ଭାରତକୁ ମିଳିଗଲା ଏକବିଂଶ ଶତାବ୍ଦୀର ‘ହୀରା’ ଲିଥିୟମ ଭଣ୍ଡାର !

ଭାରତକୁ ମିଳିଗଲା ଏକ ବଡ଼ ଭଣ୍ଡାର । ଏମିତି ଭଣ୍ଡାର ଯାହା ଅତ୍ୟନ୍ତ ମୂଲ୍ୟବାନ । ଏକବିଂଶ ଶତାବ୍ଦୀର ‘ହୀରା’ ଲିଥିୟମ !

ଏଣିକି ଆମଦାନୀ ନୁହେଁ; ଲିଥିୟମକୁ ନେଇ ଆତ୍ମନିର୍ଭର ହେବ ଦେଶ

ଏଣିକି ଆମଦାନୀ ନୁହେଁ; ଲିଥିୟମକୁ ନେଇ ଆତ୍ମନିର୍ଭର ହେବ ଦେଶ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଆଧୁନିକ ଯୁଗର ହୀରା ବା ଲିଥିୟମ ( lithium )। ଏଣିକି ଆଉ ଚୀନ୍‌ (china) ଉପରେ ନିର୍ଭର କରିବନି ଭାରତ (india) । ଏଣିକି ଆମଦାନୀ ନୁହେଁ, ଲିଥିୟମକୁ ନେଇ ଆତ୍ମନିର୍ଭର ହେବ ଦେଶ । ଜାମ୍ମୁ ଓ କାଶ୍ମୀରରେ (jammu and kashmir) ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ଠାବ ହୋଇଛି ଲିଥିୟମ ଖଣି । ଏହା କେବଳ ଭାରତର ଆବଶ୍ୟକତା ପୂରା କରିବ ତା ନୁହେଁ, ଟେକ୍ନୋଲୋଜି (technology) କ୍ଷେତ୍ରରେ ସୃଷ୍ଟି କରିପାରେ ନୂଆ ସମ୍ଭାବନା ।

ଇଲେକ୍ଟ୍ରୋନିକ ଗାଡ଼ି ହେଉ କି ମୋବାଇଲ୍‌ ଫୋନ । ସୋଲାର ପ୍ୟାନେଲ, ଖେଳଣା କି ହେଡ୍‌ଫୋନ୍‌ ଭଳି ବୈଦ୍ୟୁତିକ ସରଞ୍ଜାମ । ବର୍ତ୍ତମାନ ସମୟରେ ଚାହିଦା ଥିବା ଏସବୁ ଉପକରଣ ଚାଲିବା ପାଇଁ ସବୁଠୁ ଜରୁରୀ ଲିଥିୟମ । ଯେଉଁ ଲିଥିୟମ ପାଇଁ ଭାରତକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା । ହେଲେ ଏବେ ଭାରତକୁ ମିଳିଯାଇଛି ଲିଥିୟମ ଭଣ୍ଡାର । ଜାମ୍ମୁ ଓ କାଶ୍ମୀରରେ ମିଳିଛି ଏହି ମୂଲ୍ୟବାନ ଲିଥିୟମ ଭଣ୍ଡାର । ଦୀର୍ଘ ଦିନର ଗବେଷଣା ପରେ ଏହା ସ୍ପଷ୍ଟ କରିଛି, ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ । ଆକଳନ କରାଯାଇଛି, ସେ ଭଣ୍ଡାରରେ ପ୍ରାୟ ୫୯ ଲକ୍ଷ ଟନ୍‌ ଲିଥିୟମ ରହିଛି ।

ଏହି ଖବର ପଢ଼ନ୍ତୁ - http://ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା; ପୁରୀରେ ଅନୁଷ୍ଠିତ ହେବ ଫେବୃଆରୀ ୧୨ରେ

ଲିଥିୟମ ଆମଦାନୀ କ୍ଷେତ୍ରରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ବିଶେଷକରି ଚୀନ୍‌, ଜାପାନ୍ ଓ ଭିଏତନାମରୁ ଆସିଥାଏ ଏହି ଲିଥିୟମ । ତେଣୁ ଏହି ନୂଆ ଭଣ୍ଡାର ମିଳିବା ପରେ ଭାରତକୁ ଆଉ ଚୀନ୍‌ ଭଳି ଦେଶ ଉପରେ ନିର୍ଭର କରିବାକୁ ପଡ଼ିବନି । ଆବଶ୍ୟକ ଲିଥିୟମ୍‌ ଏଣିକି ଭାରତରେ ପ୍ରସ୍ତୁତ ହେବ । ଯାହାକି ଟେକ୍ନୋଲୋଜି କ୍ଷେତ୍ରରେ ନୂଆ ବିପ୍ଳବ ଆଣିପାରେ ।

ଲିଥିୟମ ରପ୍ତାନୀ କ୍ଷେତ୍ରରେ ଚୀନ୍ ବିଶ୍ୱର ସବୁଠୁ ଅଗ୍ରଣୀ ଦେଶ । ଜାମ୍ମୁ ଓ କାଶ୍ମୀରରରେ ମିଳିଥିବା ଏହି ଲିଥିୟମ ଭଣ୍ଡାର କେବଳ ଭାରତର ଆବଶ୍ୟକତା ପୂରଣ କରିବ ତା ନୁହେଁ, ଅନ୍ୟ ଦେଶର ଆବଶ୍ୟକତା ଅନେକାଂଶରେ ପୂରା ହୋଇପାରିବ । ସେହିପରି ଇଲେକ୍ଟ୍ରୋନିକ ଗାଡ଼ିର ମୂଲ୍ୟକୁ କମ୍‌ କରିବାରେ ମଧ୍ୟ ସହାୟକ ହେବ ଲିଥିୟମ ଭଣ୍ଡାର । କେବଳ ସେତିକି ନୁହେଁ, ଜାମ୍ମୁ ଓ କାଶ୍ମୀରର ବିକାଶ ଦିଗରେ ଏହା ନୂଆ ଅଧ୍ୟାୟ ଯୋଡ଼ିପାରେ ।

ଆପଣ ବ୍ୟବହାର କରୁଥିବା ମୋବାଇଲ୍‌ ବ୍ୟାଟେରି ହେଉ କି ଅନ୍ୟ ଉପକରଣ । ଆଗକୁ ଏଥିରେ ଭାରତର ଲିଥିୟମ ବ୍ୟାଟେରୀ ଦେଖିବାକୁ ମିଳିବ । ଜାମ୍ମୁ-କାଶ୍ମୀରରେ ଲିଥିୟମ ଭଣ୍ଡାର ମିଳିବା ପରେ ଯେତିକି ଖୁସି ସେଠିକାର ସ୍ଥାନୀୟ ଲୋକ ସେତିକି ଉତ୍ସାହିତ ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ବିଶେଷଜ୍ଞ ଟିମ୍ । ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ୫୧ଟି ଖଣିଜ ଭଣ୍ଡାର ଉପରେ ଚାଲିଥିଲା ସର୍ଭେ । ଦୀର୍ଘ ଦିନର ସର୍ଭେ ପରେ ଭାରତ ହାତରେ ଲାଗିଛି ମୂଲ୍ୟବାନ ଲିଥିୟମ ଖଣି । ଯାହାକି ଆଗାମୀ ଦିନରେ ସୃଷ୍ଟି କରିପାରେ ନୂଆ ଆଶା ନୂଆ ସମ୍ଭାବନା ।
Published by:Soubhagya Mishra
First published: