News 18 Odia Digital
ନୂଆଦିଲ୍ଲୀ; ଜାତୀୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପଶ୍ଚିମବଙ୍ଗ ପୋଲିସ ହାତରେ ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩ଜଣ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ତିନିଜଣ ବିଧାୟକ ଝାଡଖଣ୍ଡ ରାଜ୍ୟର । ଶନିବାର ସନ୍ଧ୍ୟାରେ ଏକ ଗାଡିରେ ଯିବା ସମୟରେ ସେମାନଙ୍କ ନିକଟରୁ ବିପୁଳ ନଗଦ ଟଙ୍କା ଜବତ କରିଥିଲା ପଶ୍ଚିମବଙ୍ଗ ପୋଲିସ । କଂଗ୍ରେସର ସାଧାରଣ ସମ୍ପାଦକ ତଥା ଝାଡଖଣ୍ଡ କଂଗ୍ରେସ ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ କହିଛନ୍ତି ଯେ ତିନିଜଣ ବିଧାୟକ - ଇରଫାନ ଅନସାରୀ, ରାଜେଶ କଚ୍ଚାପ ଓ ନମାନ ବିକ୍ସାଲ କଙ୍ଗ୍ରିଙ୍କୁ ତୁରନ୍ତ ଦଳରୁ ନିଲମ୍ବିତ କରାଯାଇଛି । ଆଉ ଯେଉଁମାନେ ଏଥିରେ ଜଡିତ ଥିବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଅବିନାଶ ପାଣ୍ଡେ କହିଛନ୍ତି ଯେ, "ବିଧାୟକମାନଙ୍କୁ ଖରିଦ କରି ‘ଝାଡ଼ଖଣ୍ଡ ମୁକ୍ତିମୋର୍ଚା-କଂଗ୍ରେସ ମେଣ୍ଟ ସରକାର’କୁ ହଟାଇବା ପାଇଁ ଏହା ‘ବିଜେପି’ର ଉଦ୍ୟମ ବୋଲି କହିଛନ୍ତି
ଏଥି ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଦାୟୀ କରି କହିଛନ୍ତି ଯେ, ଶର୍ମା ଉକ୍ତ ୩ ବିଧାୟକଙ୍କ ସହିତ ସମ୍ପର୍କ ରଖିଥିବାର ପ୍ରମାଣ ଭାବେ ତାଙ୍କ ନିକଟରେ ଫୋନ୍ ରେକର୍ଡିଙ୍ଗ୍ ଅଛି। ସେ ‘ଜେଏମ୍ଏମ୍’ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ସହିତ କଥାବାର୍ତ୍ତା କରିଥିଲେ ଏବଂ ବୈଠକ ମଧ୍ୟ ବସାଇଥିଲେ।
ଆହୁରି କହିଛନ୍ତି ଯେ ମହାରାଷ୍ଟ୍ରରେ ସରକାର ବଦଳିଛି ସତ କିନ୍ତୁ ମାସେ ପରେ ମଧ୍ୟ କ୍ୟାବିନେଟ ଗଠନ ହୋଇ ପାରିଲା ନାହିଁ । ଛତିଶଗଡରେ କିଛି ଲୋକଙ୍କ ମାଧ୍ୟମରେ ସରକାରଙ୍କୁ ହଇରାଣ କରିବାକୁ ଉଦ୍ୟମ କରାଯାଉଛି। କିନ୍ତୁ ଏଥିରେ ସଫଳ ହେବେ ନାହିଁ ବିଜେପି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।