ଚୀନରେ ବିଲୁପ୍ତ ହୋଇଗଲା ‘ସମୁଦ୍ର ଗାଈ’; ଜାଣନ୍ତୁ କାହିଁକି ଏହାକୁ କୁହାଯାଏ ସମୁଦ୍ର ଗାଈ

ସାମୁଦ୍ରିକ ପ୍ରାଣୀ ଡୁଙ୍ଗୋଗ୍‌' (Dugong)ଏବେ ଚୀନରେ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇଛି । ଏକ ନୂତନ ଅନୁସନ୍ଧାନରେ ଏହା ସାମ୍ନାକୁ ଆସିଛି । ଡୁଗଙ୍ଗ ହେଉଛି ଏକ ସାମୁଦ୍ରିକ ପ୍ରାଣୀ, ଯାହାକୁ ସମୁଦ୍ର ଗାଈ ମଧ୍ୟ କୁହାଯାଏ।

ଚୀନରେ ବିଲୁପ୍ତ ହୋଇଗଲା ‘ସମୁଦ୍ର ଗାଈ’;

ଚୀନରେ ବିଲୁପ୍ତ ହୋଇଗଲା ‘ସମୁଦ୍ର ଗାଈ’;

  • Share this:
News 18 Odia Digital

ଚୀନ: ସାମୁଦ୍ରିକ ପ୍ରାଣୀ ଡୁଙ୍ଗୋଗ୍‌' (Dugong)ଏବେ ଚୀନରେ ସମ୍ପୂର୍ଣ୍ଣ ରୂପେ  ବିଲୁପ୍ତ ହୋଇଯାଇଛି। ଏକ ନୂତନ ଅନୁସନ୍ଧାନରେ ଏହା ସାମ୍ନାକୁ ଆସିଛି। ଡୁଙ୍ଗୋଗ୍‌ ହେଉଛି ଏକ ସାମୁଦ୍ରିକ ପ୍ରାଣୀ, ଯାହାକୁ ସମୁଦ୍ର ଗାଈ ମଧ୍ୟ କୁହାଯାଏ । ଏହି ଜୀବମାନେ ଚୀନ୍ ସମୁଦ୍ରର ଘାସ ଉପରେ ବର୍ଷ ବର୍ଷ ଧରି ଭାସୁଥିଲେ, କିନ୍ତୁ ବର୍ତ୍ତମାନ ୨ ଦଶନ୍ଧିରୁ ଅଧିକ ସମୟ ପରେ ସେମାନଙ୍କ ବିଷୟରେ କୌଣସି ସୂଚନା ମିଳିନଥିଲା। ଏହି କାରଣରୁ ଏହା ଜଣା ପଡିଲା ଯେ ଏହି ଜୀବଟି ବିଲୁପ୍ତ ହୋଇଯାଇଛି ।

ବାସ୍ତବରେ, ରୟାଲ୍ ସୋସାଇଟି ଓପନ୍ ସାଇନ୍ସ ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରାୟ ୧୯୬୦ ମସିହାରେ ଡୁଙ୍ଗୋଗ୍‌ଗୁଡିକ ବହୁ ସଂଖ୍ୟାରେ ମିଳିଥିଲା, କିନ୍ତୁ ୧୯୭୫ ପରେ ସେମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଲା । ପରବର୍ତ୍ତୀ ରିପୋର୍ଟ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ୨୦୦୮ ପରଠାରୁ ସେମାନଙ୍କ ବିଷୟରେ କିଛି ଜଣା ପଡି ନାହିଁ ଏବଂ କେହି ସେମାନଙ୍କୁ ଦେଖି ନାହାଁନ୍ତି ବୋଲି ଦାବି କରିଛନ୍ତି । ୨୦୦୦ ମସିହାରୁ ଚାଇନାର ବୈଜ୍ଞାନିକମାନେ ମଧ୍ୟ ସେମାନଙ୍କୁ ଦେଖିନଥିଲେ। ଏହା ପରେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଚାଇନାରେ ଡୁଙ୍ଗୋଗ୍‌ ବିଲୁପ୍ତ ହୋଇଯାଇଛି ।

ଡୁଙ୍ଗୋଗ୍‌ର ଶରୀର ମୋଟା ଓ ଚଉଡ଼ା । ମୁହଁ ଲଟକି ରହିଥିବା ବେଳେ ଲାଞ୍ଜ ଡଲଫିନ୍‌ ଭଳି । ଏକ ବୟସ୍କ ଡୁଙ୍ଗୋଗ୍‌ର ଲମ୍ବା ପାଖାପାଖି ୧୩ ଫୁଟ୍‌ ଏବଂ ଓଜନ ୪୦୦ କିଲୋରୁ ଅଧିକ । ମିଶିଗନ ୟୁନିଭର୍ସିଟିର Animal Diversity Web (ADW) ମୁତାବକ, ଭୂମିରେ ଗାଈମାନେ ଯେପରି ଘାସ ଚରନ୍ତି, ସେହିପରି ଡୁଙ୍ଗୋଗ୍‌ ମଧ୍ୟ ସାମୁଦ୍ରିକ ଘାସ ଚରିଥାଏ ।
Published by:Soumyashree Mishra
First published: