ଦେଶର ଶତ୍ରୁମନାଙ୍କ ଉପରେ ରହିବ କଡ଼ା ନଜର; ISRO ଉତକ୍ଷେପଣ କଲା PSLV-C49 ରକେଟ୍

ଏହି ଉତକ୍ଷେପଣ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ କରାଯାଇଛି । ଏଥିରେ ୯ଟି ଅନ୍ତର୍ଜାତୀୟ ଉପଗ୍ରହ ରହିଥିବା ବେଳେ ଗୋଟିଏ ଭାରତର ଅବଜରଭେସନ୍ ସାଟେଲାଇଟ୍ (EOS-01) ରହିଛି । ଉତକ୍ଷେପଣର ଗଣନା ଶୁକ୍ରବାର ଦିନ ଆରମ୍ଭ ହୋଇ ଯାଇଥିଲା ।

ଦେଶର ଶତ୍ରୁମନାଙ୍କ ଉପରେ ରହିବ କଡ଼ା ନଜର; ISRO ଉତକ୍ଷେପଣ କଲା PSLV-C49 ରକେଟ୍
ISRO ଉତକ୍ଷେପଣ କଲା PSLV-C49 ରକେଟ୍
  • News18 Odia
  • Last Updated: November 7, 2020, 5:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ପୁଣି ଥରେ ବିଶ୍ୱରେ ନିଜର ଟେକ୍ନୋଲୋଜିର ଛାପ ଛାଡ଼ିଛି । ISRO ଅପରାହ୍ନ ୩ଟା ୨ ମିନିଟରେ PSLV-C49 ମାଧ୍ୟମରେ ୧୦ଟି ଉପଗ୍ରହ ଉତକ୍ଷେପଣ କଲା । ଏହି ଉନ୍ମୋଚନ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ କରାଯାଇଛି । ଏଥିରେ ୯ଟି ଅନ୍ତର୍ଜାତୀୟ ଉପଗ୍ରହ ରହିଛି । ଯେତେବେଳେ କି ଗୋଟିଏ ଭାରତର ଅବଜରଭେସନ୍ ସାଟେଲାଇଟ୍ (EOS-01) ରହିଛି । ଉତକ୍ଷେପଣର ଗଣନା ଶୁକ୍ରବାର ଦିନ ଆରମ୍ଭ ହୋଇ ଯାଇଥିଲା ।

ଏହି ଉତକ୍ଷେପଣରେ ପ୍ରାଥମିକ ଉପଗ୍ରହ EOS01 ହେଉଛି ରାଡାର ଇମେଜିଙ୍ଗ ଉପଗ୍ରହ (RISAT) ରହିଛି । ଏହା ଏକ ଉନ୍ନତ ରିସେଟ ଯାହାର ସିନ୍ଟାକ୍ଟିକ୍ ଆପେଚର ରାଡାର୍ ମଧ୍ୟ ମେଘର ବାହାରେ ଦେଖିପାରେ । ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହିତ ଏକ ବାଣିଜ୍ୟିକ ଚୁକ୍ତିନାମା ଅନୁଯାୟୀ ଏହି ସମସ୍ତ ଉପଗ୍ରହ ଉତକ୍ଷେପଣ କରାଯାଇଛି । ବୈଜ୍ଞାନିକମାନେ କହିଛନ୍ତି ଯେ EOS-01 ହେଉଛି ପୃଥିବୀ ପର୍ଯ୍ୟବେକ୍ଷଣ ରିସେଟ ସାଟେଲାଇଟର ଏକ ଉନ୍ନତ ସିରିଜ ।

PSLV-C49 ରକେଟ୍ ଭାରତର ଗୁପ୍ତଚର ଆଖି ଭାବେ ପରିଣତ ହେବ
- ରକେଟର ପ୍ରାଥମିକ ପେଲୋଡ଼ ହେଉଛି ଭାରତର ରାଡାର ଇମେଜିଙ୍ଗ ଉପଗ୍ରହ EOS-01 ଅଟେ । ଏହା ହେଉଛି RISAT-2BR2 ଉପଗ୍ରହ ଯାହାକୁ EOS 01 ନାମରେ ନାମିତ କରାଯାଇଛି ।

- EOS-01 ହେଉଛି ଏକ ଉନ୍ନତ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ ଯାହାର ସିନ୍ଥେଟିକ୍ ଆପର୍ଚର ରାଡାର (SAR) ଦିନରାତି ନିର୍ବିଶେଷରେ ହାଇ ରେଜୋଲୁସନ ଫଟୋ କ୍ୟାପଚର କରିବାରେ ସକ୍ଷମ ।

- ବୈଜ୍ଞାନିକମାନେ କହିଛନ୍ତି ଯେ ଭାରତର ନୂଆ ଆଖି ମହାକାଶରୁ ସେନାର ତଦାରଖ କ୍ଷମତାକୁ ବୃଦ୍ଧି କରିବ ଓ ଚୀନ୍ ସହିତ LAC ଷ୍ଟାଣ୍ଡ ଅଫ୍ ସୀମା ଉପରେ ସୁରକ୍ଷା ବାହିନୀକୁ ସାହାଯ୍ୟ କରିବ ।

ଏଥିସହ ଏହି ରକେଟ୍ EOS-01 ସାଧାରଣ ନାଗରିକ ପ୍ରୟୋଗରେ ଯେପରିକି କୃଷି, ଜଙ୍ଗଲ, ମୃତ୍ତିକାର ଆର୍ଦ୍ରତା, ଭୂବିଜ୍ଞାନ, ଉପକୂଳ ମନିଟରିଂ ଓ ବନ୍ୟା ମନିଟରିଂ ପାଇଁ ମଧ୍ୟ ବ୍ୟବହୃତ ହେବ ।

- PSLV C୪୯ ଉତକ୍ଷେପଣର କିଛି ସମୟ ପରେ ISRO ଏହାର ବହୁ ପ୍ରତୀକ୍ଷିତ GSAT-୧୨R ଉପଗ୍ରହକୁ PSLV C୫୦ ମାଧ୍ୟମରେ ଉତକ୍ଷେପଣ କରିବ ଓ ତା’ପରେ GSLV ରକେଟ୍ ମାଧ୍ୟମରେ GISAT-1 ଉପଗ୍ରହ ଉତକ୍ଷେପଣ କରିବ ।
Published by: Jagdish Barik
First published: November 7, 2020, 5:07 PM IST
corona virus btn
corona virus btn
Loading