ଭାରତୀୟ ବାୟୁସେନାରେ ସାମିଲ ହେବ ହାଲୁକା ଲଢୁଆ ହେଲିକପ୍ଟର LCH

ଆଜି ବାୟୁସେନାରେ ସାମିଲ ହେବ ପ୍ରଥମ ବ୍ୟାଚ୍‌ ଲାଇଟ୍‌ କମ୍ବାଟ ହେଲିକପ୍ଟର-LCH।

ହାଲୁକା ଲଢୁଆ ହେଲିକପ୍ଟର LCH

ହାଲୁକା ଲଢୁଆ ହେଲିକପ୍ଟର LCH

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଆଜି ବାୟୁସେନାରେ ସାମିଲ ହେବ ପ୍ରଥମ ବ୍ୟାଚ୍‌ ଲାଇଟ୍‌ କମ୍ବାଟ ହେଲିକପ୍ଟର-LCH।  ଆଜି ଯୋଧପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଭିଆର ଚୌଧାରୀଙ୍କ ଉପସ୍ଥିତିରେ ବାୟୁ ସେନାରେ ସାମିଲ ହେବ LCH । ଏହି ହେଲିକପ୍ଟରର ଓଜନ୍‌ ୫ରୁ ୮ ଟନ୍‌ । ଏଥିରେ ୨ଟି ଇଞ୍ଜିନ୍‌ ଅଛି । LCHରୁ ୩ ହଜାର ୮୮୭ କୋଟି ଟଙ୍କା ବ୍ୟୟରେ ୧୫ଟି ସ୍ୱଦେଶୀ ନିର୍ମିତ LCH ହେଲିକପ୍ଟର କିଣିବାକୁ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଥିଲେ।

ମାର୍ଚ୍ଚରେ କେନ୍ଦ୍ର ସରକାର ୧୫ଟି LCH ହେଲିକପ୍ଟର କ୍ରୟକୁ ଅନୁମୋଦନ କରିଥିଲେ। ବାୟୁସେନା ୧୦ଟି ଏବଂ ସେନା ୫ଟି ହେଲିକପ୍ଟର ପାଇବ। LCH ସେନା ପାଇବା ପରେ, ଏହି ଦୁଇ ଦଶନ୍ଧି ପୁରୁଣା ଚାହିଦା ପୂରଣ ହେବ। ଏହା ପ୍ରଥମ ଥର ହେବ ଯେ ଉଭୟ ବାୟୁସେନା ଏବଂ ସେନା LCH ଚଳାଇବେ। ୧୦ଟି LCH ଯୋଧପୁରରେ ଆନୁଷ୍ଠାନିକ ଭାବରେ ଅନ୍ତର୍ଭୁକ୍ତ ହେବ। ଅବଶିଷ୍ଟ ୫ଟି ସେନାକୁ ଦିଆଯିବ। ପ୍ରାୟ ୩୩୮୫କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୫ଟି LCH ସେନାରେ ଯୋଗଦେବେ।
Published by:Soumyashree Mishra
First published: