କେନ୍ଦ୍ର ସରକାର ସମସ୍ତଙ୍କୁ ୩...୪ ମାସ ଜେଲରେ ରଖିବାକୁ ଚାହୁଁଛନ୍ତି; ଅରବିନ୍ଦ କେଜ୍ରିୱାଲ

ଆମ୍ ଆଦମୀ ପାର୍ଟି ଆଜି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏହାର ପ୍ରଥମ ଜାତୀୟ ଲୋକ ପ୍ରତିନିଧୀ ସମ୍ମିଳନୀ ଆୟୋଜନ କରିଛି । ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ତାଙ୍କ ଅଭିଭାଷଣ ଦେଇ ବିଜେପି ଉପରେ ବର୍ଷିଛନ୍ତି ।

କେନ୍ଦ୍ରସରକାର ସମସ୍ତଙ୍କୁ ୩-୪ ମାସ ଜେଲରେ ରଖିବାକୁ ଚାହୁଁଛନ୍ତି; ଅରବିନ୍ଦ କେଜ୍ରିୱାଲ

କେନ୍ଦ୍ରସରକାର ସମସ୍ତଙ୍କୁ ୩-୪ ମାସ ଜେଲରେ ରଖିବାକୁ ଚାହୁଁଛନ୍ତି; ଅରବିନ୍ଦ କେଜ୍ରିୱାଲ

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ରବିବାର ଦିନ ୧୧ ଟା ସମୟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏହାର ପ୍ରଥମ ଜାତୀୟ ଲୋକ ପ୍ରତିନିଧୀ ସମ୍ମିଳନୀ ଆୟୋଜନ କରିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆପର ପ୍ରଥମ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ତାଙ୍କ ଅଭିଭାଷଣ ଦେଇ ବିଜେପି ଉପରେ ବର୍ଷିଛନ୍ତି ।

କେନ୍ଦ୍ର ସରକାର ସମସ୍ତଙ୍କୁ ୩-୪ ମାସ ଜେଲରେ ରଖିବାକୁ ଚାହୁଁଛନ୍ତି ।

ଦଳର ପ୍ରଥମ ଜାତୀୟ ସମ୍ମିଳନୀରେ ଦିଲ୍ଲୀ ସିଏମ ଏବଂ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, "ମୁଁ ଭାରତର ସ୍ୱାଧୀନତା ସଂଗ୍ରାମ ଦେଖି ନାହିଁ । ଏହା ଏକ ଛୋଟ କଥା ନୁହେଁ । କିନ୍ତୁ ଏଥି କେନ୍ଦ୍ରସରକାର ସମସ୍ତଙ୍କୁ ୩-୪ ମାସ ଜେଲରେ ରଖିବାକୁ ଚାହୁଁଛନ୍ତି । ଜେଲ ଯିବାକୁ ପ୍ରସ୍ତୁତ ରୁହନ୍ତୁ । ସେମାନେ କିଛି କରିବାକୁ ସମର୍ଥ ହେବେ ନାହିଁ, ଜେଲ୍ ସେତେ ଖରାପ ନୁହେଁ । ମୁଁ ୧୫ ଦିନ ଜେଲରେ ରହିଛି । ଯଦି ଆଜି ଆମ ସମସ୍ତଙ୍କର ଏହି ସାହସ ଅଛି, ତେବେ ସେ ଆମ ସହ କିଛି କରି ପାରିବେ ନାହିଁ ।"
Published by:Sujit Swain
First published: