ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କେନ୍ଦ୍ର ସରକାର ଦେଉଛନ୍ତି ୫୦ ହଜାର ଟଙ୍କା ରୋଜଗାର କରିବାର ସୁଯୋଗ; ଘରେ ବସି ବନାନ୍ତୁ ଏହି ଡିଜାଇନ୍

କେନ୍ଦ୍ର ସରକାର ଦେଉଛନ୍ତି ୫୦ ହଜାର ଟଙ୍କା ରୋଜଗାର କରିବାର ସୁଯୋଗ; ଘରେ ବସି ବନାନ୍ତୁ ଏହି ଡିଜାଇନ୍

My Gov India ଟ୍ୱିଟ୍ କରି କହିଛି ଯେ ଆପଣଙ୍କୁ ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ ସ୍କିମର ଲୋଗୋ ପ୍ରସ୍ତୁତ କରିବାକୁ ପଡିବ । ଯଦି ଆପଣଙ୍କ ଲୋଗୋ ମନୋନୀତ ହୁଏ ତେବେ ଆପଣଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଭାବରେ ଦିଆଯିବ ।

କେନ୍ଦ୍ର ସରକାର ଦେଉଛନ୍ତି ୫୦ ହଜାର ଟଙ୍କା ରୋଜଗାର କରିବାର ସୁଯୋଗ; ଘରେ ବସି ବନାନ୍ତୁ ଏହି ଡିଜାଇନ୍
କେନ୍ଦ୍ର ସରକାର ଦେଉଛନ୍ତି ୫୦ ହଜାର ଟଙ୍କା ରୋଜଗାର କରିବାର ସୁଯୋଗ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ଆପଣଙ୍କୁ ୫୦ ହଜାର ଟଙ୍କାର ନଗଦ ପୁରସ୍କାର ଜିତିବାର ସୁଯୋଗ ଦେଉଛନ୍ତି । ସରକାରଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ଆରମ୍ଭ ହେଉଛି ଯେଉଁଥିରେ ଆପଣଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ । ଏଥିରେ ଭାଗ ନେବା ପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ମଧ୍ୟ ପଡିବ ନାହିଁ । ଆପଣ ଘରେ ରହି ଏଥିରେ ଅଂଶଗ୍ରହଣ କରିପାରିବେ । ଜାଣନ୍ତୁ ଆପଣ ଘରେ ବସି କିପରି ୫୦ ହଜାର ଟଙ୍କା ରୋଜଗାର କରିପାରିବେ-

ଏହି ଅଫର ଅନୁଯାୟୀ, ଆପଣଙ୍କୁ ୱାନ ନେସନ-ୱାନ ରେସନ କାର୍ଡ ସ୍କିମର ଲୋଗୋ ପ୍ରସ୍ତୁତ କରିବାକୁ ପଡିବ । ଯଦି ଆପଣ ଡିଜାଇନ୍ କରିବାରେ ପାରଦର୍ଶୀ, ତେବେ ଏହା ଲକଡାଉନରେ ଆପଣଙ୍କ ପାଇଁ ଏକ ଭଲ ଆୟର ଉତ୍ସ ହୋଇପାରେ ।

My Gov India ଟ୍ୱିଟ୍ କରିଛି
My Gov India ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏ ବିଷୟରେ ସୂଚନା ଦିଆଯାଇଛି । ଏଥିପାଇଁ ସର୍ବପ୍ରଥମେ ଭାରତ ସରକାରଙ୍କ ଖାଦ୍ୟ ଓ ଜନସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଲୋଗୋ ଡିଜାଇନ୍ ପ୍ରତିଯୋଗିତାର ଏକ ଅଂଶ ହେବା ଆବଶ୍ୟକ । ଏଥିରେ ଆପଣ ୩୧ ମଇ ୨୦୨୧ ମଧ୍ୟରେ ଆବେଦନ କରିପାରିବେ । ଏହି ପ୍ରତିଯୋଗିତାରେ ଜିତୁଥିବା ବ୍ୟକ୍ତିଙ୍କୁ ପୁରସ୍କାର ସ୍ୱରୂପ ୫୦ ହଜାର ଟଙ୍କା ଦିଆଯିବ ।



ଜଣାନ୍ତୁ କାହାକୁ କେଉଁ ପୁରସ୍କାର ମିଳିବ
ଏଥିରେ ପ୍ରଥମ ପୁରସ୍କାର ଜିତିଥିବା ପ୍ରତିଯୋଗୀଙ୍କୁ ୫୦ ହଜାର ଟଙ୍କା ସହିତ ପ୍ରତିଯୋଗିତାର ଇ-ସାର୍ଟିଫିକେଟ୍ ଦିଆଯିବ । ଏଥି ସହିତ ତିନିଜଣ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯିବ । ଏସବୁକୁ ଇ-ସାର୍ଟିଫିକେଟ୍ ଅକାରରେ ଦିଆଯିବ ।

ଏହିପରି ଆପଣ ପଞ୍ଜିକରଣ କରିପାରିବେ
ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଆପଣଙ୍କୁ ପ୍ରଥମେ myGov.in ପୋର୍ଟାଲକୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ପ୍ରତିଯୋଗିତାକୁ ଯିବାକୁ ପଡିବ ଓ ଅଂଶଗ୍ରହଣ କରିବାକୁ ଟ୍ୟାଗ୍ ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ପଞ୍ଜୀକରଣ ବିବରଣୀ ପୂରଣ କରିବାକୁ ପଡିବ । ପଞ୍ଜୀକରଣ ପରେ ଆପଣଙ୍କୁ ଆପଣଙ୍କର ଏଣ୍ଟ୍ରି ଦାଖଲ କରିବାକୁ ପଡିବ ।

କିଏ ଅଂଶଗ୍ରହଣ କରିପାରିବ-

>> ଲୋଗୋ ଡିଜାଇନ୍ ପ୍ରତିଯୋଗିତାରେ ଯେକୌଣସି ବୟସର ଲୋକମାନେ ଅଂଶଗ୍ରହଣ କରିପାରିବେ ।

>> ଜଣେ ଅଂଶଗ୍ରହଣକାରୀ ସର୍ବାଧିକ ତିନୋଟି ଏଣ୍ଟ୍ରି ଦାଖଲ କରିପାରିବେ ।

>> ଲୋଗୋ ଫର୍ମାଟ୍ JPEG, BMP କିମ୍ବା TIFF ରେ ଉଚ୍ଚ ରେଜୋଲୁସନ (୬୦୦ dpi) ପ୍ରତିଛବି ହେବା ଉଚିତ ।

>> ଲୋଗୋ ଯେକୌଣସି ଭାଷାରେ ହିନ୍ଦୀ କିମ୍ବା ଇଂରାଜୀରେ ହୋଇପାରେ ।

>> 100 ଶବ୍ଦରେ ଲୋଗୋ ବିଷୟରେ ସୂଚନା ରହିବା ଜରୁରୀ ।
Published by: Jagdish Barik
First published: May 18, 2021, 3:03 PM IST