ଋଣ ପରିଶୋଧ ପାଇଁ ନିଜ ଝିଅକୁ ବନ୍ଧକ ରଖିଲେ ପିତା: ମଦ୍ୟପାନ କରିବାକୁ ନେଇଥିଲେ ଋଣ

ମଦ୍ୟପାନ କରିବା ପାଇଁ ନେଇଥିବା ଋଣକୁ ପରିଶୋଧ କରିବା ପାଇଁ ଜଣେ ପିତା ନିଜ ନିରୀହ ଝିଅକୁ ବନ୍ଧକ ରଖିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଋଣ ପରିଶୋଧ ପାଇଁ ନିଜ ୪ ବର୍ଷର ଝିଅକୁ ବନ୍ଧକ ରଖିଲେ ପିତା

ଋଣ ପରିଶୋଧ ପାଇଁ ନିଜ ୪ ବର୍ଷର ଝିଅକୁ ବନ୍ଧକ ରଖିଲେ ପିତା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ରାଜସ୍ଥାନରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମ୍ପର୍କକୁ କ୍ଷୁର୍ଣ୍ଣ କରୁଛି । ମଦ୍ୟପାନ କରିବା ପାଇଁ ନେଇଥିବା ଋଣକୁ ପରିଶୋଧ କରିବା ପାଇଁ ଜଣେ ପିତା ନିଜ ନିରୀହ ଝିଅକୁ ବନ୍ଧକ ରଖିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପରେ ସେ କହିଥିଲେ ଯେ ଯେତେବେଳେ ଋଣ ପରିଶୋଧ ହୋଇଯିବ, ତା’ପରେ ଝିଅକୁ ଛାଡିଦେବ । ଏହି ହୃଦୟ ବିଦାରକ ଘଟଣା ଜୟପୁରର ବୋଲି ଜଣାପଡିଛି ।

ଜୟପୁର ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ, ୪ ବର୍ଷର ଝିଅ ଏବଂ ୬ ବର୍ଷର ପୁଅ ସହିତ ରୁହନ୍ତି । ସେ କବାଡି କାମ କରନ୍ତି ଏବଂ ମଦ୍ୟପାନ କରିବାରେ ଅଭ୍ୟସ୍ତ । ମଦ୍ୟପାନ କରିବାକୁ ସେ ଜଣେ ବ୍ୟକ୍ତିଙ୍କଠାରୁ କିଛି ଟଙ୍କା ଋଣ ନେଇଥିଲେ, ଯାହାକୁ ସେ ଫେରସ୍ତ କରିପାରୁନଥିଲେ। ପିତାଙ୍କ ଏହି ଘୃଣ୍ୟ କାର୍ଯ୍ୟ ପ୍ରକାଶ ପାଇଲା ପରେ ଲୋକମାନେ ଚକିତ ହୋଇଯାଇଛନ୍ତି।

ଅନ୍ୟପକ୍ଷରେ, ଟଙ୍କା ଦେଉଥିବା ବ୍ୟକ୍ତି ବାରମ୍ବାର ତାଗିଦ କରୁଥିଲେ । ଏହି ସମୟରେ, ସେ ଟଙ୍କା ଦେବା ପାଇଁ ଏପରି ଘୃଣ୍ୟ କାର୍ଯ୍ୟ କରିଥିଲେ, ଯେତେବେଳେ ଏହା ଜଣାପଡିଲା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ତାଙ୍କ ଝିଅକୁ ସେହି ଋଣ ଦେଇଥିବା ବ୍ୟକ୍ତିଙ୍କୁ ଦେଇ କହିଥିଲେ ଯେ, ସେ ଝିଅ ଦ୍ବାରା ଭିକ୍ଷା ମଗାଇ ଟଙ୍କା ଫେରସ୍ତ ନିଅନ୍ତୁ ଓ ଟଙ୍କା ସୁଝି ଯିବା ପରେ ଝିଅକୁ ଫେରାଇ ଦେବେ।

ବର୍ତ୍ତମାନ ପର୍ଯ୍ୟନ୍ତ ଝିଅଟି ୪୫୦୦ ଟଙ୍କା ଦେଇଛି

ଏହା ପରେ ସେ ଝିଅକୁ ନେଇ ଚାଲିଗଲେ । ଝିଅଟି ଭିକ ମାଗି ଦୈନିକ ପ୍ରାୟ ୧୦୦ ଟଙ୍କା ଆଣି ଆସୁଥିଲା ଏବଂ ତାଙ୍କୁ ଦେଉଥଲା । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୪୫୦୦ ଟଙ୍କା ଦେଇଛି। ଏହି ସମୟରେ ତାଙ୍କର ୬ ବର୍ଷର ଭାଇ ଝିଅକୁ ସେଠାରୁ ବାହାର କରି କୋଟା ନେଇଗଲେ ।

ପଚରାଉଚରା ବେଳେ ଲଜ୍ଜାଜନକ ଜିନିଷ ସାମ୍ନାକୁ ଆସିଲା

ଉଭୟେ ରେଳ କଲୋନୀ ଅଞ୍ଚଳରେ ବୁଲୁଥିବା ଦେଖି କାଉନସିଲର ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ଉଭୟଙ୍କୁ ପଚରାଉଚରା କରି ଶିଶୁ କଲ୍ୟାଣ କମିଟିକୁ ନେଇଥିଲା। ଯେତେବେଳେ କମିଟି ସଦସ୍ୟ ଅରୁଣ ଭାର୍ଗବ ପିଲାମାନଙ୍କୁ ପଚରାଉଚରା କରିଥିଲେ, ସେତେବେଳେ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଲା।

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ - ଶିଶୁ କଲ୍ୟାଣ କମିଟି

ପିଲାଟି କହିଲା ଯେ ତାଙ୍କ ମା ଅକ୍ଷମ ଓ ପିତା ଜଣେ ମଦ୍ୟପ। ସେ ଋଣ କରିଥିବା ଟଙ୍କା ପରିଶୋଧ କରିବାକୁ ସେ ତାଙ୍କ ଭଉଣୀକୁ ବନ୍ଧକ ରଖିଥିଲେ। ଅନ୍ୟପକ୍ଷରେ ଅରୁଣ ଭାର୍ଗବ କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା କଲେକ୍ଟର, ଏସପି ଗ୍ରାମୀଣ ଏବଂ ଏସପି ସିଟି ଆମ ପାଖକୁ ଆସିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ପିତା ତଥା ଭିକ ମାଗିବାକୁ ବାଧ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଏହି ଖବର ପଢ଼ନ୍ତୁ -  ଗୃହପାଳିତ ପଶୁ ଅଛି କି ? ମିଳିବ ୫୦ ହଜାର ପର୍ଯ୍ୟନ୍ତ ଫାଇଦା
Published by:Soubhagya Mishra
First published: