ମା' କାଖରେ ଆଇସକ୍ରିମ ଖାଉଛି ଛୁଆ; ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ସୋସିଆଲ୍ ମିଡିଆ ଜୋରରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ ଏକ କୌତୁକିଆ କୁନି ପୁଅଟେ ମା’ର କାଖରେ ରହିଛି ଓ ଆଇସ୍କ୍ରିମ୍ ଖାଉଛି। କିନ୍ତୁ ଏହି ସମୟରେ ସେ ଯେଉଁ କାର୍ଯ୍ୟ କରୁଛି ତାକୁ ଦେଖି ଯେ କେହିବି ଖୁସି ହୋଇଯିବ।

ସୋସିଆଲ ମିଡ଼ିଆ  ଗୋଟେ ଛୋଟ ଛୁଆର ଭିଡ଼ିଓ ଭାଇରାଲ ହେଉଛି (ପ୍ରତୀକାତ୍ମକ ଛବି)

ସୋସିଆଲ ମିଡ଼ିଆ ଗୋଟେ ଛୋଟ ଛୁଆର ଭିଡ଼ିଓ ଭାଇରାଲ ହେଉଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ସୋସିଆଲ୍ ମିଡିଆ ଜୋରରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ ଏକ କୌତୁକିଆ କୁନି ପୁଅଟେ ମା’ର କାଖରେ ରହିଛି ଓ ଆଇସ୍‌କ୍ରିମ୍ ଖାଉଛି। କିନ୍ତୁ ଏହି ସମୟରେ ସେ ଯେଉଁ କାର୍ଯ୍ୟ କରୁଛି ତାକୁ ଦେଖି ଯେ କେହିବି ଖୁସି ହୋଇଯିବ। ମା’ର କାଖରେ ଏହି କୁନି ପୁଅଟି ଆଇସ୍‌କ୍ରିମ୍ ଖାଉଥିବା ବେଳେ ଏମିତି ହସ ହସୁଛି ଯେ ଯାହା ବାସ୍ତବରେ ମନଛୁଆଁ। ଏହି ଭିଡିଓରେ ଏଯାଏ ହଜାର୍ ହଜାର ଲାଇକ ସହିତ କମେଣ୍ଟ ମଧ୍ୟ ଆସିଲାଣି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଲୋକପ୍ରିୟ ହେବାରେ ଲାଗିଛି। ସୋସିଆଲ ମିଡିଆ ଉପଭୋକ୍ତାମାନେ ସେମାନଙ୍କ ନିଜ ନିଜ ଶୈଳୀରେ ପ୍ରତିକ୍ରିୟା ଦେଇ ଚାଲିଛନ୍ତି। ଜଣେ ଉପଭୋକ୍ତା ଏହାକୁ ପସନ୍ଦ କରିବା ସହିତ ଏହି ଭିଡିଓଟି ଚମତ୍କାର ହୋଇଥିବା କହିଛନ୍ତି ଓ କୁନି ପୁଅର ଏହି ନିଆରା ହସ ଯିଏ ବି ଦେଖିବ ସିଏ ତା ପ୍ରେମରେ ପଡିଯିବ ବୋଲି କହିଛନ୍ତି। ସେହିଭଳି ଆଉ ଜଣେ ବ୍ୟକ୍ତି କମେଣ୍ଟ ଦେଇ ଲେଖିଛନ୍ତି ଯେ ପିଲାଟି ବହୁତ କୌତୁକିଆ ହୋଇଛି, ମୋର ଏ ପିଲାଟି ପ୍ରତି ପ୍ରେମ ହୋଇଗଲାଣି। ଏହାଛଡା ଏହି ଭିଡିଓ ଉପରେ ଅନ୍ୟମାନେ ମଧ୍ୟ ମନଛୁଆଁ କମେଣ୍ଟ ଦେଇଛନ୍ତି।



ଏହି ମନଛୁଆଁ ଭିଡିଓକୁ ଟିକଟକର kids Addiction ପେଜରେ ଛଡ଼ାଯାଇଛି। ଏହି ଭିଡିଓ ମାତ୍ର ୨୭ ସେକେଣ୍ଡର ହୋଇଥିଲେ ବି ଏହା ଲକ୍ଷାଧିକ ଲୋକଙ୍କୁ କିମିଆ କରିଛି। ଲକ୍ଷ ଲକ୍ଷ ଲୋକକ ହୃଦୟ କିଣିଛି।
Published by:Soumya Das
First published: