News 18 Odia Digital
ନୂଆଦିଲ୍ଲୀ: ଗୋଟିଏ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶ (madhya pradesh)ର ସତନା ଜିଲ୍ଲାର ଜଣେ ଅସହାୟ ବାପା ଟ୍ରେନ୍ (train) ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ନିଜ ଝିଅର ଚିକିତ୍ସା ପାଇଁ ନିଜର ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଥିଲେ । ଏଥିସହ ନିଜର ସମ୍ପତ୍ତି ମଧ୍ୟ ବିକ୍ରି କରିଦେଇଥିଲେ ।
ପ୍ରମୋଦ ଗୁପ୍ତା ନାମକ ଜଣେ ବ୍ୟକ୍ତି ମଙ୍ଗଳବାର ଭୋର ପ୍ରାୟ ସାଢେ ୪ଟା ସମୟରେ ଟ୍ରେନ ଆଗକୁ ଡେଇ ଜୀବନ ହାରି ଦେଇଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ପ୍ରମୋଦ ତାଙ୍କ ଝିଅ (daughter)କୁ ପାଖରୁ ଡାକି କହିଥିଲେ ଯେ, ମୁଁ ଖୁବ୍ ଥକିଗଲିଣି, ଶେଷରେ ଏବେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ , ତେଣୁ ମୁଁ ଯାଉଛି । ପ୍ରମୋଦଙ୍କର ବଡ଼ ଝିଅ ଗଣମାଧ୍ୟମକୁ କହିଛନ୍ତି ଯେ, ଘରର ଆର୍ଥିକ ଅବସ୍ଥା (financial problem) ଏତେ ଖରାପ ଥିଲା ଯେ, ବାପା ଘରର ସଉଦା ଆଣିବାକୁ ନିଜର ରକ୍ତ ବିକ୍ରି କରିଦେଇଥିଲେ ।
ତାଙ୍କର ଝିଅ ଅସୁସ୍ଥ ହୋଇପଡିବା ପରେ ଚିକିତ୍ସା ତଥା ଘରର ଆବଶ୍ୟକତା ପୂରଣ ପାଇଁ ପ୍ରମୋଦ ତାଙ୍କ ଘର, ଦୋକାନ ବିକ୍ରି କରିଥିଲେ । ତଥାପି ଅବସ୍ଥା ଏପରି ହେଲା ଯେ, ଶେଷରେ ରକ୍ତ ବିକିବାକୁ ପଡିଲା । ଅସୁବିଧା ସମୟରେ ପ୍ରମୋଦ ସ୍ଥାନୀୟ ପ୍ରଶାସନଠାରୁ ସାହାଯ୍ୟ ଲୋଡ଼ିଥିଲେ ମଧ୍ୟ ତାଙ୍କୁ କୌଣସି ସାହାଯ୍ୟ ମିଳିଲା ନାହିଁ। ଅସହାୟ ବାପା ଜଣକ ଦିନ ଦିନ ଧରି ସରକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ଦୌଡିଥିଲେ ମଧ୍ୟ ଶେଷରେ ନିରାଶ ହୋଇଥିଲେ । ସରକାରୀ ସିଷ୍ଟମ ଓ ଦାରିଦ୍ରତା କାରଣରୁ ଶେଷରେ ନିଜ ଜୀବନ ହାରିଲେ ପ୍ରମୋଦ ।
ପ୍ରମୋଦ ଗୁପ୍ତାଙ୍କ ଝିଅ ଅନୁଷ୍କା ୫ ବର୍ଷ ପୂର୍ବରୁ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହି ଦୁର୍ଘଟଣାରେ ତାଙ୍କ ଜୀବନ ବଞ୍ଚିଯାଇଥିଲା ସହ କିନ୍ତୁ ମେରୁଦଣ୍ଡ ଭାଙ୍ଗିଯାଇଥିବାରୁ ସେ ଚାଲିପାରୁନଥିଲେ । ଝିଅର ଚିକିତ୍ସା କରିବା ସହ ତାକୁ ସୁସ୍ଥ କରିବାକୁ ପ୍ରମୋଦ ଟେଷ୍ଟା ଜାରି ରଖିଥିଲେ । ଚିକିତ୍ସା ସମୟରେ ତାଙ୍କ ନିକଟରେ ଥିବା ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା । ପ୍ରମୋଦଙ୍କର ନିଜର ବ୍ୟବସାୟ ଥିଲା । କିନ୍ତୁ ଝିଅର ଚିକିତ୍ସା ପାଇଁ ପ୍ରଥମେ ତାଙ୍କ ଦୋକାନ ଏବଂ ପରେ ଘର ମଧ୍ୟ ବିକ୍ରି ହୋଇଯାଇଥିଲା । ଅନ୍ୟ ସ୍ଥାନରେ ଥିବା ନିଜର ଜମି ମଧ୍ୟ ବିକ୍ରି କରିଦେଇଥିଲେ ପ୍ରମୋଦ ।
ପ୍ରମୋଦଙ୍କ ଝିଅ ଅନୁଷ୍କା ପାଠପଢାରେ ଖୁବ ଭଲ ଥିଲେ । ସେ ଦଶମ ଶ୍ରେଣୀରେ ସ୍କୁଲରେ ପ୍ରଥମ ହୋଇଥିଲେ, ଯେଉଁ କାରଣରୁ ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ମାନପତ୍ର ଦିଆଯାଇଥିଲା । ଆଗକୁ ଭଲ ପାଠ ପଢିବା ପାଇଁ ଯେଉଁ ସାହାଯ୍ୟ ଆବଶ୍ୟକ ତାହା ପ୍ରଶାସନ ପକ୍ଷରୁ ମିଳିବ ବୋଲି ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ଦୁର୍ଘଟଣା ପରେ ପ୍ରଶାସନ ପକ୍ଷରୁ କୌଣସି ସାହାଯ୍ୟ ମିଳିପାରିଲା ନାହିଁ । ଆୟୁଷ୍ମାନ କାର୍ଡ ତିଆରି କରିବାକୁ ପ୍ରମୋଦ ବର୍ଷେ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କର ଈଆୟୁଷ୍ମାନ କାର୍ଡ ତିଆରି ହୋଇପାରିଲା ନାହିଁ । ଅନୁଷ୍କା କହିଛନ୍ତି ଯେ, ଘରେ ଥରେ ସଉଦା ଓ ଗ୍ୟାସ ସରିଯାଇଥିଲା । ବାପା ନିଜର ରକ୍ତ ବିକି ସଉଦା ଆଣି ଆମକୁ ଖାଇବାକୁ ଦେଇଥିଲେ ।
ଅନୁଷ୍କା ଏହା ମଧ୍ୟ କହିଛନ୍ତି ଯେ, ଟଙ୍କା ନଥିବାରୁ ସ୍କୁଲ୍ ଫିସ୍ ନଦେବା କାରଣରୁ ସ୍କୁଲରୁ ନୋଟିସ ଆସିଥିଲା । ମାତ୍ର ନୋଟିସ ବିଷୟରେ ଜାଣିବା ପରେ ବାପା ଖୁବ୍ ଭାଙ୍ଗି ପଡିଥିଲେ । ପ୍ରମୋଦଙ୍କ ଆତ୍ମହତ୍ୟା ପରେ ଏବେ ପୁରା ପରିବାର ଆଖିରେ ଲୁହ । ନିଜ ବାପାଙ୍କ ମୃତ୍ୟୁ ପାଇଁ ଅନୁଷ୍କା ସ୍ଥାନୀୟ ଜନ ପ୍ରତିନିଧୀ ତଥା ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି । ଅନୁଷ୍କା କହିଛନ୍ତି ଯେ ଯେଉଁ ଦିନ ମୋତେ ସମ୍ମାନିତ କରାଯାଇଥିଲା ସେହି ଦିନ ବଡ଼ ପ୍ରତିଶୃତି ଦିଆଯାଇଥିଲା। କିନ୍ତୁ ପ୍ରକୃତ ଅସୁବିଧା ସମୟରେ କେହି ପଚାରିବା ତ ଦୁରର କଥା ପାଖକୁ ବି ଆସି ନଥିଲେ ।
ଏହି ଖବର ପଢ଼ନ୍ତୁ -
ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଦୀଘାରେ ତିଆରି ହେଉଛି ନୂଆ ଜଗନ୍ନାଥ ମନ୍ଦିରନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।