ନିର୍ଭୟା ଦୋଷୀମାନଙ୍କୁ ନୂଆ ଚାଲ୍: ବ୍ୟବହାରରେ ସୁଧାର ଆସିଛି କହି ପୁଣି କରିବେ କ୍ୟୁରେଟିଭ୍ ପିଟିସନ୍

ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀମାନଙ୍କ ଓକିଲ ଏପି ସିଂ କହିଥିଲେକି ଜେଲରୁ କାଗଜପତ୍ର ମିଳିବାରେ ଡେରି ହେଉଥିବାରୁ କ୍ୟୁରେଟିଭ୍ ପିଟିସନ ଦେବାରେ ଡେରି ହେଉଛି ।

ନିର୍ଭୟା ଦୋଷୀମାନଙ୍କୁ ନୂଆ ଚାଲ୍: ବ୍ୟବହାରରେ ସୁଧାର ଆସିଛି କହି ପୁଣି କରିବେ କ୍ୟୁରେଟିଭ୍ ପିଟିସନ୍
ମୃତ୍ୟୁ ଦଣ୍ଡ ପାଇଥିବା ଚ଼ାରି ଦୋଷୀ
  • News18 Odia
  • Last Updated: January 24, 2020, 9:42 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଫାଶୀ ଦଣ୍ଡାଦେଶ ପାଇଥିବା ୪ଜଣଙ୍କ ମଧ୍ୟରୁ ୩ଜଣ ଖୁବ୍ ଶୀଘ୍ର ସୁପ୍ରିମ କୋର୍ଟରେ କ୍ୟୁରେଟିଭ୍ ପିଟିଶନ ଆବେଦନ କରିପାରନ୍ତି । ଅକ୍ଷୟ, ବିନୟ ଏବଂ ପବନ ୧ରୁ ୨ ଦିନ ଭିତରେ ସୁପ୍ରିମ କୋର୍ଟରେ କ୍ୟୁରେଟିଭ୍ ପିଟିଶନ ଦାଖଲ କରିପାରନ୍ତି । ଏହି ତିନ ଜଣ ଦୋଷୀ ନିଜ ବ୍ୟବହାରରେ ପରିବର୍ତ୍ତନ ହୋଇଥିବା କହି ଫାଶୀଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବା ଲାଗି ଆବେଦନ କରିପାରନ୍ତି ।

ଏହି ଦୋଷୀମାନଙ୍କର ଓକିଲ ଏପି ସିଂ କହିଛନ୍ତି ଯେ, ଜେଲରୁ କାଗଜପତ୍ର ମିଳିବାରେ ଡେରି ହେଉଥିବାରୁ କ୍ୟୁରେଟିଭ୍ ପିଟିସନ ଦାଖଲ କରିବାରେ ବିଳମ୍ବ ହେଉଛି । ନିଜର ମହୋକିଲ ମାନଙ୍କୁ ଜେଲରେ ଭେଟିବାକୁ ପହଞ୍ଚିବା ପରେ ଏପି ସିଂ କହିଛନ୍ତି ଯେ, ସେ ଜେଲ ପ୍ରଶାସନକୁ ଦୋଷୀମାନଙ୍କର ବ୍ୟବହାର ସହ ଜଡ଼ିତ ସୂଚନା ମାଗିଛନ୍ତି । ଆମର ପୁରା ଭରଷା ଅଛି ଯେ କୋର୍ଟ ଦୋଷୀମାନଙ୍କ ଭଲ ବ୍ୟବହାରକୁ ଦେଖି ସେମାନଙ୍କ ଫାଶୀଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତନ କରିଦେବେ ।

ଏପି ସିଂ ଜେଲ ପ୍ରଶାସନ ଉପରେ ଅସନ୍ତୁଷ୍ଟ ହୋଇ ଆରୋପ ଲଗାଇଛନ୍ତି ଯେ ତାଙ୍କୁ ଜେଲ ନମ୍ବର ୩ରେ ବନ୍ଦ ରହିଥିବା ମହୋକିଲମାନଙ୍କୁ ଭେଟିବାରେ ଅନେକ ଅସୁବିଧା ହେଉଛି । ସେ ଯାଚିକାରେ ତାଙ୍କର ମହୋକିଲ ମାନଙ୍କ ହସ୍ତାକ୍ଷର କରିବାର ଥିବା ଥିଲା । କାରଣ କ୍ୟୁରେଟିଭ୍ ପିଟିସନରେ ନୂଆ ତଥ୍ୟ ସାମ୍ନାକୁ ଆଣିବାକୁ ହୋଇଥିବାରୁ ସେ ଦୋଷୀମାନଙ୍କ ବ୍ୟବହାର ସମ୍ପର୍କରେ ତଥ୍ୟ ମାଗିଛନ୍ତି ।
First published: January 24, 2020, 9:42 AM IST
corona virus btn
corona virus btn
Loading