News 18 Odia Digital
ନୂଆଦିଲ୍ଲୀ: ମେକ୍ସିକୋର ବୈଜ୍ଞାନିକମାନେ ସମୂଦ୍ରରେ ଏକ ବିରାଟ ଗାତ (Giant blue hole in Mexico) ସମ୍ପର୍କରେ ସୂଚନା ଦେଇଛନ୍ତି । ଯାହା ବିଷୟରେ ଜଣାପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । କାରଣ ଏହା ବିଶ୍ୱର ୨ୟ ବିଶାଳ ଗର୍ତ୍ତ (Second largest blue hole in the world) ଯାହା ସମୁଦ୍ର ଭିତରେ ଅଛି ବୋଲି କୁହାଯାଉଛି । ତେବେ ଆସନ୍ତୁ ଏହା ବିଷୟରେ ଜାଣିବା ।
ଆମେ ଅନେକ ସମୟରେ ଅନୁଭବ କରୁ ଯେ, ପୃଥିବୀ ବାହାରେ ମଧ୍ୟ ଏକ ଭିନ୍ନ ଦୁନିଆ ଥାଇପାରେ ଯାହା ଖୁବ ଆଶ୍ଚର୍ଯ୍ୟଜନକ ହୋଇଥାଇପାରେ । ପୃଥିବୀ ବାହାରେ ଥିବା ଦୁନିଆ ଖୁବ୍ ଅଦ୍ଭୁତ ବୋଲି ଆମମାନଙ୍କ ମନରେ ଧାରଣା ମଧ୍ୟ ରହିଛି । ସେହି ସ୍ଥାନଟି ଆମ ପହଞ୍ଚିବା ଠାରୁ ଅନେକ ଦୂରରେ ରହିଛି ! ଏହି କାରଣରୁ, ଆମେ ଅନ୍ୟ ଗ୍ରହରେ ଏଲିଅନ (alien) ଅଛନ୍ତି ବୋଲି ଦାବି କରୁ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଯଦି ଆମ ପୃଥିବୀରେ ଏଲିଅନ ରହିଥିବେ ତାହାଲେ ? ପୃଥିବୀରେ ଏପରି ଅନେକ ରହସ୍ୟ ଲୁଚି ରହିଛି ଯାହା ଜାଣିବା ପରେ ଆପଣଙ୍କୁ ଲାଗିବ ଯେ, ପୃଥିବୀ ସହ ଏଲିଅନଙ୍କର କିଛି ଗଭୀର ରହସ୍ୟ ରହିଛି । (Giant blue hole in Mexico) ବିଷୟରେ ଜଣାପଡିବା ପରେ ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ଏହି ଗର୍ତ୍ତରୁ ଅନେ କହସ୍ୟ ସାମ୍ନାକୁ ଆସିଛି ।
ଦି ସନ୍ ୱେବସାଇଟର ରିପୋର୍ଟ ଅନୁଯାୟୀ, ମେକ୍ସିକୋ (Mexico) ବୈଜ୍ଞାନିକମାନେ ଏକ ବିଶାଳ ନୀଳ ଗର୍ତ୍ତ ବିଷୟରେ ଜାଣିବାକୁ ପାଇଛନ୍ତି, ଯାହା ଉପରେ ରିସର୍ଚ୍ଚ କରିବା ପରେ ହୋସ୍ ଉଡିଯାଇଛି । ସେ ଖବର ଉପରେ କହିବା ପୂର୍ବରୁ ଆପଣଙ୍କୁ ପ୍ରଥମେ ସେ ନୀଳ ଛିଦ୍ର ଉପରେ ଜଣାଇବକୁ ଚାହୁଁଛୁ । ବୈଜ୍ଞାନିକଙ୍କ କହିବାନୁସାରେ ଏହି ଛିଦ୍ର ଗୁଡ଼ିକ ହେଉଛି ଗୁମ୍ଫା ଯାହା ସମୁଦ୍ର ଭିତରେ ଦେଖାଯାଇଥାଏ । ହିମ ଯୁଗର ସମାପ୍ତି ପରେ ଏହି ଗର୍ତ୍ତ ସୃଷ୍ଟି ହୋଇଥିବା କୁହାଯାଏ ଏବଂ ଏହା ହଜାରେ ବର୍ଷର ପୁରୁଣା ବୋଲି ବିଶ୍ୱାସ କରାଯାଏ । କେବଳ ସେତିକି ନୁହେଁ, ଏହି ଗୁମ୍ଫାଗୁଡ଼ିକ ଶହ ଶହ ଫୁଟ ଗଭୀର ହୋଇଥାଏପାରେ ବୋଲି କୁହାଯାଏ ।
ନୀଳ ଗର୍ତ୍ତର କଣ ରହିଛି ରହସ୍ୟ !ଏହି ଗର୍ତ୍ତ ଗୁଡିକୁ ଇକୋଲୋଜିକାଲ୍ ହଟସ୍ପଟ୍ ଭାବରେ ମଧ୍ୟ ବିବେଚନା କରାଯାଏ । ଯେଉଁଥିରେ ଅନେକ ପ୍ରଜାତିର ପ୍ରାଣୀ, ଉଦ୍ଭିଦ ଇତ୍ୟାଦି ସହ ଖୁବ କ୍ୱଚିତ୍ ଆଶ୍ଚର୍ଯ୍ୟଜନକ ଜିନିଷ ମଧ୍ୟ ରହିଥାଇପାରେ । ମେକ୍ସିକୋ ବୈଜ୍ଞାନିକ ମାନେ ମେକ୍ସିକୋରେ ଏଅପରି ନୀଳ ଗର୍ତ୍ତ ଆବିଷ୍କାର କରିଛନ୍ତି। ଯଦିଓ ଏହି ନୀଳ ଗର୍ତ୍ତଟି ୨୦୨୧ ମସିହାରେ ଆବିଷ୍କୃତ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହା ସାମୁଦ୍ରିକ ବିଜ୍ଞାନର ସବୁଠାରୁ ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ଫ୍ରଣ୍ଟିଅର୍ସରେ ପଞ୍ଜିକୃତ ହୋଇଛି । ଏହି ନୀଳ ଗର୍ତ୍ତକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ନୀଳ ଗର୍ତ୍ତ ଭାବରେ ବିବେଚନା କରାଯାଉଛି । ଏହାର ଗଭୀରତା ପ୍ରାୟ ୯ ଶହ ଫୁଟ । ବିଶ୍ୱର ସର୍ବବୃହତ ନୀଳ ଗର୍ତ୍ତ ଦକ୍ଷିଣ ଚୀନ୍ ସାଗରରେ ଅଛି, ଯାହାର ନାମ ଡ୍ରାଗନ୍ ହୋଲ୍ ଏବଂ ଏହାର ଗଭୀରତା ୯୮୦ ଫୁଟ ।
ଏହା କାହିଁକି ଏଲିଅନଙ୍କ ସହିତ ସଂଯୁକ୍ତ?ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, ଏହି ନୀଳ ଗର୍ତ୍ତକୁ କାହିଁକି ଏଲିଅନ ଜଗତକୁ ବାଟ ରହିଛି ବୋଲି କୁହାଯାଉଛି? ସତକଥା ହେଉଛି ଏଲିଅନମାନେ ଏହା ଭିତରେ ରହନ୍ତି ନାହିଁ କିମ୍ବା ଅନ୍ୟ ଗ୍ରହକୁ ଯିବା ପାଇଁ ଏହା ଏକ ରାସ୍ତା ନୁହେଁ । ଏପରି ଅଜବ ଏବଂ ବିରଳ ପ୍ରଜାତିର ପ୍ରାଣୀ ଉକ୍ତ ନୀଳ ଗର୍ତ୍ତରୁ ମିଳିଥାଏ ଯେ, ସେମାନେ ଏଲିଅନଙ୍କଠାରୁ କମ୍ ନୁହଁନ୍ତି । ବୈଜ୍ଞାନିକଙ୍କ ମତରେ ସେମାନଙ୍କ ଜୀବନ ଏଲିଅନଙ୍କ ଜୀବନ ପରି । ବୈଜ୍ଞାନିକ କହିଥିଲେ ଯେ, କିଛି ମତ୍ସ୍ୟଜୀବୀ ସେମାନଙ୍କୁ ଏହି ଗର୍ତ୍ତ ବିଷୟରେ ସୂଚନା ଦେଇଥିଲେ, ତାହାପରେ ସେମାନେ ଏହା ବିଷୟରେ ଜାଣିଥିଲେ।
ଏହି ଖବର ପଢ଼ନ୍ତୁ -
ଆଇଟମ୍ ଗାର୍ଲ ନିଶା କିଣିଲେ ଏହି ଫୋନ: ଦାମ ଜାଣିଲେ ଉଡିବ ହୋସ୍ !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।