୍ଟିକ୍ ଗ୍ରନ୍ଥି ଜଡିତ ଅଛି। ଅପ୍ଟିକ୍ ଗ୍ରନ୍ଥି ଅକ୍ଟୋପସର ଆଖି ନିକଟରେ ଥିବା ଗ୍ରନ୍ଥିଗୁଡିକର ଏକ ଗୋଷ୍ଠୀ । ଏହା ସେଫାଲୋପୋଡ୍ସରେ ଯୌନ ବିକାଶ ଓ ବୟସ ବୃଦ୍ଧି ସହିତ ଜଡିତ ।

ୱୋଡିନସ୍କି ଜାଣିବାକୁ ପାଇଲେ ଯେ ଯଦି ମହିଳା ଅକ୍ଟୋପସରୁ ଅପ୍ଟିକ୍ ଗ୍ରନ୍ଥିଗୁଡିକ ଅପସାରଣ କରାଯାଏ, ତେବେ ସେ ଅଣ୍ଡା ଦେବା ପରେ ଅନେକ ପର୍ଯ୍ୟନ୍ତ ମାସ ବଞ୍ଚିପାରିବେ। ୨୦୧୮ ରେ, ବୈଜ୍ଞାନିକମାନେ ଏହି ପ୍ରସଙ୍ଗରେ ଦୁଇଟି ମହିଳା ଅକ୍ଟୋପସ୍ ଠାରୁ ଦୁଇଟି ଅପ୍ଟିକ୍ ଗ୍ରନ୍ଥିର RNA କ୍ରମରେ ସ୍ଵିକେନ୍ସ କଲେ । ଗୋଟିଏ ଅକ୍ଟୋପସ୍ ଯାହାର ମୃତ୍ୟ ହେବାକୁ ଥିଲା, ତ'ଠାରେ ଜିନରେ ଅନେକ ଗତିବିଧି ଦେଖିବାକୁ ମିଳିଥିଲା । ଯାହା ଯୌନ ହରମୋନ୍, ଇନସୁଲିନ୍ ହରମୋନ୍ ଏବଂ କୋଲେଷ୍ଟ୍ରୋଲ୍ ମେଟାବୋଲିଜିମକୁ ନିୟନ୍ତ୍ରଣ କରିଥାଏ ।

ଏହି ଖବର ପଢ଼ନ୍ତୁ -  ଓଡ଼ିଶାରେ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ବସାଇବ ନିପ୍ପନ ଷ୍ଟିଲ ! ମୁଖ୍ୟମନ୍ତ୍ରୀଙ୍କୁ କଥା ଦେଲେ କଂପାନୀ ମୁଖ୍ୟ
Published by:Soubhagya Mishra
First published: